18 C
Bhubaneswar
Tuesday, November 24, 2020

ଅକ୍ଷୟ ଶକ୍ତି କ୍ଷେତ୍ରରେ ସଂପତି ସୃଷ୍ଟି ପାଇଁ ସହାୟତା

Must read

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ଭୁବନେଶ୍ୱର, ୧୧ା୯ (ନି.ପ୍ର) : ଅକ୍ଷୟ ଶକ୍ତି କ୍ଷେତ୍ରରେସଂପତି ସୃଷ୍ଟି ଲାଗି ଦରକାର ହେଉଥିବା ସହାୟତା ଯୋଗାଇ ଦେବାଲାଗି ଦେଶର ଅଗ୍ରଣୀ ଶକ୍ତି କ୍ଷେତ୍ରର ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥାପାୱାର ଫାଇନାନ୍ସ କର୍ପୋରେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛିବୋଲି ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ରବିନ୍ଦର ସିଂହଢ଼ିଲୋନ କହିଛନ୍ତି । ପିଏଫ୍ସି ର ୩୪ତମ ବାର୍ଷିକ ସାଧାରଣଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି, ଅକ୍ଷୟ ଶକ୍ତିକ୍ଷେତ୍ରରେ ମୂଲ୍ୟରେ ସ୍ଥିରତା ଆସିଛି । ଏହି କ୍ଷେତ୍ରରେ ପୁଞ୍ଜିନିବେଶକରିବା ଲାଗି ଏହା ବିପୁଳ ସୁଯୋଗ ପ୍ରଦାନ କରୁଛି ।ଅଂଶଧନକାରୀମାନଙ୍କୁ ଲେଖିଥିବା ଏକ ପତ୍ରରେ ସେଲେଖିଛନ୍ତି ଯେ, “ବିଭିନ୍ନ କ୍ଷେତ୍ରରେ ଦେଶ ଭିତରେ ଉତ୍ପାଦନବଢ଼ାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ଏବଂଭାରତରେ ଶକ୍ତି କ୍ଷେତ୍ର ଉପକରଣ ନିର୍ମାଣରେ ଆଗାମୀ ଦିନରେବୃଦ୍ଧି ଆଣିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଆମର ବିଶ୍ୱାସ ରହିଛିଯେ ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଭଳି ଅଭିଯାନ ଦେଶଭିତରେ ୱାଫର, ଇନଗଟ, ସେଲ ଏବଂ ମଡୁ୍ୟଲ ନିର୍ମାଣ କରିବାଲାଗି ଏକ ପରିବେଶ ବା ବ୍ୟବସ୍ଥା ବିକଶିତ କରିବାରେ ସହାୟକହେବ । ଏହା ଭାରତୀୟ ଶକ୍ତି କ୍ଷେତ୍ରକୁ କେବଳ ସ୍ୱାବଲମ୍ୱୀ ଓଆତ୍ମ ନିରନ୍ତର କରିବ ତାହା ନୁହେଁ ବରଂ ଉଦ୍ୟୋଗୀ ଏବଂ ନିଯୁକ୍ତିସୁଯୋଗ ସୃଷ୍ଟି କରିବ । ଦେଶର ଏକ ଅଗ୍ରଣୀ ଋଣ ପ୍ରଦାନକାରୀଭାବେ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ସରକାରହେଉଥିବା ସଂପତି ସୃଷ୍ଟି ପାଇଁ ସହାୟତା ଦେବାକୁ ଆମ କଂପାନିବହୁତ ଭଲ ସ୍ଥିତିରେ ପ୍ରସ୍ତୁତ ହୋଇରହିଛି ।୨୦୩୦ ସୁଦ୍ଧା ଭାରତ ୪୫୦ ଗିଗାୱାଟର ଅକ୍ଷୟ ଶକ୍ତିଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଶ୍ରୀଯୁକ୍ତ ଢ଼ିଲୋନ କହିଛନ୍ତିଯେ ୨୦୨୦ ମାର୍ଚ୍ଚ ସୁଦ୍ଧା କଂପାନି ୬୮,୦୦୦ କୋଟି ଟଙ୍କାରଋଣ ଆବଟଂନ କରିଛି । ଫଣ୍ଡ୍ର ଖର୍ଚ୍ଚ ମଧ୍ୟ ୭.୯୫ ପ୍ରତିଶତରୁ୭.୭୯ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଆନ୍ତର୍ଜାତିକ ବଜାରରୁପିଏଫ୍ସି ୩୦୦ କୋଟି ଡଲାରର ପାଣ୍ଠି ହାସଲ କରିଥିଲା ।୨୦୧୯-୨୦ରେ ଏହା ବୈଦେଶିକ ମୁଦ୍ରା ଋଣ ଆକାରରେ୪୭,୭୦୧ କୋଟି ଟଙ୍କା ପାଇଛି । ଶକ୍ତି କ୍ଷେତ୍ର ଲାଗି ସରକାରଗ୍ରହଣ କରିଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଲାଭ ଆଗାମୀଦିନରେ ଦେଖିବାକୁ ମିଳିବ । ଏହା ଶକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।କଂପାନି ପକ୍ଷରୁ ଅର୍ଥନୈତିକ ଓ ସାମାଜିକ ସ୍ତରରେ ପଛୁଆ ବର୍ଗରନାଗରିକମାନଙ୍କ ଉନ୍ନତି ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ପାଇଁ କଂପାନି ୯୭ କୋଟିଟଙ୍କା ଆବଟଂନ କରିଥିବା ଶ୍ରୀ ଢ଼ିଲୋନ କହିଛନ୍ତି ।

- Advertisement -ଅକ୍ଷୟ ଶକ୍ତି କ୍ଷେତ୍ରରେ ସଂପତି ସୃଷ୍ଟି ପାଇଁ ସହାୟତା

More articles

LEAVE A REPLY

Please enter your comment!
Please enter your name here

- Advertisement -ଅକ୍ଷୟ ଶକ୍ତି କ୍ଷେତ୍ରରେ ସଂପତି ସୃଷ୍ଟି ପାଇଁ ସହାୟତା

Latest article

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...