ଭୁବନେଶ୍ୱର,୧୧ା୯(ନି.ପ୍ର): ଆଜିପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେଅଖିଳ ଭାରତୀୟ ଯୁବ କଂଗ୍ରେସରଆହ୍ୱାନ କ୍ରମେ ଓଡିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’କାର୍ଯ୍ୟକ୍ରମ ଉନ୍ମୋଚନ କରାଯାଇଛି ।ଦେଶ କରୋନା ଭଳି ମହାମାରୀ ସହଲଢେଇ କରୁଥିବା ସମୟରେଭାରତବର୍ଷରେ ବେକାରୀ ସମସ୍ୟାଉକ୍ରଟ ରୂପ ଧାରଣ କରିଛି । ବିଗତ୪୫ ବର୍ଷ ଭିତରେ ଆଜି ଦେଶରେସବୁଠୁ ଅଧିକ ବେରୋଜଗାର ଏବଂଓଡିଶା ବେରୋଜଗାରୀରେ ସମଗ୍ରଦେଶରେ ଏକ ନମ୍ବରରେ ରହିଛି ।ଏହିଭଳି ପରିସ୍ଥିତିରେ ଯୁବକମାନଙ୍କରରୋଜଗାର ପାଇଁ ଯୁବ କଂଗ୍ରେସ ପକ୍ଷରୁଡିଜିଟାଲ ପ୍ଲାଟ୍ଫର୍ମ ଜରିଆରେସେମାନଙ୍କର ସ୍ୱରକୁ ଶାଣିତ କରିବାଉଦେ୍ଦଶ୍ୟରେ ‘ଓଡିଶାର ସ୍ୱର’କାର୍ଯ୍ୟକ୍ରମ ହାତକୁ ନେଇଛି । ଉଭୟକେନ୍ଦ୍ର ଓ ରାଜ୍ୟ ସରକାର ବେକାରୀସମସ୍ୟା ଦୂର କରିବାରେ ସଂପୂର୍ଣ୍ଣବିଫଳ ହୋଇଛନ୍ତି । ଏହି କାର୍ଯ୍ୟକ୍ରମପାଇଁ ଯୁବ କଂଗ୍ରେସ ପକ୍ଷରୁ ଏକ ଲିଙ୍କ୍ଜାରି କରାଯାଇଛି । ସେହି ଲିଙ୍କ୍ଜରିଆରେ ଯୁବକ ଯୁବତୀମାନେ ନିଜନାମ ପିକୃତ କରିପାରିବେ ଏବଂଭାରତର ବେକାରୀ ସମସ୍ୟା ଉପରେଛୋଟ ଭିଡିଓ ପ୍ରସ୍ତୁତ କରିବେ ।ସେମାନେ ନିଜର ଭିଡିଓ ସୋସିଆଲମିଡିଆ ପ୍ଲାଟ୍ଫର୍ମ ଜରିଆରେ ଅଖିଳଭାରତୀୟ ଯୁବ କଂଗ୍ରେସ ସହିତ ଯୋଡିହୋଇପାରିବେ । ଏହି କାର୍ଯ୍ୟକ୍ରମଜରିଆରେ ଯୁବ ପ୍ରତିଭାମାନଙ୍କୁ ଚୟନକରିବା ପାଇଁ ଆଗାମୀ ଦିନରେ ଯୁବକଂଗ୍ରେସ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମକୁପ୍ରତି ଜିଲ୍ଲା ଓ ବ୍ଲକ ସ୍ତରକୁ ନେବବୋଲି ଆଜି ଏକ ସାମ୍ବାଦିକସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସସଭାପତି ଡ. ସ୍ମୃତି ରଂଜନ ଲେଙ୍କାପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକସମ୍ମିଳନୀରେ ଅଖିଳ ଭାରତୀୟ ଯୁବକଂଗ୍ରେସ ସଂପାଦକ ତଥା ଓଡିଶାପ୍ରଭାରୀ ରିଆଜୁଲ୍ ଅନସାରୀ, ଅଖିଳଭାରତୀୟ ଯୁବ କଂଗ୍ରେସ ମୁଖପାତ୍ରୟଶ୍ ଚୌଧୁରୀ, ପ୍ରଦେଶ ଯୁବକଂଗ୍ରେସ ମୁଖପାତ୍ର ଅଜୟ କୁମାରସାହୁ, ନଳିନୀକାନ୍ତ ନାୟକ, ସଂକୁନାକହଁର, ମହମ୍ମଦ ଅଲିମ୍, ରଂଜିତ୍ ପାତ୍ର,ଆର୍ଯ୍ୟବୀର ଲେଙ୍କା, ଅମି୍ରତା ଦାସ,ସୁମିତ୍ରା ଜେନା, ଆଶୁତୋଷ ଲେଙ୍କା,ସୁନିଲ୍ କୁମାର ମାଟିଆ, ବିଶ୍ୱରଂଜନଦାସ, ବବିତା ବଡପଣ୍ଡା, ପି୍ରୟାଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ ।