20.1 C
Bhubaneswar
Sunday, November 29, 2020

ଗୁରୁଙ୍କୁ ନମଣିବ ନର

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଶିକ୍ଷକ ତାଲିମ୍ ମହାବିଦ୍ୟାଳୟରେଜଣେ ଶିକ୍ଷା ନବିଶ ଶୁଣୁଥାଏ ଯେ ଶିକ୍ଷକସମାଜକୁ ଅନନ୍ତକାଳ ପାଇଁ ପ୍ରଭାବିତକରେ । ଶିକ୍ଷକ ପ୍ରଭାବର ଅନ୍ତ ଘଟେନାହିଁ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କଭାଷାରେ କହିବାକୁ ଗଲେ ଜଣେ ଶିକ୍ଷକ,ଲଙ୍କାରେ ଥାଇ ମଧ୍ୟ ନିଜ ଛାତ୍ରର ଚରିତ୍ରନିର୍ମାଣ କରିଥାଏ । ତେଣୁ ସମାଜକୁଶିକ୍ଷକର ଅବଦାନ ପାଇଁ ସେ ସବୁକାଳରେ ଓ ସର୍ବତ୍ର ପୂଜିତ କାରଣ ଶ୍ରେଣୀଗୃହରେ ଶିକ୍ଷକ ଛାତ୍ରକୁ ନିର୍ମାଣ କରେ ।କୋଠରି ଶିକ୍ଷକା କମିଶନ ଦସ୍ତାବିଜରପ୍ରଥମ ଅଧ୍ୟାୟ ପ୍ରଥମ ବାକ୍ୟରେଲେଖାଅଛି ଭବିଷ୍ୟତ ଭାରତଶ୍ରେଣୀଗୃହରେ ପ୍ରତିଦିନି ନିର୍ମାଣ ହେଉଛି ।ଦୁଇ ହଜାର କୋଡ଼ିଏର ଶିକ୍ଷାନୀତିରଶିକ୍ଷକ ସମ୍ପର୍କୀୟ ଲେଖାର ପ୍ରଥମବାକ୍ୟରେ ରହିଛି ଯେ ଛାତ୍ରର ଭବିଷ୍ୟତକୁନିର୍ମାଣ କରୁଥିବା ଶିକ୍ଷକ ହିଁ ଦେଶରଭବିଷ୍ୟତ ।ସମାଜରେ ଅନ୍ୟ ଜୀବିକାରେପ୍ରତିବଦ୍ଧତା ସମର୍ପଣ ଭାବ ନିଷ୍ଠା ସାଧୁତାଓ ସମ୍ବେଦନଶୀଳତା ଯେତିକି ଆବଶ୍ୟକତାହା ତୁଳନାରେ ଶିକ୍ଷକତା କ୍ଷେତ୍ରରେତାହା ଅଧିକ ଆବଶ୍ୟକ । ପିତାମାତା,ଅଭିଭାବକ ଯେଉଁ ଆଶା ଆକାଙ୍କ୍ଷା ଓସ୍ୱପ୍ନ ନେଇ ପିଲାଟିକୁ ବିଦ୍ୟାଳୟକୁପଠାଇଥାଆନ୍ତି ତାକୁ ସାକାର କରିବାରଦାୟିତ୍ୱ ଶିକ୍ଷକର । ତେଣୁ ଶିକ୍ଷକତା ଏକସାଧାରଣ ବୃତି ନୁହେଁ ତାହା ଏକ ପବିତ୍ରଓ ମହାନ୍ ବ୍ରତ । ଶିଶୁଟିଏ ଶିକ୍ଷାୟତନରେଠିକ୍ ଭାବରେ ଗଢ଼ା ହୋଇ ନ ପାରିଲେଗୋଟିଏ ପିଢ଼ୀ ନଷ୍ଟ ହୋଇଯାଏ ।ସେଥିପ୍ରତି ସର୍ବଦା ସଚେତନ ରହିବାଶିକ୍ଷକର ପରମ କର୍ତବ୍ୟ ।ଜଣେ ରାଜମିସ୍ତ୍ରୀ ଚଟାଣଟିଏ ତିଆରିକରିବାର ଦାୟିତ୍ୱ ନେଇ ଯଦି ତାହା ଠିକ୍ଭାବରେ ତିଆରି କରି ନ ଥାଏ ପରେସେ ଚଟାଣ ଯେପରି ବ୍ୟବହାରଉପଯୋଗୀ ହୁଏନାହିଁ । ଜଣେ ମହାରଣାକାରିଗର ଠିକ୍ ଭାବରେ ଚଉକିଟିଏ ତିଆରିକରିନଥିଲେ ସେ ଚଉକି ଯେପରି ବସିବାଉପଯୋଗୀ ହୁଏନାହିଁ, ସେହିପରିବିଦ୍ୟାଳୟରେ ବିଦ୍ୟାର୍ଥୀ ଠିକ୍ ଭାବରେତିଆରି ନ ହେଲେ ସେହି ମାନବ ସମ୍ବଳଅକାମୀ ହୋଇ ସମାଜ ପ୍ରତି ଅନେକସମୟରେ ବୋଝରେ ପରିଣତହୋଇଯାଏ । କୌଣସି କାଳରେ ଜଣେଶିକ୍ଷକ ଶିକ୍ଷକତା କାଳରେ ଅର୍ଜନ କରିଥିବାକୋଠାବାଡ଼ି ଟଙ୍କାପଇସା ସୁନାଗହଣାବେଶଭୂଷା ପାଇଁ ସମାଜ ତରାଜୁରେତଉଲା ଯାଏ ନାହିଁ; କ୍ଷିକତାର ଜ୍ଞାନ ପାଇଁଶିକ୍ଷାପ୍ରତି ସମର୍ପଣ ଭାବ ଓ ପ୍ରତିବଦ୍ଧତାପାଇଁ ଓ ଛାତ୍ର ପ୍ରତି ତା’ର ସମ୍ବେଦନଶୀଳତାପାଇଁ ସମାଜ ଦ୍ୱାରା ସମ୍ମାନିତ ହୁଏ । ଛାତ୍ରପାଇଁ ଶିକ୍ଷକ ଆଦର୍ଶ ଅଟେ । ସମାଜରଦିଗବାରେଣୀ, ଧ୍ରୁବତାରା । ଶ୍ରେଣୀଗୃହରେପଚାଶ ପିଲାଙ୍କ ଆଖି ସବୁବେଳେ ଶିକ୍ଷକଉପରେ ପହଁରି ବୁଲୁଥାଏ । ଶିକ୍ଷକରଚାଲିଚଳଣୀ ଆଚାର ବ୍ୟବହାର କଥାବାର୍ତାଛାତ୍ରକୁ ଗଭୀର ଭାବରେ ପ୍ରଭାବିତ କରେ ।ଶିକ୍ଷକ ନିଜେ ନିଜର ଆଦର୍ଶ ଓ ସମାଜପାଇଁ ଆଦର୍ଶର ସ୍ରଷ୍ଟା । ସମାଜ ଜୀବନକୁସ୍ୱାଦକର କରିବା ପାଇଁ ଶିକ୍ଷକ ଲୁଣସଦୃଶ । ଯେପରି ଲୁଣ ତା’ର ଲବଣତ୍ୱହରାଇଲେ ତାକୁ କେହି ଲବଣତ୍ୱଦେଇପାରିବ ନାହିଁ, ସେହିପରି ଶିକ୍ଷକତା’ର ଆଦର୍ଶ ହରାଇଲେ, ସମାଜରଆଇନକାନୁନ ଓ ଅଧିକ ଦରମା ଭତ୍ତାତାକୁ ଆଦର୍ଶ କରିପାରିବ ନାହିଁ ।ବିଦ୍ୟାଳୟରେ ଛାତ୍ର ଥିବା ଅବସ୍ଥାରେଶିକ୍ଷକର ଭାଷା ଓ ଶବ୍ଦ ଓ ବାକ୍ୟ ସବୁକୁସେ ବିଦ୍ୟାଳୟ ଛାଡ଼ିଲେ ମଧ୍ୟ ତାହାକୁବହନ କରିନିଏ । ଜଣେ ଶିକ୍ଷକର ମଟରଗାଡ଼ି ନ ଥିଲେ ମଧ୍ୟ ଛାତ୍ରର ହୃଦୟଶିକ୍ଷକର ସ୍ମୃତିକୁ ବହନ କରି ଚାଲିଥାଏ ।ସେକଥା ପରିବାରରେ ସ୍ତ୍ରୀ ପୁଅ ଝିଅଙ୍କୁକହିଥାଏ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟସହକର୍ମୀମାନଙ୍କ ମଧ୍ୟରେ ସେ ତାହାଆଲୋଚନା କରେ । ମୃତୁ୍ୟ ପର୍ଯ୍ୟନ୍ତଶିକ୍ଷକର ସ୍ମୃତିକୁ ସାଇତି ରଖେ ।ଶିକ୍ଷକ ମଧ୍ୟରେ ଥିବା ସ୍ୱାଭିମାନୀଚେତନା ଛାତ୍ର ମଧ୍ୟକୁ ସଂଚରିତ ହୁଏ ।ଏହି ସ୍ୱାଭିମାନୀ ଓ ଚେତନା ଛାତ୍ରକୁଭବିଷ୍ୟତରେ ଏକ ସ୍ୱାଭିମାନୀନାଗାରିକରେ ପରିଣତ କରେ ।ଆତ୍ମପ୍ରତ୍ୟୟ ଶୂନ୍ୟ ଶିକ୍ଷକ, ନିଜକୁ ଦୁର୍ବଳଅସହାୟ ମନେ କରୁଥିବା ଶିକ୍ଷକଆତ୍ମପ୍ରତ୍ୟୟ ଶୂନ୍ୟ ଛାତ୍ର ତିଆରି କରେ ।ଯୁକ୍ତରାଷ୍ଟ୍ର ଆମେରିକାରେ ଏ ପର୍ଯ୍ୟନ୍ତରହିଆସିଥିବା ରାଷ୍ଟ୍ରପତିମାନଙ୍କ ମଧ୍ୟରେସର୍ବଶ୍ରେଷ୍ଠ ରାଷ୍ଟ୍ରପତି ଭାବରେ ବିବେଚିତଆବ୍ରାହାମ୍ଲିଙ୍କନ ତାଙ୍କ ସନ୍ତା ପଢ଼ୁଥିବାବିଦ୍ୟାଳୟର ଶିକ୍ଷକଙ୍କୁ ଏକ ଚିଠିମାଧ୍ୟମରେ କିପରି ତାଙ୍କ ସନ୍ତାନମଧ୍ୟରେ ସ୍ୱାଭିମାନ ଓ ଆତ୍ମପ୍ରତ୍ୟୟ ଭାବସୃଷ୍ଟି କରିବା ପ୍ରଥମେ ଆବଶ୍ୟକ ତାହାସେହି ଚିଠି ମାଧ୍ୟମରେ ଲେଖିଥିଲେ ।ସେ ଲେଖିଥିଲେ ଶିକ୍ଷକ ତାଙ୍କ ପିଲାକୁଏପରି ଶିକ୍ଷା ଦିଅନ୍ତୁ ଯେପରିକି ଅସତ୍ଉପାୟରେ କୃତକାର୍ଯ୍ୟ ହେବା ଅପେକ୍ଷାସତ୍ ଉପାୟ ଅବଲମ୍ବନରେଅକୃତକାର୍ଯ୍ୟ ହେବାକୁ ପୁଅ ଶ୍ରେୟସ୍କରମନେକରୁ । ଅସତ୍ ଉପାୟରେ ଦଶପଇସା ରୋଜଗାର କରିବା ତୁଳନାରେସତ୍ ଉପାୟରେ ଗୋଟିଏ ପଇସାରୋଜଗାର କରିବା ଶିକ୍ଷା ଲାଭ କରୁ ।ଅନ୍ୟାୟ କରି ଜିତିବା ତୁଳନାରେନ୍ୟାୟରେ ଥାଇ ହାରିଯିବା ମଧ୍ୟରୁ ସେଆନନ୍ଦ ପାଇବା ପାଇଁ ଶିକ୍ଷା କରୁ ।ପିତାମାତାଙ୍କ ତୁଳନାରେ ପଲାଟିଉପରେ ଶିକ୍ଷକର ପ୍ରଭାବ ଯେ ଅଧିକତାହା ହୃଦ୍ବୋଧ କରି ଆବ୍ରାହାମ୍ଲିଙ୍କନ ଶିକ୍ଷକଙ୍କୁ ଚିଠିଟି ଲେଖିଥିଲେ ।ବିଶ୍ୱର ବହୁ ମହାମାନବ ସେମାନଙ୍କଜୀବନରେ ଶିକ୍ଷକଙ୍କ ପ୍ରଭାବରୁସେମାନଙ୍କୁ ଜୀବନକୁ ଭବତରକରିଥାଆନ୍ତି ।ନେତାଜୀ ସୁଭାଷ ଚନ୍ଦ୍ର ବୋଷକଟକ ରେଭେନ୍ସା ବିଦ୍ୟାଳୟରେପଢ଼ୁଥିବା ସମୟରେ ତାଙ୍କ ଜୀବନସେହି ବିଦ୍ୟାଳୟର ଶିକ୍ଷକ ବାବୁବେଣୀ ମାଧବ ଦାସଙ୍କ କଥାବାର୍ତ୍ତାଚାଲିଚଳନ ସ୍ନେହ ଶ୍ରଦ୍ଧା ଦ୍ୱାରା କିପରିପ୍ରଭାବିତ ହୋଇଥିଲା ତାହାମନେପକାଇ ସେ ତାଙ୍କଆତ୍ମଜୀବନୀରେ ଶିକ୍ଷକ ବାବୁ ବେଣୀମାଧବ ଦାସ ଶୀର୍ଷକ ଅଧ୍ୟାୟରେଯେପରି ବର୍ଣ୍ଣନା କରିଛନ୍ତି ତାହାପ୍ରତ୍ୟେକ ଶିକ୍ଷକ ପଢ଼ିବା ଆବଶ୍ୟକ ।ବାବୁ ବେଣୀ ମାଧବ ଦାସଙ୍କରଶିକ୍ଷକତା ପ୍ରତି ପ୍ରଗାଢ଼ ନିଷ୍ଠାସମର୍ପଣଭାବ ଓ ଛାତ୍ରମାନଙ୍କ ପ୍ରତିସମ୍ବେଦନଶୀଳତା ଓ ଅମାପ ସ୍ନେହଦ୍ୱାରା ସୁଭାଷ କିପରି ପ୍ରଭାବିତହୋଇଥିଲେ ତାହା ସେହି ଅଧ୍ୟାୟରେବର୍ଣ୍ଣିତ ଅଛି ।ସେହିପରି ଏ ଦେଶର ଦ୍ୱିତୀୟପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ କାଶୀବିଦ୍ୟାପୀଠରେ ଛାତ୍ରାବସ୍ଥାରେ ଗୁରୁନିଷ୍କାମେଶ୍ୱର ମିଶ୍ରଙ୍କ ଦ୍ୱାରା କିପରିଦେଶସେବା କରିବା ପାଇଁ ଅନୁପ୍ରେରିତହୋଇଥିଲେ ତାହା ଶାସ୍ତ୍ରୀଜୀ ବିଭିନ୍ନସଭାରେ ବାରମ୍ବାର କହୁଥିଲେ ।ଆମର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନଅବଦୁଲ କାଲାମ୍ କିପରି ତାଙ୍କର ଶିକ୍ଷକପାଣ୍ଡାଲାଇ ସୋଲମନ ଓ ଶିବ ସୁବ୍ରମନିୟଆୟାର ଜୀବନ ଗଠନରେ ଛାତ୍ରମାନଙ୍କୁକିପରି ସହାୟତା କରୁଥିଲେ ସେକଥାକଲାମଙ୍କ ଆତ୍ମଜୀବନୀ ଅରାର ଡେଣାପୁସ୍ତକରେ ଉଲ୍ଲେଖ ଅଛି । ଯୁକ୍ତରାଷ୍ଟ୍ରଆମେରିକାର ବିଶିଷ୍ଟ ଲେଖକ ଅରନେଷ୍ଟହେମିଙ୍ଗୱେ (ଋବକ୍ସଦ୍ଭରଗ୍ଦଗ୍ଧଐବଜ୍ଞସଦ୍ଭଶଙ୍ଗବଚ୍ଚ) ନୋବେଲପୁରସ୍କାର ପାଇବାର ଖବର ଶୁଣିଲଶ ପରେତାଙ୍କ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କିପରିତାଙ୍କୁ ଅକ୍ଷର ଲେଖା ଶିକ୍ଷାଦାନ କରି ଭାଷାସାହିତ୍ୟ ପ୍ରତି ତାଙ୍କର ରୁଚି ସୃଷ୍ଟି କରିଥିଲେତାହା ମନେପକାଇ ସେ ଦିବଂଗତ ଶିକ୍ଷକଙ୍କଉଦେ୍ଦଶ୍ୟରେ ଚିଠି ଖଣ୍ଡିଏ ଲେଖିଥିଲେ ।ଆଜି ଜୀବନରେ ଅପରାହ୍ଣରେଉପସ୍ଥିତ ହୋଇଥିବା ଶିକ୍ଷକଟିଏ କୌଣସିସରକାରୀ କାର୍ଯ୍ୟାଳୟରେ ପହଞ୍ଚôଗଲେତା’ର ପ୍ରାକ୍ତନ ଛାତ୍ରଠାରୁ ସମ୍ମାନର ସହିତତା’ର କାର୍ଯ୍ୟଟି ସମ୍ପାଦନ କରିନିଏ,କୌଣସି ପ୍ରାକ୍ତନ ଛାତ୍ରରେ ବ୍ୟବସାୟସ୍ଥଳରେ ପହଞ୍ଚôଗଲି, ଶିକ୍ଷକର କାର୍ଯ୍ୟ ପ୍ରତିଅଗ୍ରାଧିକାର ପ୍ରଦର୍ଶନ କରିଥାଏ,ରୋଗାକ୍ରାନ୍ତ ଅବସ୍ଥାରେ ଡାକ୍ତରଖାନାରେପହଞ୍ଚôଗଲେ ଡାକ୍ତର ଆସନରେ ଥିବାପ୍ରାକ୍ତନ ଛାତ୍ରଟି ସେହି ଶିକ୍ଷକଙ୍କର ଯେପରିଚିକିତ୍ସା କରେ ତାହା ପ୍ରତିଦିନ ଦେଖିବାକୁପାଉ । ବାସ୍ତବରେ ଜଣେ ଶିକ୍ଷକ ସମାଜକୁଅନନ୍ତ କାଳ ପାଇଁ ପ୍ରଭାବିତ କରିଥାଏ ।

- Advertisement -ଗୁରୁଙ୍କୁ ନମଣିବ ନର

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୁରୁଙ୍କୁ ନମଣିବ ନର

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...