24 C
Bhubaneswar
Wednesday, November 25, 2020

ଆତ୍ମହତ୍ୟା ପ୍ରବଣ ବିଶ୍ୱ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଜନ୍ମଥିଲେ ମୃତୁ୍ୟ ଧୁ୍ରବ । ଏହିମୃତୁ୍ୟ ଭିନ୍ନ ଭିନ୍ନ ଉପାୟରେ ଆସେ ।ପ୍ରଥମଟି ହେଲା ସ୍ୱାଭାବିକ ମୃତୁ୍ୟ ଏବଂଦ୍ୱିିତୀୟଟି ଅକାଳ ବିୟୋଗ । ଏହା ସବୁଦୁର୍ଘଟଣା ବା ଆକସ୍ମିକ ଶ୍ରେଣୀର ।ଏଥିପାଇଁ ବାହ୍ୟ କାରଣ ଦାୟୀ । ଯେଉଁମୃତୁ୍ୟର କାରଣ ମଣିଷ ପାଇଁ ନିଜେ, ତାକୁକୁହନ୍ତି ଆତ୍ମହତ୍ୟା । ଏହା ଆଇନ୍ଅନୁସାରେ ଏକ ଅପରାଧ । ଆତ୍ମ ହତ୍ୟାରକାରଣ ନେଇଆତ୍ମଘାତକ କିଛି କାରଣଲିଖିତ ଆକାରେ ଛାଡ଼ି ଯାଇପାରେ ବାନପାରେ ।ନିକଟରେ ପ୍ରକାଶିତ ମିଳିତଜାତି ସଂଘର ସର୍ବେକ୍ଷଣରୁ ଜଣାପଡ଼ିଛିଯେ ପୃଥିବୀରେ ପ୍ରତି ୪ ସେକେଣ୍ଡ୍ରେଜଣେ ଆତ୍ମହତ୍ୟା କରେ । ଏମାନଙ୍କମଧ୍ୟରୁ ପ୍ରତି ୩ଜଣରେ ଜଣେଭାରତୀୟ ଅଛନ୍ତି । ଭାରତରେ ପ୍ରତିଦୁଇ ମିନିଟ୍ରେ ଜଣେଆତ୍ମହତ୍ୟା କରନ୍ତି । ଏହି ଆତ୍ମହତ୍ୟାର ପ୍ରମୁଖ କାରଣନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କୁହେ ଯେ,କୌଣସି କାରଣରୁ ବ୍ୟକ୍ତି ମାନସିକଚାପ ଏବଂ ସାମାଜିକ ପ୍ରତିବନ୍ଧକ ତଥାପ୍ରଚେଷ୍ଟାରେ ବିଫଳତା ଏହାର କାରଣସବୁବୋଲି ଜଣାପଡ଼ିଛି । ତେବେଗଣମାଧ୍ୟମରେ ଆତ୍ମହତ୍ୟା ଖବରବାରମ୍ବାର ପ୍ରକାଶ ପାଇବା ଦ୍ୱାରା ତାହାଅନ୍ୟମାନଙ୍କୁ ଏଭଳି କରିବାରେପ୍ରୋସôାହନ ଦେଉଛି ବୋଲି ସେସର୍ବେକ୍ଷଣ ମଧ୍ୟ କୁହେ । ଦୃଷ୍ଟାନ୍ତ ସ୍ୱରୂପସାମାଜିକ ପ୍ରତିବନ୍ଧକ କାରଣରୁପ୍ରେମୀଯୁଗଳ ଆତ୍ମହତ୍ୟା କରିବା,ଫସଲ ହାନୀ କାରଣରୁ କୃଷକମାନେଆତ୍ମହତ୍ୟା କରିବା, କୌଣସି ବଦନାମ୍,ନିର୍ଯ୍ୟାତନା ବା ଅସହ୍ୟ ପାରିବାରିକକାରଣରୁ ମଧ୍ୟ ଅନେକ ଆତ୍ମହତ୍ୟାକରିଥାଆନ୍ତି । ଏହାବ୍ୟତୀତ ଅସୁସ୍ଥତା,ଆର୍ଥିକ ସଂକଟ, ଦାରିଦ୍ର୍ୟ ଓ ଯୌତୁକନିର୍ଯ୍ୟାତନା ଇତ୍ୟାଦି କାରଣମାନ ଅଛି । ଗତ ୧୦ବର୍ଷଧରି ୧୭୨ଟିଦେଶକୁ ନେଇ ଗବେଷଣା କରିବାରେଏ ତଥ୍ୟ ଜଣାପଡ଼ିଛି ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାର୍ଗରେଟ୍ଚୀନ ପ୍ରକାଶ କରିଛନ୍ତି । ଏହିତଥ୍ୟଅନୁସାରେ କେବଳ ଭାରତରେ୨.୫ଲକ୍ଷ ଆତ୍ମହତ୍ୟା କରିଛନ୍ତି ।ପୁନଶ୍ଚ ତାଙ୍କ ମତେ ଅଧିକ ଆୟକାରୀଦେଶରେ ପ୍ରତି ଏକଲକ୍ଷରେ ଆତ୍ମହତ୍ୟା୧୨.୭ ଥିବାବେଳେ ନିମ୍ନ ମଧ୍ୟବିତ୍ତଆୟକାରୀ ଦେଶରେ ଏହି ସଂଖ୍ୟା ୧ଲକ୍ଷ ପ୍ରତି ୧୧.୨ । ଭାରତ ସମତେଇଣ୍ଡୋନେସିଆ, ନେପାଳ ଓଉତ୍ତରକୋରିଆରେ ଆତ୍ମହତ୍ୟା ହାରଏହାଠାରୁ ଅଧିକ ବୋଲି ଉଲ୍ଲେଖ ଅଛି ।ସାରାବିଶ୍ୱରେ ପ୍ରତିବର୍ଷ ପ୍ରାୟଆଠଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତିଏବଂ ସେମାନଙ୍କ ମଧ୍ୟରୁ କେବଳଭାରତରେ ହେଉଛି ୧ ଲକ୍ଷ ୩୫ହଜାର ଅର୍ଥାତ୍ ୧୭% । ୧୯୮୭ରେଦେଶର ପ୍ରତି ଏକଲକ୍ଷରେ ୭.୯ଜଣଆତ୍ମହତ୍ୟା କରୁଥିବାବେଳେ ୨୦୦୭ବେଳକୁ ଏହିମାତ୍ରା ବଢ଼ି ୧୦.୩ରେପହଞ୍ଚôଛି । ଏହି ତଥ୍ୟ ଅନୁଯାୟୀ୨୦୧୨ ମସିହାରେ ଭାରତରେ୧,୮୫,୦୯୫ ପୁରୁଷ ଓ୯୯,୯୭୭ ମହିଳା ଆତ୍ମହତ୍ୟା କରିଛନ୍ତି । ପୁରୁଷ ଓ ସ୍ତ୍ରୀ ଅନୁପାତରେ ଏହା ୨:୧ । ବର୍ତ୍ତମାନ ଏକ ଲକ୍ଷପ୍ରତି ଆତ୍ମହତ୍ୟାହାର ୨୧ ଜଣ । ଜଣା ପଡ଼ିଛି ଯେ,ଭାରତର ଦକ୍ଷିଣ ଓ ପୂର୍ବାଞ୍ଚଳରାଜ୍ୟଗୁଡ଼ିକରେ ଆତ୍ମହତ୍ୟା ହାରସର୍ବାଧିକ । ୨୦୧୨ରେ ଦେଶରେହୋଇଥିବା ମୋଟ୍ ଆତ୍ମହତ୍ୟାର ୧୨.୫%କେବଳ ତାମିଲ୍ନାଡ଼ୁରେ ହୋଇଥିଲା ।ଏହା ପଛକୁ ମହାରାଷ୍ଟ୍ର ୧୧.୯%,ପଶ୍ଚିମବଙ୍ଗ ୧୧% ଏବଂ ଏହାର ପରେଓଡ଼ିଶା ଅଛି ।୨୦୧୨ରେ ଦେଶରେମୋଟ୍ ଆତ୍ମହତ୍ୟାର ୩୩%ବିଷଖାଇବା ଦ୍ୱାରା ଘଟିଚି, ୩୧%ରଶି ଦେଇ ଓ ୯% ନିଜକୁକିରୋସିନୀ ବା ପେଟ୍ରୋଲ୍ ଢ଼ାଳିପୋଡ଼ିବା ଦ୍ୱାରା ଘଟିଛି । ଏହାବ୍ୟତୀତ ରେଳ ଲାଇନ୍ ତଳେଶୋଇ, ନଈ ବା ସମୁଦ୍ରକୁ ଡ଼େଇଁ,ନିଜକୁ ଗୁଳିକରି ବା ଭୁଷିଦେଇଅଥବା ସେହିଭଳି କିଛି ଭିନ୍ନଉପାୟରେ ଘଟୁଛି । କୃଷିରେବ୍ୟବହୃତ କୀଟନାଶକ ବିଷ ଖାଇ୩୦% ଆତ୍ମହତ୍ୟା କରୁଥିବାରୁସେଥିପାଇଁ ବିଶ୍ୱ ଉଦ୍ବେଗ ପ୍ରକାଶକରିଛି । ତେବେ ଅଧିକାଂଶ ଆତ୍ମହତ୍ୟାଯୁବ ଓ ବୟସ୍କମାନଙ୍କ ମଧ୍ୟରେ ଘଟୁଛିବୋଲି ଜଣା ପଡ଼ିଛି ।ଆଇନ୍ ଆଖିରେ ଆତ୍ମହତ୍ୟାଏକ ଅପରାଧ । ଧର୍ମଦୃଷ୍ଟିରୁ ଏହା ଏକମହାପାପ । ଆତ୍ମହତ୍ୟା ଏକ ପାପକାରଣରୁ ମୃତ ବ୍ୟକ୍ତିର ଆତ୍ମା ପ୍ରତିଏଥୁଅନ୍ତେ ଯମଦଣ୍ଡ ଲାଗେ । ତାରଅପ୍ରାକୃତିକ ବା ଅକାଳ ମୃତୁ୍ୟ କାରଣରୁତାକୁ ସଂଗେ ସଂଗେ ପରଜନ୍ମ ମିଳେନାହିଁ । ତା ଜୀବଦଶାରେ ବାକିଥିବାଅବଶିଷ୍ଟ କାଳଯାଏଁ ସେ ପ୍ରେତାତ୍ମା ହୋଇଘୁରିବୁଲେ । ତା’ର ପୁନଶ୍ଚ ଜନ୍ମ ସମୟଆସିନଥିବାରୁ କୌଣସି ମାତୃଗର୍ଭ ତା’ପାଇଁଖାଲି ନଥାଏ । ଏହା ଉଭୟ ଈଶ୍ୱର ଓଯମପାଇଁ ସମସ୍ୟା ସୃଷ୍ଟିକରେ । ତା’ପାଇଁମୋକ୍ଷ ନାହିଁ । ଆତ୍ମହତ୍ୟା ପାଇଁ ବ୍ୟକ୍ତିଗତକାରଣ ଯେତିକି ଦାୟୀ ସମପରିମାଣସାମାଜିକ ଚଳଣି, ପ୍ରଚଳିତ ଆଇନ୍ ,ଆମର ଅନ୍ଧବିଶ୍ୱାସ ଓ କୁସଂସ୍କାର, ମଧ୍ୟଦାୟୀ । ଅନେକ ସାମାଜିକ କଟକଣା,ମାନସିକ ଚାପ ତଥା ଜୀବନର ବିପରୀତଧର୍ମୀ କାର୍ଯ୍ୟକଳାପରୁ ମୁକ୍ତି ନେଇପାରିଲେଅନ୍ତତଃ ଆତ୍ମହତ୍ୟାର ହାର ହ୍ରାସକରାଯାଇପାରେ । ଅନ୍ୟଥା ଏହାସମୟକୁ ଭୟଙ୍କର ରୂପ ଧାରଣ କରିପାରେ । ଏଣୁ ଏହାର ସମସ୍ୟା ଖୋଜି ତାହାରନିରାକରଣ ବେଳହୁଁ କରିପାରିଲେ, ସବୁଠୁଭଲ ହେବ ।

- Advertisement -ଆତ୍ମହତ୍ୟା ପ୍ରବଣ ବିଶ୍ୱ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆତ୍ମହତ୍ୟା ପ୍ରବଣ ବିଶ୍ୱ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...