18 C
Bhubaneswar
Tuesday, November 24, 2020

ପରିବେଶ ପର୍ଯ୍ୟଟନ ଖୋଲିବାକୁ ଅନୁରୋଧ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର,୧୦ା୯(ନି.ପ୍ର.):ଆସନ୍ତା ଅକ୍ଟୋବର ପହିଲାରୁ ରାଜ୍ୟରପରିବେଶ ପର୍ଯ୍ୟଟନସ୍ଥଳୀ ଗୁଡିକୁପର୍ଯ୍ୟାୟକ୍ରମେ ଖୋଲିବାପାଇଁ ଅନୁମତିଦେବାକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁଅନୁରୋଧ କରାଯାଇଛି । ଗତ ମାସରେଇକୋ-ରିଟି୍ରଟ ଆୟୋଜନ ପାଇଁ ଅନୁଷ୍ଠିତଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀଏଭଳି ଅନୁମତି ଲୋଡାଯାଇଛି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେଗତମାସରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟବୈଠକରେ ପରିବେଶ ପର୍ଯ୍ୟଟନ ଉପରେବିସ୍ତୃତ ଆଲୋଚନା ହୋଇଥିଲା । ତଦନୁଯାୟୀଅକ୍ଟୋବର ପହିଲାରୁ ପର୍ଯ୍ୟାୟକ୍ରମେରାଜ୍ୟରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ଗୁଡିକୁଖୋଲିବାପାଇଁ ଅନୁମତି ଦେବାକୁ ବନ୍ୟପ୍ରାଣୀମୁଖ୍ୟାଳୟ କହିଛି । ପ୍ରଥମ ପର୍ଯ୍ୟାୟରେଭିତରକନିକାର ଡାଙ୍ଗମାଳ, ଚନ୍ଦକାରଡେରାସ, ଚିଲିକାର ମଙ୍ଗଳାଯୋଡି,ମହାନଦୀ/ସାତକୋଶିଆର ବଡମୂଳ,ହୀରାକୁଦର ଦେବ୍ରୀଗଡ,ବାଲିଗୁଡାର ମଣ୍ଡସାରୁ ଓସାତକୋଶିଆର ଛୋଟେଲ, ତରଭାଏବଂ ବାଘମୁଣ୍ଡ ଆଦି ଖୋଲିବାକୁଅନୁରୋଧ କରାଯାଇଛି ।ଏହିସବୁ ପରିବେଶ ପର୍ଯ୍ୟଟନ ଗୁଡିକଖୋଲିଲେ ଏଠାକୁ ଦେଶୀୟପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଏଠାରେଉଲ୍ଲେଖ କରାଯାଇପାରେ ଯେ କରୋନାପରବର୍ତ୍ତୀ ସମୟରେ ରାଜ୍ୟର ପର୍ଯ୍ୟଟନକ୍ଷେତ୍ରକୁ ସଜାଡିବାପାଇଁ ସରକାର ପଡୋଶୀରାଜ୍ୟର ପର୍ଯ୍ୟଟକମାନଙ୍କ ଉପରେଫୋକସ କରୁଛନ୍ତି । ପଡୋଶୀ ଛତିଶଗଡ,ଝାଡଖଣ୍ଡ, ପଶ୍ଚିମବଙ୍ଗ ସହିତ ରାଜ୍ୟଭିତରର ପର୍ଯ୍ୟଟକମାନେ ଯେଭଳି ଅଧିକସଂଖ୍ୟାରେପର୍ଯ୍ୟଟନସ୍ଥଳୀକୁ ଆସିବେସେଥିପାଇଁ ସ୍ୱତନ୍ତ୍ରଯୋଜନା ପ୍ରସ୍ତୁତ ହେଉଛିା ବିଶେଷକରିପର୍ଯ୍ୟଟକମାନଙ୍କୁପରିବେଶ ପର୍ଯ୍ୟଟନ ଓରାସ୍ତାପାଶ୍ୱର୍ ପର୍ଯ୍ୟଟନ ପ୍ରତିଆକୃଷ୍ଟ କରିବାଲାଗି ସରକାର ପଦକ୍ଷେପଗ୍ରହଣ କରୁଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେଯେ କରୋନା ମହାମାରୀ ରାଜ୍ୟରେଦେଖାଦେବାପରେ ସଂକ୍ରମଣ ଭୟରେପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିଛି ।ଏଥିଯୋଗୁଁ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତଲୋକେ ନିଜର କାମଧନ୍ଦା ହରାଇଛନ୍ତି ।ଏହାର ପ୍ରତିକୂଳ ପ୍ରଭାବ ବି ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ ପଡିଛି । ତେଣୁ ପର୍ଯ୍ୟଟନଶିଳ୍ପକୁ କିଭଳି ତାହାର ପୂର୍ବାବସ୍ଥାକୁ ଫେରାଇଅଣାଯାଇ ପାରିବ ସେଥିପାଇଁ ସରକାରବିଭିନ୍ନ ପଦକ୍ଷେପ ହାତକୁ ନେଉଥିବାବେଳେପରିବେଶ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁଖୋଲିବାପାଇଁ ଜଙ୍ଗଲ ଓ ପରିବେଶବିଭାଗକୁ ଏଭଳି ଅନୁମତି ମଗାଯାଇଥିବାଜଣାପଡିଛି ।

- Advertisement -ପରିବେଶ ପର୍ଯ୍ୟଟନ ଖୋଲିବାକୁ ଅନୁରୋଧ

More articles

LEAVE A REPLY

Please enter your comment!
Please enter your name here

- Advertisement -ପରିବେଶ ପର୍ଯ୍ୟଟନ ଖୋଲିବାକୁ ଅନୁରୋଧ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...