27 C
Bhubaneswar
Wednesday, September 23, 2020

ପିତୃ ତର୍ପଣର ପର୍ବ ପିତୃପକ୍ଷ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭାରତୀୟ ସଂସ୍କୃତି ଉସôବ ଏବଂ ଶ୍ରଦ୍ଧାପ୍ରଧାନ ସଂସ୍କୃତି । ବର୍ଷର ପ୍ରତି ମାସରେକିଛି ନା କିଛି ଉସôବ ରହିଛି ଯେଉଁଥିରେଧାର୍ମିକତା ତ ରହିଛି ଏଥିସହିତ ମନୁଷ୍ୟରସଂସ୍କାର ଉପରେ ଏହାର ପ୍ରଭାବ ମଧ୍ୟରହିଛି । ଏବେ ଆଶ୍ୱିନ ମାସ ଚାଲିଛି ।ଏହି ମାସର ପ୍ରଥମ ପକ୍ଷ ଶ୍ରାଦ୍ଧ ପକ୍ଷ ବାପିତୃପକ୍ଷ ଭାବରେ ବିଦିତ । ଏହି ପକ୍ଷ ବା୧୫ଦିନରେ ସନାତନଧର୍ମାବଲମ୍ବୀମାନେ ନିଜ ପିତୃପୁରୁଷଙ୍କଉଦେ୍ଦଶ୍ୟରେ ତର୍ପଣ କରିଥାନ୍ତି ଏବଂପିତୃପୁରୁଷଙ୍କ ଶ୍ରାଦ୍ଧ କରିଥାନ୍ତି । ସନାତନସଂସ୍କୃତିରେ ମାନ୍ୟତା ରହିଛି ଯେମନୁଷ୍ୟର ଯେଉର୍ ଭାବାତ୍ମକ ଋଣ ରହିଛିସେଥିମଧ୍ୟରୁ ପିତୃ ଋଣ ଅନ୍ୟତମ । ପିତୃଋଣ ପରିଶୋଧ କରିବା ପାଇଁ ମନୁଷ୍ୟଶ୍ରାଦ୍ଧ ପକ୍ଷରେ ପିତୃ ପୁରୁଷଙ୍କ ସ୍ମୃତିରେଶ୍ରାଦ୍ଧ, ତର୍ପଣ କରିଥାନ୍ତି । ମହର୍ଷିବେଦବ୍ୟାସ ଉତ୍ତର ମିମାଂଶାରେ ଶ୍ରାଦ୍ଧସମ୍ପର୍କରେ ଲେଖିଛନ୍ତି ଯେ “ବ୍ୟତିରେସଦ୍ଭାବା ଭାବିତ୍ୱାନଂ ତୁଫଳ ଦିବତ୍”ଅର୍ଥାତ୍ ଶରୀର ଠାରୁ ଆତ୍ମା ଭିନ୍ନ ଅଟେକାରଣ ଶରୀରରେ ଆତ୍ମା ବିଦ୍ୟମାନ ହୋଇମଧ୍ୟ ସେ ଅଦୃଶ୍ୟ ଓ ଅସ୍ପୃଶ୍ୟ ଭାବରେରହିଥାଏ । ଆତ୍ମାର ଗତି ମଧ୍ୟ ବହୁତ ସୂକ୍ଷ୍ମ ।ଏହା ଲୋକାନ୍ତର ପର୍ଯ୍ୟନ୍ତ ଗମନ କରିନିଜର ସଂକଳ୍ପ ଅନୁସାରେ ଶରୀରକୁ ମଧ୍ୟଧାରଣ କରିଥାଏ । କହିବାର ଅଭିପ୍ରାୟହେଉଛି ଜୀବ ବା ମନୁଷ୍ୟ ଦେହ ତ୍ୟାଗକରିବା ପରେ ଯେଉଁ ନୂଆ ଶରୀର ଧାରଣକରିଥାଏ ତାହା ଆତ୍ମାର ସଂକଳ୍ପର କାରଣରୁହିଁ ହୋଇଥାଏ । ଭାରତୀୟ ଦର୍ଶନ ଶାସ୍ତ୍ରରେଉଲ୍ଲେଖ ରହିଛି ଯେ ଶରତ ଋତୁର ଆଶ୍ୱିନମାସର କୃଷ୍ଣ ପକ୍ଷରେ ଗ୍ରହମାନଙ୍କର ସ୍ଥିତିପିତରଗଣ ନିଜ ନିଜର ବଂଶଜମାନଙ୍କରପାଥେୟ ବା ସହଯୋଗ ଶ୍ରଦ୍ଧା ପାଇବାପାଇଁ ଅନୁକୂଳ ହୋଇଥାଏ । ଏହି ପ୍ରକି୍ରୟାରନାମ ହେଉଛି ଶ୍ରାଦ୍ଧ ।ଶ୍ରାଦ୍ଧକୁ ପିତୃପୁରୁଷଙ୍କଉଦେ୍ଦଶ୍ୟରେ ଯଜ୍ଞ ବୋଲି ମଧ୍ୟ କୁହାଯାଏ ।କୁର୍ମ ପୁରାଣରେ କୁହାଯାଇଛି ଯେ ଯେଉଁବ୍ୟକ୍ତି ଶାନ୍ତ ମନରେ ବିଧିପୂର୍ବକ ଶ୍ରାଦ୍ଧକରିଥାଏ ତାର ସମସ୍ତ ପାପ ଦୂରେଇ ଯାଏ ।ପିତୃପକ୍ଷରେ ଦିଆଯାଉଥିବା ଶ୍ରାଦ୍ଧକୁମହାଳୟା ଶ୍ରାଦ୍ଧ ବୋଲି କୁହାଯାଏ ।ବୈଦିକ କାଳରୁ ଏହି ପରମ୍ପରାଚାଲିଆସିଛି । ବାଲ୍ମୀକି ରାମାୟଣରେସୀତାଙ୍କ ଦ୍ୱାରା ଦିଆଯାଇଥିବା ପିଣ୍ଡଦାନକାରଣରୁ ଦଶରଥଙ୍କ ଆତ୍ମା ମୋକ୍ଷପ୍ରାପ୍ତିହୋଇଥିବା କଥା ଉଲ୍ଲେଖ ରହିଛି । ଶ୍ରାଦ୍ଧମୁଖ୍ୟତଃ ନିଜର ଅସ୍ତିତ୍ୱରେ, ନିଜର ମୂଳସହ ସଂଯୋଗ ସ୍ଥାପନ କରିବା ଏବଂନିଜର ଜଡ଼ ସହିତ ଜଡ଼ିତ ହେବା, ତାକୁଚିହ୍ନିବା ଓ ସମ୍ମାନ ଦେବାର ସାମାଜିକପ୍ରକି୍ରୟା । ପ୍ରତ୍ୟେକ ବ୍ୟକ୍ତିର ତିନି ପୂର୍ବଜଯଥା ପିତା, ପିତାମହ ଓ ପ୍ରପିତାମହଙ୍କୁ ବସୁ,ରୁଦ୍ର ଏବଂ ଆଦିତ୍ୟ ବୋଲି ଗ୍ରହଣକରାଯାଇଥାଏ । ଶ୍ରାଦ୍ଧ ସମୟରେଏହିମାନଙ୍କୁ ସବୁ ପୂର୍ବଜଙ୍କ ପ୍ରତିନିଧିବୋଲିଗ୍ରହଣ କରାଯାଏ । ଶ୍ରାଦ୍ଧର ଶାଦ୍ଦିକ ଅର୍ଥହେଉଛି ଯାହା ଶ୍ରଦ୍ଧାରେ ଦିଆଯାଏ ।ସଂସ୍କୃତରେ ଉଲ୍ଲେଖ ରହିଛି, “ଶ୍ରଦ୍ଦୟାଦୀୟତେ ଯତ୍ ତତ୍ ଶ୍ରାଦ୍ଧମ୍” । ମାନ୍ୟତାରହିଛି ଯେ ଶ୍ରାଦ୍ଧ ପରେ ପିତୃପୁରୁଷଙ୍କ ପାଇଁତର୍ପଣ କରାଗଲେ, ବ୍ରାହ୍ମଣ ଭୋଜନକରାଗଲେ ବର୍ଷସାରା ପିତୃପୁରୁଷ ପ୍ରସନ୍ନରହିଥାନ୍ତି । ଶ୍ରାଦ୍ଧ ପକ୍ଷ ବା ପିତୃପକ୍ଷର ୧୫ଦିନ ଯାକ ତର୍ପଣ ଓ ଶ୍ରାଦ୍ଧ ପାଇଁ ଅନୁକୂଳଅଟେ । ବର୍ଷର ଯେକୌଣସି ମାସରେସ୍ୱର୍ଗବାସ କରିଥିବା ପିତୃପୁରୁଷଙ୍କ ପାଇଁପିତୃପକ୍ଷର ସେଇ ତିଥିରେ ଶ୍ରାଦ୍ଧ କରିବା କଥାଶାସ୍ତ୍ରରେ କୁହାଯାଇଛି । ପାରମ୍ପରିକ ଦୃଷ୍ଟିରେପିତା ବା ମାତାଙ୍କର ଯେଉଁ ତିଥିରେ ସ୍ୱର୍ଗବାସହୋଇଥାଏ ସେହି ତିଥିରେ ଶ୍ରାଦ୍ଧକରାଯାଇଥାଏ କିନ୍ତୁ ତର୍ପଣ ସବୁଦିନକରାଯାଇପାରେ । ଦେବତା ତଥା ଋଷିମାନଙ୍କସହିତ ପିତୃପୁରୁଷଙ୍କ ନାମରେ ଜଳ ପ୍ରଦାନ(ତର୍ପଣ) କରାଯାଇ ସେମାନଙ୍କୁ ତୃପ୍ତକରାଯିବାର ପରମ୍ପରା ରହିଛି । ଋକ୍ ବେଦରେଶ୍ରାଦ୍ଧ ବିଷୟରେ ଉଲ୍ଲେଖ କରାଯାଇଛି-“ଅଗ୍ନିଷଃ ଅଗ୍ନିସ୍ୱାତଃ ପିତର ଏତଗଛତଃ ସଦଃସଦଃ ସଦତଃ ସୁପ୍ରଣିୟତଃ ।” ଶାସ୍ତ୍ର ଅନୁସାରେପ୍ରତ୍ୟେକ ମାସର ଅମାବାସ୍ୟା ପିତୃପୁରୁଷଙ୍କପୁଣ୍ୟ ତିଥି ଅଟେ । କିନ୍ତୁ ଆଶ୍ୱିନ ମାସରଅମାବାସ୍ୟା ଦିନଟି ପିତୃପୁରୁଷଙ୍କ ପାଇଁ ଅଧିକଗୁରୁତ୍ୱ ବହନ କରିଥାଏ । ଏହି ଅମାବାସ୍ୟାପିତୃପୁରୁଷଙ୍କ ପାଇଁ ଅଧିକ ଫଳଦାୟୀ ।ସେହିପରି ନବମୀ ତିଥିର ମଧ୍ୟ ଅଧିକ ଗୁରୁତ୍ୱରହିଛି । ମାତାଙ୍କ ଶ୍ରାଦ୍ଧ ପାଇଁ ନବମୀତିଥିକୁ ଅଧିକ ଗୁରୁତ୍ୱ ଦିଆଯାଏ । ଗରୁଡ଼ପୁରାଣରେ ଉଲ୍ଲେଖ ରହିଛି ଯେ ଶ୍ରାଦ୍ଧକରିବା ପାଇଁ ଶ୍ରେଷ୍ଠ ସ୍ଥାନ ହେଉଛି ଗୟା ।ପିତୃପୁରୁଷଙ୍କ ମୁକ୍ତି ପାଇଁ ଗୟାରେ ଶ୍ରାଦ୍ଧବା ପିଣ୍ଡଦାନ କୁ ପରମ ପୁଣ୍ୟଦାୟୀବୋଲି କୁହାଯାଏ ।ଧର୍ମଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କୁଯେଉଁ ଗୃହସ୍ଥ ପିଣ୍ଡଦାନ କରେ ସେଦୀର୍ଘାୟୁ, ପୁତ୍ରପୌତ୍ରାଦି ଯୁକ୍ତ, ଯଶ ଓସ୍ୱର୍ଗ ପ୍ରାପ୍ତି କରିଥାଏ । ଲକ୍ଷ୍ମୀଙ୍କ ବରଦାନମଧ୍ୟ ପାଇଥାଏ । କୁହାଯାଏ ଯେ ପିତୃପୁରୁଷଙ୍କ କୃପାରୁ ତାର ସମସ୍ତ ପ୍ରକାରରଶୁଭ ହୁଏ । ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତିହୁଏ ଏପରିକି ସେ ମୋକ୍ଷ ପ୍ରାପ୍ତିକରିଥାଏ । ଶାସ୍ତ୍ରରେ ଏକଥା ମଧ୍ୟଉଲ୍ଲେଖ ରହିଛି ଯେ ଆଶ୍ୱିନ ମାସରପିତୃପକ୍ଷରେ ପୁତ୍ର-ପୌତ୍ରାଦିଙ୍କ ଠାରୁତର୍ପଣ ଓ ପିଣ୍ଡର ଆଶା ରଖିଥାନ୍ତି ପିତୃପୁରୁଷ । ତର୍ପଣ ଓ ପିଣ୍ଡ ପାଇବା ଆଶାରେପିତୃପୁରୁଷ ପିତୃ ଲୋକରୁ ପୃଥିବୀଲୋକକୁ ଏହି ସମୟରେ ଆସିଥାନ୍ତି ।ଏହି ଦୃଷ୍ଟିରୁ ପ୍ରତ୍ୟେକ ଗୃହସ୍ଥ ପିତୃପକ୍ଷରେତର୍ପଣ କରିବା ସହିତ ପିତୃପୁରୁଷଙ୍କଉଦେ୍ଦଶ୍ୟରେ ଶ୍ରାଦ୍ଧ ବା ପିଣ୍ଡଦାନ କରିବାଉଚିତ୍ । ପିତୃପକ୍ଷ ପିତୃପୁରୁଷଙ୍କ ପାଇଁଉସôବର ସମୟ । ମନୁ ସ୍ମୃତିରେ ଉଲ୍ଲେଖରହିଛି ଯେ ଯେଉଁ ପରିବାରେପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇନଥାଏସେହି ପରିବାରରେ ପ୍ରତିଷ୍ଠାବାନ,ଦୀର୍ଘାୟୁ ବ୍ୟକ୍ତି ଜନ୍ମ ହୋଇନଥାନ୍ତି । ସବୁଧର୍ମ ଗ୍ରନ୍ଥରେ ପିତୃପକ୍ଷରେ ପିତୃପୁରୁଷଙ୍କୁପିଣ୍ଡଦାନ କରିବା କଥା ଉଲ୍ଲେଖ ରହିଛି ।ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ ଯେଉଁବ୍ୟକ୍ତି ନିଜର ପିତା-ମାତାଙ୍କର ଶ୍ରାଦ୍ଧତାଙ୍କ ସ୍ୱର୍ଗବାସ ତିଥିରେ କରିପାରିନଥାଏସେ ପିତୃପକ୍ଷର ଅମାବାସ୍ୟାରେ ପିତା-ମାତାଙ୍କ ଶ୍ରାଦ୍ଧ କରିପାରିବେ । ନିର୍ଣ୍ଣୟସିନ୍ଧୁରେ ଉଲ୍ଲେଖ ଅଛି ଯେ ପିତୃପକ୍ଷରେପିତାଙ୍କ ପାଇଁ ପାର୍ବଣ ଶ୍ରାଦ୍ଧ କରିବା ଉଚିତ୍ ।ଋଷିମୁନୀମାନେ କହିଛନ୍ତି ଯେ ସବୁ ଜୀବ(ମନୁଷ୍ୟ) ପତୃପକ୍ଷ ଉସôବ ପାଳନ କରିବାଉଚିତ୍ ।ଶ୍ରାଦ୍ଧ ଭାବନା ସହ ଯୋଡ଼ିହୋଇଯାଇଛି । ଶ୍ରୀମଦ୍ଭଗବତ ଗୀତାରେଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଉପଦେଶଦେବାବେଳେ ପିତୃପୁରୁଷଙ୍କ ମହତ୍ୱକୁପ୍ରତିପାଦନ କରିଛନ୍ତି ଏବଂ ପିତୃପକ୍ଷରେସେମାନଙ୍କୁ ସନ୍ତୁଷ୍ଟ କରିବାର ସନେ୍ଦଶଦେଇଛନ୍ତି । ଏହି ପିତୃପକ୍ଷରେ କୌଣସିଶୁଭ କାର୍ଯ୍ୟ ଆରମ୍ଭ କରାଯାଇନଥାଏକାରଣ ଏହି ସମୟ କେବଳ ପିତୃପୁରୁଷଙ୍କପୂଜା ଅର୍ଚ୍ଚନା ଏବଂ ସେମାନଙ୍କୁ ସନ୍ତୁଷ୍ଟକରିବାର ସମୟ । ଶାସ୍ତ୍ର ଅନୁସାରେଶ୍ରାଦ୍ଧପକ୍ଷ ବା ପିତୃପକ୍ଷରେ ପିତୃପୁରୁଷ ଏହିଧରାପୃଷ୍ଠକୁ ଆସିଥାନ୍ତି । ଦେବତାମାନେ ଏସମୟରେ ପୃଥିବୀ ପୃଷ୍ଠକୁ ଆସିନଥାନ୍ତି ଏଣୁଶୁଭ କାର୍ଯ୍ୟ ପାଇଁ ଏହି ପକ୍ଷ (୧୫ଦିନ)କୁ ଶ୍ରେଷ୍ଠ ନୁହେଁ ବୋଲି କୁହାଯାଏ ।ଧର୍ମଶାସ୍ତ୍ରମାନଙ୍କରେ କୁହାଯାଇଛି ଯେ ଏହିପକ୍ଷରେ କେତେକ ନିୟମ ପାଳନକରାଯିବା ଉଚିତ୍ ଯାହାଫଳରେ ପିତୃପୁରୁଷପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନକରିବେ । ଗ୍ରନ୍ଥ ଅନୁସାରେ ଶ୍ରାଦ୍ଧ ସଦୈବସ୍ୱଗୃହରେ ବା ନିଜ ଗୃହରେ କରାଯିବାବିଧେୟ । ଶ୍ରାଦ୍ଧ ସମୟରେ ତରତର ହେବାଉଚିତ୍ ନୁହେଁ । କ୍ରୋଧ କରିବା ମଧ୍ୟ ଉଚିତ୍ନୁହେଁ କିମ୍ବା ଅପ୍ରସନ୍ନ ରହିବା ଉଚିତ୍ ନୁହେଁ ।ପିତୃପୁରୁଷଙ୍କ ଋଣ ପରିଶୋଧ କରିବା ପାଇଁଶ୍ରଦ୍ଧାପୂର୍ବକ ଶ୍ରାଦ୍ଧ କରାଯାଇଥାଏ । ପିତୃପକ୍ଷ୧୬ଦିନ ବୋଲି କୁହାଯାଏ । ଏହି ଦିନମାନଙ୍କମଧ୍ୟରେ ଯେକୌଣସି ଦିନ ଶ୍ରାଦ୍ଧ ବା ପିଣ୍ଡଦାନକରାଯାଇପାରେ କିନ୍ତୁ ସବୁଦିନ ତର୍ପଣକରାଯିବା ଶାସ୍ତ୍ରୋକ୍ତ ବିଧାନ ଅଟେ ।ରାମଚନ୍ଦ୍ରପୁର, ରଣପୁର, ମେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...