18 C
Bhubaneswar
Tuesday, November 24, 2020

ଠିକଣା ବେଳକୁ ଜଣାପଡ଼ିବ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୌସୁମୀ ବର୍ଷାକୁନେଇ ଯାହା ପୂର୍ବାନୁମାନ କରିଥିଲା ତାହା ଅନେକାଂଶରେ ଭୁଲ୍ପ୍ରମାଣିତ ହୋଇଛି । ଶ୍ରାବଣ ମାସଶେଷ ସୁଧା ମଧ୍ୟ ବର୍ଷାଦେଖାଦେଲା ନାହିଁ । ଜମି ବାଡି, ନଦୀ ନାଳ, କୂଅ-ପୋଖରୀସବୁ ଶୁଖିଲା ପଡିଲା । ‘ଶ୍ରାବଣ’ ମାସକୁ ସାଧାରଣତଃ ‘ଧାରାଶ୍ରାବଣ’ ମାସ ବୋଲି କୁହାଯାଇଥାଏ । ଏହାର କାରଣ ହେଉଛି,ଶ୍ରାବଣ ମାସରେ ବର୍ଷା ଛାଡେ ନାହିଁ । ପ୍ରତିଦିନ ବର୍ଷା ଲାଗି ରହିବାଯୋଗୁଁ ଜମିବାଡି ସବୁଜିମାରେ ପରିପୂର୍ଣ୍ଣ ଥାଏ । ନଦୀ, ନାଳ,କୂଅପୋଖରୀ ପାଣିରେ ଭରପୁର ହୋଇଯାଇଥାଏ । ବର୍ଷା ଯୋଗୁଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣମୀରେ ନଦୀ, ନାଳରେ ବନ୍ୟାଜଳଆସିଥାଏ । ଏବେ ବର୍ଷା ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହେଲାଯେ, ଜମିରେ ଫସଲ ଶୁଖିଗଲା । ମାଟି ଫାଟି ଅାଁ କଲା । ଧାନତଳି ବୁଣା ହୋଇଗଲା । ଧାନ ଜମି ବେଉଷଣ ହୋଇନପାରି ମାଟିଫାଟି ଗଲା । ଯେଉଁ ସମୟରେ ଜମିବାଡିରେ ଫସଲ ସବୁଜ ବନାନୀସୃଷ୍ଟି କରିଥାଏ ସେହି ସମୟରେ ଜମି ଶୁଖିଲା ପଡିଲା, ଟାଇଁଟାଇଁ ଖରାରେ ଜନଜୀବନ ବିପର୍ଯ୍ୟସ୍ତ ହେଲା । ଶ୍ରାବଣ(ଜୁଲାଇ)ମାସରେ ଖରାଦିନର ପ୍ରକୋପ ଲାଗି ରହିଲା । କହିବା ବାହୁଲ୍ୟଯେ, ଚଳିତ ବର୍ଷ ମୌସୁମୀ ଦେଶରେ ଠିକ୍ ସମୟରେ ପ୍ରବେଶକରିଥିବା ବେଳେ ଠିକଣା ସମୟରେ ସଂପୂର୍ଣ୍ଣ ଉଭାନ ହୋଇଗଲା ।ବର୍ଷାର ନାଁ ଗନ୍ଧ ନାହିଁ । ଅଗଷ୍ଟ ଶେଷ ଆଡକୁ ଭଲ ବର୍ଷା ହେଲା ।ତାହାପୁଣି ଲଘୁଚାପ ଜନିତ ବର୍ଷା । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ୧୯ଟି ଜିଲ୍ଲାରେ ଉକôଟ ମରୁଡି ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି ।ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ଉପକୂଳବର୍ତ୍ତି ଅଂଚଳସମେତ ଆଭ୍ୟନ୍ତରୀଣ ଅଂଚଳରେ ୧୯ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ସ୍ୱାଭବିକଠାରୁ ୫୦ପ୍ରତିଶତ କମ ବର୍ଷା ହୋଇଛି । ଉଲ୍ଲେଖଯୋଗ୍ୟ ବନ୍ୟା, ମରୁଡି,ବାତ୍ୟା ଓଡିଶାର ଚୀର ସହଚର ହୋଇଥିବା ବେଳେ ପ୍ରତି ଦୁଇବର୍ଷରେ ଥରେ ବର୍ଷେ ରାଜ୍ୟରେ ମରୁଡି ପଡିବାର ରେକର୍ଡ ରହିଛି ।ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଗତ ୨୦୧୫ ଓ ୨୦୧୬ରେମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ପ୍ରାଣଘାତୀକରୋନା ଭୂତାଣୁର ପ୍ରକୋପ, ଅନ୍ୟପଟେ ମୌସୁମୀ ଉଦ୍ଭାନ ଚାଷୀଙ୍କମେରୁଦଣ୍ଡ ଦୋହଲାଇ ଦେଇଛି ବୋଲି କୁହାଯାଇପାରେ । ଗୋଟିଏପଟେ ଓଡିଶା ମରୁଡି ମୁହାଁ ହୋଇଥିବା ବେଳେ ଅନ୍ୟପଟେ ଦେଶର୧୩ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଆସାମଓ ବିହାରର ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।ଆସାମରେ ଲଗାଣ ବର୍ଷା ସାଙ୍ଗକୁ ବ୍ରହ୍ମପୁତ୍ର ନଦୀରେ ପ୍ରଳୟଙ୍କାରୀବନ୍ୟାଯୋଗୁ ରାଜ୍ୟର ୨୬ଟି ଜିଲ୍ଲାରେ ୩୫ ଲକ୍ଷରୁ ଉଦ୍ଧ୍ୱର୍ ଲୋକପ୍ରଭାବିତ ହୋଇଛନ୍ତି ଓ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ଦୀର୍ଘ ଦିନଧରି ବନ୍ୟାରେ ବୁଡି ରହିବା ଯୋଗୁଁ ଉଜୁଡି ଯିବା ଆଶଙ୍କା ସୃଷ୍ଟିହୋଇଛି । ୧୩ଟି ରାଜ୍ୟରେ ବନ୍ୟାରେ ବର୍ତ୍ତର୍ମାନ ସୁଦ୍ଧା ୭୦୦ରୁଉଦ୍ଧ୍ୱର୍ ଲୋକ ମୃତୁ୍ୟବରଣ କରିଥିବା ସରକାରୀ ଭାବେ କୁହାଯାଇଛି ।ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀର ଲୁଚକାଳିରେକେଉଁଠି ଅତିବୃଷ୍ଟି ହୋଇଥିବା ବେଳେ କେଉଁଠି ଅନାବୃଷ୍ଟି ଯୋଗୁଁଜନଜୀବନ, ଜୀବଜଗତ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ଉଭୟଅତିବୃଷ୍ଟି ଓ ଅନାବୃଷ୍ଟି ମାନବ ସମାଜ ଓ ଜୀବଜଗତ ପାଇଁକ୍ଷତିକାରକ ନିଶ୍ଚୟ । ତେବେ ଶେଷ ସମୟରେ ବର୍ଷାକେତେକାଂଶରେ ଚାଷୀ କୂଳକୁ ବଞ୍ଚାଇ ଦେଇଛି । ସରକାରୀ ହିସାବଅନୁଯାୟୀ ୫୫.୫୨ ଲକ୍ଷ ହେକ୍ଟରରେ ଚାଷ ହୋଇଛି । ଅଧିକସାର ଉଠାଣ ହୋଇଛି । ୟୁରିଆ ସାର ଢ଼େର ଅଧିକ ଉଠାଣହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଦୁଇ ହଜାର କୋଟିଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି । ବାଣିଜ୍ୟିକ ଓ ସମବାୟବ୍ୟାଙ୍କ ଜରିଆରେ ଚାଷୀଙ୍କୁ ୯୯୬୫ କୋଟି ଟଙ୍କାର ଋଣ ପ୍ରଦାନକରାଯାଇଛି । ଯେଉଁ ଚାଷୀମାନେ ଋଣ ପାଇନଥିବେ ଏବେସେମାନେ ନିକଟସ୍ତ ବ୍ୟାଙ୍କରୁ ଋଣ ନେଇପାରିବେ । ତେବେ କଥାହେଉଛି ସରକାରଙ୍କ ହିସାବ ଓ ରାଜ୍ୟର ବାସ୍ତବ ଚିତ୍ର ସଠିକରହିଛି ତ? କାରଣ ଏଠି ଚାଷୀ ହିଁ ସବୁବେଳେ ହିନସ୍ତାହୋଇଥାଏ । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ଢ଼େର ହୋଇଥାଏ,ହେଲେ ମେରୁଦଣ୍ଡ ସଳଖି ପାରୁନଥିବା ଚାଷୀର ପରିବାର ଯେଉଁତିମିରେକୁ ସେହି ତିମିରେ ଥାଏ । ତେଣୁ ସରକାରୀ ହିସାବ ଓ ବାସ୍ତବଚିତ୍ର କେଉଁଟା ଠିକ୍ ତାହା ଠିକଣା ବେଳକୁ ଅର୍ଥାତ ଫସଲ ଅମଳ ବେଳକୁଜଣାପଡିଯିବ । ତେବେ ମୌସୁମୀ ଯେ ଲୁଚକାଳି ଖେଳିଛି ଏହା ନିସନେ୍ଦହ ।

- Advertisement -ଠିକଣା ବେଳକୁ ଜଣାପଡ଼ିବ

More articles

LEAVE A REPLY

Please enter your comment!
Please enter your name here

- Advertisement -ଠିକଣା ବେଳକୁ ଜଣାପଡ଼ିବ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...