ବରୀ,୨/୯(ନି.ପ୍ର): ବନ୍ୟାର ୧୦ଦିନପରେ ମଧ୍ୟ ବରିର ଅବସ୍ଥା ଭୟଙ୍କର ।ବ୍ରାହ୍ମଣୀ, କେଲୁଅ ଓ ଖରସ୍ରୋତାରତନ୍ତିଘାଇର ବନ୍ୟାରେ ୧୭ଟି ଘାଇ ହୋଇସମଗ୍ର ବରି ନିର୍ବାଚନମଣ୍ଡଳୀର ବରି,ଯାଜପୁର ଓ ରସୁଲପୁର ପଞ୍ଚାୟତ ସମିତିର୨୫ଟି ଗ୍ରାମ ପଞ୍ଚାୟତରେ ବ୍ୟାପକକ୍ଷୟକ୍ଷତି ଘଟିଛି । ଏବେ ମଧ୍ୟ ଅନେକଗ୍ରାମକୁ ଯାତାୟାତ କରିବା ଅସମ୍ଭବହୋଇପଡ଼ିଛି । ରାସ୍ତାରେ ବନ୍ୟାପାଣିର ସୁଅଏବେ ବି ଚାଲିଛି । ଏ ପର୍ଯ୍ୟନ୍ତ ସରକାରୀରିଲିଫ ସାମାନ୍ୟ କିଛି ବିସ୍କୁଟ୍ ଓ ଚୁଡ଼ାଅଳ୍ପ କେତୋଟି ଗାଁକୁ ଛାଡ଼ିଦେଲେ ଅନ୍ୟକେଉଁଠି ମିଳି ନାହିଁ । ସରକାରୀ ଅଧିକାରୀବା ରାଜନେତା ଏହି ବନ୍ୟାଗ୍ରସ୍ତ ଲୋକଙ୍କନିକଟରେ ପହଞ୍ଚô ନାହାନ୍ତି । ସବୁବେଳେଶୁଖିଲା ଥିବା ଅର୍ଦ୍ଧମୃତ ବ୍ରାହ୍ମଣୀ ନଦୀରଦକ୍ଷିଣପାଶ୍ୱର୍ରେ ୭ଟି ଘାଇ ଓ କେଲୁଅନଦୀର ବାମପାଶ୍ୱର୍ରେ ଗୋଟିଏ ଘାଇହେବା ଫଳରେ ବରି ବ୍ଲକର ୧୩ଟି ଓରସୁଲପୁର ବ୍ଲକର ୨ଟି ଗ୍ରାମପଞ୍ଚାୟତଅବସ୍ଥା ଅତ୍ୟନ୍ତ ଭୟଙ୍କର । ବ୍ରାହ୍ମଣୀ ନଦୀରବାମପାଶ୍ୱର୍ରେ ୫ଟି ଘାଇ ଯୋଗୁଁ ଯାଜପୁରଓ ବରୀ ବ୍ଲକର ୨୨ଟି ଗ୍ରାମପଞ୍ଚାୟତରଲୋକେ ବିପନ୍ନ ।
ଅମଳ ହେବାକୁଥିବାବିଆଳି ଧାନ ସହ ସମସ୍ତ ଫସଲ ନଷ୍ଟହୋଇଯାଇଛି । ଦିନମଜୁରିଆମାନେ କାମନ ପାଇ ଭୋକ ଉପାସରେ କାଳକାଟୁଛନ୍ତି । ଏବେ ମଧ୍ୟ ଗ୍ରାମର ତଳିଆଅଞ୍ଚଳରେ ଥିବା ବିଶେଷକରିଦଳିତମାନଙ୍କ ଘର ଚାରିପଟେ ବନ୍ୟାଜଳଚାଲିଛି । ବିଦୁ୍ୟତ୍ ସରବରାହ ଓବିଏସଏନଏଲକୁ ଛାଡ଼ିଦେଲେ ଟେଲିଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟସଂଯୋଜକ ନିମାଇଁ ରାୟ ଓ ବରୀ ବ୍ଲକସଂଯୋଜକ ମାଧବ ସେଠୀ ବ୍ରାହ୍ମଣୀ ଓତନ୍ତିଘାଇରେ ହୋଇଥିବା ୧୫ଟି ଘାଇପାଶ୍ୱର୍ବର୍ତ୍ତୀ ଗାଁଗୁଡ଼ିକ ବୁଲି କହିଛନ୍ତି ଏବେମଧ୍ୟ ବହୁ ଲୋକ ଖୋଲା ଆକାଶ ତଳେରହିଛନ୍ତି । ପ୍ରଶାସନ ପକ୍ଷରୁ ଏମାନଙ୍କୁ ମଧ୍ୟଖଣ୍ଡେ ପଲିଥିନ ଦିଆଯାଇ ନାହିଁ ।
ଶୁଖିଲାଖାଦ୍ୟ ଭାବେ କେବଳ ବିସ୍କୁଟଦିଆଯାଇଛି । ତୁରନ୍ତ ସରକାରୀ ଘୋଷଣାଅନୁଯାୟୀ ୫୦ କିଲୋ ଚାଉଳ ଓ୫୦୦ ଟଙ୍କା ସହ ୨ କିଲୋ ଡାଲିରିଲିଫ ଆକାରରେ ଦେବା, ମାଗଣାଭୋଜନ କେନ୍ଦ୍ର ଖୋଲି ଅନ୍ତତଃ୧୫ଦିନ ପାଇଁ ଖାଇବାକୁ ଦେବା,ଯୁଦ୍ଧକାଳୀନ ଭିତ୍ତିରେ ଘାଇଗୁଡ଼ିକରମରାମତି ହେବା ସହ ଚାଷୀମାନଙ୍କର ରବିଓ ପନିପରିବା ଫସଲ ପାଇଁ ମାଗଣାରେବିହନ ଏବଂ ସାର ଇତ୍ୟାଦିଯୋଗାଇଦେବା, ସମସ୍ତ କୃଷି ଋଣ ଛାଡ଼କରିବା ସହ ଚାଷୀଙ୍କୁ ଆର୍ଥିକ ସହାୟତାଯୋଗାଇ ଦେବା ଓ ବିଦୁ୍ୟତ୍ସରବରାହର ତୁରନ୍ତ ବ୍ୟବସ୍ଥା କରିବାକୁନିମାଇଁ ରାୟ ଓ ଏଆଇଟିୟୁସି ରାଜ୍ୟସମ୍ପାଦକ କିଶୋର ଜେନାମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି ।