24 C
Bhubaneswar
Wednesday, November 25, 2020

କେଉଁ ସ୍ୱାର୍ଥରେ ରାଜ୍ୟ ସରକାର ନିଜସ୍ୱ ଆୟର ହକ୍ ଛାଡୁଛନ୍ତି?

Must read

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ୁବନେଶ୍ୱର,୨ା୯(ନି.ପ୍ର.): ଆଜି ପ୍ରଦେଶକଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସନେତା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ ଏକସାମ୍ବାଦିକ ସମ୍ମିଳନୀରେ ଜିଏସ୍ଟି ଆଇନ୍ର ସଫଳକାର୍ଯ୍ୟକାରିତା ଓ ରାଜ୍ୟର ଜିଏସ୍ଟି କ୍ଷତିକୁ ନେଇଓଡିଶା ସରକାରଙ୍କର ରହସ୍ୟମୟ ନିରବତାକୁନେଇ ପ୍ରଶ୍ନ କରିଛନ୍ତି । ଏକ ଦୁର୍ଭେଦ୍ୟ ଗଡ ଜୟକରିବାର ପ୍ରତ୍ୟେୟ ନେଇ ୨୦୧୭ ଜୁଲାଇମାସରୁ ଏକ ଦେଶ, ଏକ ଟିକସ ନ୍ୟାୟରେ ସେବାଓ ଦ୍ରବ୍ୟକର ଲାଗୁ ହେଲା । ପାର୍ଲାମେଂଟରେ ଏକତରବରିଆ ଅଧିବେଶନରେ ଏ ସଂପର୍କିତ ବିତର୍କଓ ଘୋଷଣା ମନେ ପକାଇଲେ ଯେ କେହି ଏବେବିସ୍ମିତ ହେବେ ଓ ନିଜକୁ ନିଜେ ପ୍ରଶ୍ନ କରିବେ ଯେସେତେବେଳର ନିଷ୍ପତି କ’ଣ ସୁଚିନ୍ତିତ ନଥିଲାଏବଂ ତରବରିଆ ଭାବେ ଗ୍ରହଣ କରାଯାଇଥିଲା ।ଦୁଇଟି ଯାକ ପ୍ରଶ୍ନର ଉତର ସିଧାସଳଖ – ହଁ । ଏମଧ୍ୟରେ ଜି.ଏସ୍.ଟି. ଆଇନ୍ ପରିସରଭୁକ୍ତପରିଷଦ ୪୧ ଥର ବସି ସାରିଲାଣି, ଅନେକଟିକସରେ ଅଦଳବଦଳ ହୋଇଛି ବା ହବାରେଲାଗିଛି । ରାଜନୈତିକ ଉଦେ୍ଦଶ୍ୟରେ ଏହାକରାଯିବା ଫଳରେ ଟିକସ ଆଦାୟରେ ଅସ୍ଥିରତାଦେଖା ଦେଇଛି ଓ ବଢିବାରେ ଲାଗିଛି । ଖାଉଟିଙ୍କୁକିଛି ଲାଭ ମିଳିଲା ନାହିଁ । ଗୋଟିଏ ଟିକସ ପରିବର୍ତେଏବେବି ଆଠଟା ବିଭିନ୍ନ ରେଟ୍ର ଟିକସ ବଜାରରେଦେଖିବାକୁ ମିଳୁଛି । ଜନସାଧାରଣ ଟିକସ ଚାପରେଦିନକୁ ଦିନ ଅଧିକ ଭାରାକ୍ରାନ୍ତ ହେଉଛନ୍ତି । ସବୁବର୍ଗର ଖାଉଟି ପେଟ୍ରୋଲ, ଡିଜେଲ ଉପରେକେନ୍ଦ୍ରର ମାତ୍ରାଧିକ ଏକ୍ସାଇଜ ଡୁ୍ୟଟି ଓ ରାଜ୍ୟରଭାଟ୍ ହେତୁ ଭାରାକ୍ରାନ୍ତ ହେଉଛନ୍ତି । ମୁଦ୍ରାସ୍ପିତି ହାରମଧ୍ୟ ଆଶାତୀତ ବଢିଛି । ତଥାପି ଶିଳ୍ପପତିବ୍ୟବସାୟୀଙ୍କ ଠାରୁ ଏବେବି ସରକାରଙ୍କ ଉପରେକେତେକ ସାମଗ୍ରୀ ଉପରୁ ଟିକସ ଛାଡ ପାଇଁ ଚାପରହିଛି । ୧୯୯୧ ମସିହାରୁ ଏଭଳି ଟିକସ ବ୍ୟବସ୍ଥାଲାଗୁ କରିବା ପାଇଁ ଡକ୍ଟର କେଲକର କମିଟିରସୁପାରିଶ ଆଧାରରେ ଉଦ୍ୟମ ଆରମ୍ଭ ହୋଇଥିଲା ।ଦେଶବ୍ୟାପୀ ଏହି ଟିକସ ଲାଗୁ ହେବା ପୂର୍ବରୁପରୀକ୍ଷାମୂଳକ ଭାବେ ଦେଶ ତମାମ୍ ଏକ ୟୁନିଫର୍ମଟିକସ (ଭାଟ୍) ପାଇଁ ଉଦ୍ୟମ ହେଲା । ସହମତିରେ୨୦୦୫ ରେ ଏହା ଲାଗୁ କରାଗଲା । ଏଥିରେମୁଖ୍ୟତଃ ଦୁଇଗୋଟି କଥା ଉପରେ ଦୃଷ୍ଟି ରଖିଥିଲାନିର୍ଦ୍ଧାରିତ ଟିକସ ସ୍ତର ସମଗ୍ର ଦେଶରେ ଚାଲୁହେବାସହିତ ସର୍ବନିମ୍ନ ଟିକସକୁ ସ୍ଥିର ରଖାଯିବା ଉପରେଗୁରୁତ୍ୱ ଦିଆଯାଇଥିଲା । ଫଳରେ ରାଜ୍ୟ ରାଜ୍ୟମଧ୍ୟରେ ଟିକସ ହାର ଅଦଳବଦଳ କରାଯିବାରୋକାଯାଇ ପାରିବ ଓ ତଳୁ ଉପର ଅର୍ଥାତ୍ ଉତ୍ପାଦନଠାରୁ ଖାଉଟି ପର୍ଯ୍ୟନ୍ତ ଗୋଟିଏ ସୂତ୍ରରେ ବନ୍ଧା ହୋଇରହିପାରିବେ । ପରେ ଅବଶ୍ୟ ଉପା ସରକାରସମୟରେ ଏକ ବିଲ୍ ୨୦୧୧ ମସିହାରେ ଆଗତହୋଇ ବିଚାର ବିମର୍ଷ ପାଇଁ ଗଲା । ତରବରଭାବରେ ଉପା ସରକାର ଓ ବିଜ୍ଞ ମନମୋହନ ସିଂହଓ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ପାଶ୍ କରାଇ ନେବାକୁଚାହିଁଲେ ନାହିଁ । ଗତ ୨୦୧୭ ମସିହା ଜୁଲାଇମାସରେ ଦେଶରେ ଏକ ଟିକସ ଏକ ଦେଶ’ ନାମରେ ସେବା ଓ ଦ୍ରବ୍ୟକର ଲାଗୁ ହେଲା । ସେସମୟରେ ରାଜ୍ୟ ସରକାର କ’ଣ ଅଧ୍ୟୟନ କରିଥିଲେ, ତାହା ତାଙ୍କୁ ଜଣା । ନବୀନବାବୁପ୍ରଥମେ ହଠାତ୍ ସମର୍ଥନ କଲେ । ଏହି କର ଲାଗୁ ପାଇଁ ବହୁ ବର୍ଷ ଧରି ଉଦ୍ୟମ ହୋଇଆସୁଥିଲେ ମଧ୍ୟ ଉପାର ସରକାର ବିଚାର ବିମର୍ଷ ପାଇଁ ସମୟ ନେଇଥିଲା ।ମୋଦି ପ୍ରଧାନମନ୍ତ୍ରୀ ହେବାପରେ ନିଜର ପାରିଦର୍ଶିତା ଓ ମନମୋହନ ସିଂହଙ୍କଠାରୁ ନିଜେ ଜଣେ ଦକ୍ଷ ତଥା ପାରଙ୍ଗମ ବ୍ୟକ୍ତି ବୋଲି ନିଜକୁ ଘୋଷଣା କଲେ ଓତରବର ଭାବେ ଏହାକୁ ଲାଗୁ କରିଦେଲେ । ଏହା ଏକ ଐତିହାସିକ ବିଜୟ ବୋଲିଘୋଷଣା କଲେ । ସେଥିରେ ରାଜ୍ୟମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ପେଟ୍ରୋଲ,ଡିଜେଲ ଉପରେ ଏହି ଜି.ଏସ୍.ଟି. ଲାଗୁ କରାଗଲା ନାହିଁ । ଏହାର କୁପ୍ରଭାବ ପ୍ରତ୍ୟେକଗରିବ ଲୋକ ଉପରେ ପଡିଲା । ଦରଦାମ ବୃଦ୍ଧି ଘଟିଲା ।ଦୁଃଖର ସହ କହିବାକୁ ହେଉଛି ଯେ ଗତବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷପାଇଁ ରାଜ୍ୟ ତା’ର ପ୍ରାପ୍ୟ ୧୨୦୦ କୋଟି ଟଙ୍କା ଏପର୍ଯ୍ୟନ୍ତ ପାଇନାହିଁ ଏବଂଏହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦେବା ଉଚିତ୍ । ଚଳିତବର୍ଷ ୪ ମାସ ଅର୍ଥାତ୍ଦୁଇଟି କିସ୍ତି ବାବଦରେ ରାଜ୍ୟର ପ୍ରାପ୍ୟ ୫ ହଜାର ୫୦୦ କୋଟି ଟଙ୍କା ବାକିଅଛି । ଅନ୍ୟ ରାଜ୍ୟମାନେ ସିଧାସଳଖ ଭାବେ ଏହି ଟଙ୍କା ସାମ୍ବିଧାନିକ ବ୍ୟବସ୍ଥାଅନୁସାରେ କେନ୍ଦ୍ର ସରକାର ଦେବାକୁ ଦାବି କରିଛନ୍ତି । ତେବେ ରାଜ୍ୟ ସରକାରଭାରତର ଅନ୍ୟ ଭାଜପା ସରକାରଙ୍କ ପରି ସଂପୂର୍ଣ୍ଣ ନିରବ ଅଛନ୍ତି କାହିଁକି? ଏବାବଦରେ ଏ ବର୍ଷ ରାଜ୍ୟକୁ ୧୫ ହଜାର କୋଟି ଟଙ୍କା ହରାଇବାକୁ ପଡିବ । ଅନ୍ୟଏକ ବିସ୍ମୟକର କଥା ହେଉଛି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଅର୍ଥ କମିଶନରାଜ୍ୟମାନଙ୍କରେ ୪୨% ଆବଂଟନ ପ୍ରକ୍ରିୟା ଚାଲୁ ରଖିଥିଲେ । ବର୍ତମାନର କେନ୍ଦ୍ର ସରକାରଏଥିରୁ ୧% କାଢି ନେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରତିବାଦ କରିବେ କି ? ଏ ଅର୍ଥକିଭଳି ଭରଣା ହେବ ତା’ର ସ୍ପଷ୍ଟୀକରଣ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ ।ସମ୍ବିଧାନରେ ଦିଆଯାଇଥିବା ହକ୍ଗୁଡିକ ବିପର୍ଯ୍ୟୟ ଆଳରେ କାଢି ନେବା କଥା କେଉଁଠିଅଛି ବୋଲି ଶ୍ରୀ କାନୁନ୍ଗୋ ପ୍ରଶ୍ନ କରିବା ସହିତ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ।

- Advertisement -କେଉଁ ସ୍ୱାର୍ଥରେ ରାଜ୍ୟ ସରକାର ନିଜସ୍ୱ ଆୟର ହକ୍ ଛାଡୁଛନ୍ତି?

More articles

LEAVE A REPLY

Please enter your comment!
Please enter your name here

- Advertisement -କେଉଁ ସ୍ୱାର୍ଥରେ ରାଜ୍ୟ ସରକାର ନିଜସ୍ୱ ଆୟର ହକ୍ ଛାଡୁଛନ୍ତି?

Latest article

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...