ବ୍ରହ୍ମପୁର,୧ ।୯(ନି.ପ୍ର): ସୋମବାର ଦିନସ୍ୱାୟତ ଶାସନ ଦିବସକୁ ଭାରତୀୟଜନତା ପାର୍ଟି ଗଞ୍ଜାମ ଜିଲ୍ଲା କଳା ଦିବସରୂପେ ପାଳନ କରିଛି । ଦୀର୍ଘ ୨୧ ବର୍ଷଶାସନରେ ବିଜେଡି ସରକାର ବିକାଶନାଁରେ ଲୋକଙ୍କୁ ଭୂଅାଁ ବୁଲାଇଛି ।ଜାନିବିଲି ପ୍ରକଳ୍ପ ଉଦ୍ଘାଟନକୁ ୩ ବର୍ଷବିତି ଯାଇଥିଲେ ମଧ୍ୟ ପାନୀୟ ଜଳସୁବିଧା ଲୋକଙ୍କ ପାଖରେ ପହଞ୍ଚô ପାରିନାହିଁ । ଅସରାଏ ବର୍ଷା ହେଲେ ବ୍ରହ୍ମପୁରରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହେବାସଙ୍ଗେ ସଙ୍ଗେ ଗମନାଗମନ ଜୀବନ ଓଜୀବିକା ଦୁର୍ବିସହ ହୋଇପଡୁଛି ।ମହାନଗର ନିଗମର ପ୍ରତ୍ୟେକ କାର୍ଯ୍ୟରେଦୁର୍ନିତୀର ଗନ୍ଧ ବାରିହୋଇ ପଡୁଥିବାବେଳେ ୨୧ ବର୍ଷ ଶାସନ କାଳରେ ଏହାହେଉଛି ନବୀନ ବାବୁଙ୍କ ବିକାଶର ନଗ୍ନଚିତ୍ର , ଖୋଦ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରରବିକାଶ “ମୋର ଦାୟିତ୍ୱ” ବୋଲିକହୁଥିଲେ ମଧ୍ୟ ବ୍ରହ୍ମପୁର ସହର ସବୁଠାରୁଅଧିକ ଅବହେଳିତ । ବ୍ରହ୍ମପୁର ନଗର୧୫୩ ତମ ସ୍ୱାୟତ୍ତ ଶାସନ ଦିବସପାଳନ କରୁଥିଲେ ମଧ୍ୟ ବ୍ରହ୍ମପୁରବାସୀମୌଳିକ ସୁବିଧା ଯଥା ଡ୍ରେନେଜ ସୁବିଧା,ସାଧାରଣ ଗମନା ଗମନର ସୁବିଧା,ସଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଉଚିତ ପାନୀୟଜଳ ବିତରଣ ବ୍ୟବସ୍ଥା ସର୍ବୋପରିଆଜୀବିକା ପ୍ରାପ୍ତ କରିବା ସୁବିଧାରୁ ବଞ୍ଚôତହୋଇଛନ୍ତି । ବ୍ରହ୍ମପୁର କମିଶନରେଟପୋଲିସ ଘୋଷଣା ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।ଏତଦ ଭିନ୍ନ ସଂପ୍ରତି ଦେଖାଦେଇଥିବା ବିଶ୍ୱମହାମାରୀ କୋଭିଡ ୧୯ ପରିଚାଳନାରେବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି ।କୋରନା ମୃତୁ୍ୟରେ ବ୍ରହ୍ମପୁର ସର୍ବାଗ୍ରେରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ଆକଳଣ କରି ଲୋକଙ୍କୁଘର ଦିଆଗଲା ନାହିଁ । ଶିଳ୍ପାୟନ କ୍ଷେତ୍ରରେବ୍ରହ୍ମପୁର ପଛରେ ରହିଛି । ଦୀର୍ଘଦିନ ଧରିପୋଖରୀ ଗୁଡିକ ପୁର୍ନରୁଦ୍ଧାର ହୋଇପାରିଲା ନାହିଁ । ଗରିବମାନଙ୍କୁ ମୋଦିଙ୍କଜନ କଲ୍ୟାଣକାରୀ ଯୋଜନାପହଞ୍ଚାଇବାରେ ବିଫଳ ହୋଇଛନ୍ତି ।ରାମଲିଙ୍ଗମ୍ ବନ୍ଧ ଉନ୍ନତିକରଣ କାର୍ଯ୍ୟ ଆଜିପର୍ଯ୍ୟନ୍ତ ସମାପ୍ତ ହୋଇପାରିଲା ନାହିଁ ।ପ୍ରକୃତ ହିତାଧିକାରୀଙ୍କୁ ରାସନ୍କାର୍ଡ ମଧ୍ୟମିଳିଲା ନାହିଁ । ବ୍ରହ୍ମପୁର ସହରବାସୀଙ୍କୁମହାନଗର ନିଗମ ସର୍ବନିମ୍ନ ମୌଳିକସୁବିଧାରୁ ବଞ୍ଚôତ କରିଥିବା ଯୋଗୁଁ ଆଜିଭାରତୀୟ ଜନତା ପାର୍ଟିରକାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ଗାନ୍ଧୀ ପ୍ରତିମୂର୍ତ୍ତୀଠାରେ ମୁହଁରେ କଳା କପଡ଼ା ବାନ୍ଧିଏହାର ବିରୋଧ କରିଥିଲେ । ପୂର୍ବତନଜିଲ୍ଲା ସଭାପତି ଏବଂ ବ୍ରହ୍ମପୁରବିଧାନସଭା ପ୍ରାର୍ଥୀ କାହ୍ନୁଚରଣ ପତି ଏହିପରିପ୍ରେକ୍ଷୀରେ ମହାନଗର ନିଗମ ତଥାରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ଭୁଲକାର୍ଯ୍ୟପନ୍ଥା ଏବଂ ଗରିବ ମାରଣ ନୀତିକୁପ୍ରତିବାଦ କରିବା ସହ ସ୍ୱାୟତ୍ତ ଶାସନଦିବସ ପାଳନ ରାଜ୍ୟ ସରକାରଙ୍କ ମିଥ୍ୟାବାହାଷ୍ପଟ ବୋଲି କହିଥିଲେ । ଏଅବସରରେ ବରିଷ୍ଠ ନେତା ନିରଞ୍ଜନପାଣିଗ୍ରାହୀ, ପ୍ରବୀର ପାତ୍ର, ପ୍ରଭାତ ଷଡଙ୍ଗୀ,ଶରତ ସାହୁ, ଏନ୍. ରାଜେନ୍ଦ୍ର କୁମାର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସତ୍ୟନାରାୟଣ ବସନ୍ତିଆ, ବିନାୟକ ରଥ,ନମିତାରାଣୀ ପଣ୍ଡା, ଏସ୍.ଶ୍ରୀନିବାସ ରାଓ,ସନ୍ତୋଷ ପାଣିଗ୍ରାହୀ, ସଦ୍ଧାନ୍ତ ଗଙ୍ଗଦେବ,ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର,ଏସ୍.ରାଣୀ, ମଧୁସୁଦନ ସାହୁ, ବିକାଶ,ପାଣିଗ୍ରାହୀ, କିରଣ କୁମାର ସାହୁ, ପ୍ରଣୟମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭାରତରପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଦେହାନ୍ତ ଖବର ପାଇବା ପରେ ଉପସ୍ଥିତକାର୍ଯ୍ୟକର୍ତ୍ତାମାନେ ତାଙ୍କର ଅମର ଆତ୍ମାରସଦଗତି କାମନା କରି ୧ମିନଟ୍ ନୀରବପ୍ରାର୍ଥନା କରିଥିଲେ ।