18 C
Bhubaneswar
Tuesday, January 19, 2021

ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା ବୈଠକ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ବାରିପଦା,୧ ।୯(ନି.ପ୍ର): ରାଜ୍ୟ ରାଜସ୍ୱଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ଜିଲ୍ଲାରେ ଲଘୁଚାପ ବର୍ଷାଜନିତ ବନ୍ୟା ସ୍ଥିତି, ରିଲିଫ, ପୁର୍ନରୁଦ୍ଧାରଓ କ୍ଷୟକ୍ଷତି ସମ୍ପର୍କୀତ ଜିଲ୍ଲା ପ୍ରଶାଶନପକ୍ଷରୁ ନିଆଯାଇଥିବା ପଦକ୍ଷେପସମ୍ପର୍କରେ ସମୀକ୍ଷା ମୂଳକ ଆଲୋଚନାକରିଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ରସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଜିଲ୍ଲାସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀ ଶ୍ରୀମାରାଣ୍ଡି ଯୋଗଦେଇ ବିଶେଷ କରିଲଗାଣ ବର୍ଷା ଯୋଗୁ ଜିଲ୍ଲାର ଛୋଟବଡନଦୀ ଉପକୂଳବର୍ତ୍ତୀ ବସ୍ତି ଓ ତଳିଆଅଞ୍ଚଳରେ ସୃଷ୍ଟିି ହୋଇଥିବା ବନ୍ୟାପ୍ରଭାବରେ ରିଲିଫ, ପୁର୍ନରୁଦ୍ଧାର ଓକ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ ।ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳମୟୂରଭ ଶ୍ରୀ ବିନୀତ ଭରଦ୍ୱାଜ,ଭା.ପ୍ର.ସେ. , ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମୟୂରଭଞ୍ଜ ତଥା ଭାରପ୍ରାପ୍ତପିଡିଡିଆରଡିଏ ମୟୂରଭଞ୍ଜ ସ୍ୱଧାଦେବସିଂ, ଭା.ପ୍ର.ସେ., ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୟୂରଭଞ୍ଜ ବିବେକାନନ୍ଦସାହୁ, ଓ.ପ୍ର.ସେ, ବାରିପଦାଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀପୌରପରିଷଦ ବାରିପଦା ପି. ଅନ୍ୱେଷାରେଡ୍ଡି, ଭା.ପ୍ର.ସେ., ଉପଜିଲ୍ଲାପାଳକରିଆ ଡଃ ରଜନୀକାନ୍ତ ବିଶ୍ୱାଳ,ଓ.ପ୍ର.ସେ. ଓ ଉଦଳା ଉପଜିଲ୍ଲାପାଳଭଗବାନ ବେହେରା ଓ.ପ୍ର.ସେ. ପ୍ରମୁଖସମେତ ଅନ୍ୟ ବିଭାଗୀୟ ଜିଲ୍ଲା ସ୍ତରୀୟଅଧିକାରୀମାନେ ଯୋଗଦେଇ ସମୀକ୍ଷାବୈଠକରେ ଅଂଶଗ୍ରହଣ କରିଥିଲେ ।ସମୀକ୍ଷା ବୈଠକ ପ୍ରାରମ୍ଭରେଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେଜରୁରୀକାଳୀନ ଭିତ୍ତିରେ ଲଘୁଚାପ ଜନିତବନ୍ୟାସ୍ଥିତି ଉପରେ ନିଆଯାଇଥିବା ପ୍ରସ୍ତୁତିଓ ପଦକ୍ଷେପ ସମ୍ପର୍କରେ ଅତିରିକ୍ତଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସାହୁ ପାୱାରପଏଣ୍ଟ ମାଧ୍ୟମରେ ସୂଚାଇ ଥିଲେ ।ସମୀକ୍ଷାରେ ଅଗଷ୍ଟ ୨୫ ଓ ୨୬ ତାରିଖଲଗାଣ ବର୍ଷା ଜନୀତ ବନ୍ୟା ପ୍ରଭାବିତନଦୀ ଉପକୂଳ ତଥା ତଳିଆ ବସ୍ତିଅଞ୍ଚଳର ୩୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁଜରୁରୀକାଳୀନ ଭିତ୍ତିରେ ନିରାପଦବହୁମୁଖି ବନ୍ୟା/ବାତ୍ୟା ଆଶ୍ରୟ ସ୍ଥଳ ତଥାବିଭିନ୍ନ ବିଦ୍ୟାଳୟକୁ ସ୍ଥାନାନ୍ତରିତକରାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ଭିଷଣବର୍ଷା ଯୋଗୁ ଆସିଥିବା ବନ୍ୟା ରେଜିଲ୍ଲାର ୪ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବାବେଳେ, ଜଣେ ବ୍ୟକ୍ତି ନିଖୋଜ ଏବଂଅନ୍ୟଜଣେ ଆହତ ହୋଇ ଚିକିତ୍ସିତହେଉଥିବାର ଜଣାଯାଇଛି ।ଏସ.ଆର.ସି. ନିୟମାବଳୀ ଅନୁଯାୟୀମୃତବ୍ୟକ୍ତିଙ୍କ ମିଳିତ ତଦନ୍ତ କରି ତୁରନ୍ତସେମାନଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାସହାୟତା ରାଶି ଯୋଗାଇ ଦେବାକୁଏସଆରସିଙ୍କ ନିକଟକୁ ସୁପାରିଶକରାଯିବା ନିମନ୍ତେ ରାଜସ୍ୱ ମନ୍ତ୍ରୀପରାମର୍ଶ ଦେଇଥିଲେ । ଏଥି ସହିତବୈଠକରେ କୃଷି, ଗ୍ରାମ୍ୟ ନିର୍ମାଣ ,ଜଳସେଚନ, ପୂର୍ତ (ରାସ୍ତା ଓ ଗୃହ),ବିଦ୍ୟୁତ ଆଦି ବିଭାଗର ପ୍ରାକ କ୍ଷୟକ୍ଷତିସମ୍ପର୍କିତ ତଥ୍ୟ ସମ୍ପୃକ୍ତ ବିଭାଗ ଅଧିକାରୀମାନେ ସୂଚାଇ ଥିଲେ । ସମୀକ୍ଷାରେରାଜସ୍ୱ ମନ୍ତ୍ରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ରାସ୍ତା,ପୋଲ, ଯୋଗାଯୋଗ ବ୍ୟବସ୍ଥା,କେନାଲ ଓ ବିଦ୍ୟୁତ ସରବରାହବ୍ୟବସ୍ଥାକୁ କ୍ଷତିଗ୍ରସ୍ତ ହୋଇଥିବାଅଞ୍ଚଳରେ କାର୍ଯ୍ୟକୁ ସ୍ୱଭାବିକ କରିବାକୁବିଶେଷ କରି ଜିଲ୍ଲାରେ କୃଷି / ଅଣକୃଷିଫସଲ ଚାଷୀମାନଙ୍କର ବାଲିଚରହୋଇଥିବା ଜମୀ ଓ ଫସଲ କ୍ଷୟ କ୍ଷତିରସଠିକ ପରିମାଣ ଅନୁଧ୍ୟାନ କରି ଯଥାଶିଘ୍ରଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟଏସଆରସିଙ୍କ ନିକଟକୁ ପଠାଇବାକୁରାଜସ୍ୱ ମନ୍ତ୍ରୀ ଶ୍ରୀ ମାରାଣ୍ଡି ନିଦେ୍ର୍ଦଶଦେଇଥିଲେ । ସେହିପରି ବନ୍ୟା ପ୍ରଭାବିତଗ୍ରାମପଞ୍ଚାୟତ/ପଞ୍ଚାୟତ ସମିତି ରାସ୍ତା,କ୍ଷତିଗ୍ରସ୍ତ କଚ୍ଚାଗୃହ ଆଦି ଉପରେ ସବିଶେଷତଥ୍ୟ ସମ୍ପୃକ୍ତ ବିଡିଓ/ ତହସିଲଦାରଙ୍କ ଦ୍ୱାରାଆକଳନ କରି ତୁରନ୍ତ ବୀବରଣୀପଠାଇବାକୁ ସମସ୍ତ ଉପଜିଲ୍ଲାପାଳ ମାନଙ୍କୁରାଜସ୍ୱ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ସାଧାରଣବଣ୍ଟନ ବ୍ୟବସ୍ଥା, କରୋନା ସ୍ୱାସ୍ଥ୍ୟ ସେବାପାଇଁ ପ୍ଲାଜମା ସଂଗ୍ରହ ଆଦି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ବୈଠକରେଆଲୋଚନା କରାଯାଇଥିଲା । ଉକ୍ତ ସମୀକ୍ଷାଓ ଆଲୋଚନା ବୈଠକରେ ରାଜସ୍ୱମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ସମସ୍ତ ସମ୍ପୃକ୍ତ ବିଭାଗୀୟଅଧିକାରୀ ମାନଙ୍କୁ ଜରୁରୀକାଳିନଭିତିରେ କ୍ଷୟକ୍ଷତି ଆକଳନର ରିପର୍ଟଜିଲ୍ଲାପ୍ରସାଶନ ନିକଟରେ ଦାଖଲ କରିବାଉପରେ ଗୁରୁତ୍ୱରୋପ କରିଥିଲେ ।

- Advertisement -ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା ବୈଠକ

More articles

LEAVE A REPLY

Please enter your comment!
Please enter your name here

- Advertisement -ପୁର୍ନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା ବୈଠକ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...