18 C
Bhubaneswar
Tuesday, November 24, 2020

ଭାରତ କବଜାରେ ବ୍ଲାକ୍ ଟପ୍ ପୋଷ୍ଟ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ଲଦାଖ,୧ା୯: ଲାଇନ୍ ଅଫ୍ ଆକ୍ଟୁଅ ।ଲ୍ କଣ୍ଟ୍ରୋଲ୍(ଏଲଏସି) ରେ ଚୀନ୍ ଷଡଯନ୍ତ୍ରକୁ ରୋକିବା ସହିତଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟକୁ ନିଜ କବଜାକୁନେଇଛି । ୨୯-୩୦ ଅଗଷ୍ଟ ରାତିରେ ଚୀନ୍ ସେନାଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ଏହାରଜବାବରେ ଭାରତୀୟ ସେନା କେବଳ ବ୍ଲାକ୍ ଟପ୍ପୋଷ୍ଟକୁ କାବୁ କରିନାହାଁନ୍ତି ବରଂ ଚୀନ୍ ସେନା ପକ୍ଷରୁସେଠାରେ ଲଗାଯାଇଥିବା କ୍ୟାମେରା ଏବଂ ସିସିଟିଭିଉପକରଣକୁ ମଧ୍ୟ ହଟାଇ ଦିଅ ।ଯାଇଛି ।ପୂର୍ବ ଲଦାଖର ଲାଇନ୍ ଅଫ୍ ଅ ।କ୍ଟୁଅ ।ଲ୍ କଣ୍ଟ୍ରୋଲ୍(ଏଲସି) ରେ ଭାରତ ଏବଂ ଚୀନ୍ ମଧ୍ୟରେ ପରିସ୍ଥିତିତିକ୍ତ ହୋଇପଡିଛି । ଏହାପୂର୍ବରୁ, ଗାଲଭାନଉପତ୍ୟକାର ପେଙ୍ଗୋଙ୍ଗ ସୋ ଅଞ୍ଚଳରେ ଭାରତୀୟଯବାନମାନେ ·ଇନାର ଯୋଜନାକୁ ଭଣ୍ଡୁର କରିଦେଇଥିଲେ । ୨୯-୩୦ ଅଗଷ୍ଟ ରାତିରେ ଭାରତ ଓଚୀନ ଯବାନଙ୍କ ମଧ୍ୟରେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣଅଞ୍ଚଳରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ପରେପୁଣି ଥରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି । କିନ୍ତୁଏହି ସମସ୍ୟାର ସମାଧାନ ପାଇଁ ବ୍ରିଗେଡିୟର୍ ସ୍ତରରଅ ।ଲୋଚନା ·ଲିଛି ।ଏହି ସମୟରେ ଚୀନ୍ ତା ସୀମା ନିକଟରେ ଟ୍ୟାଙ୍କମୁତୟନ କରିଛି । ଧୋକେବାଜ ଚୀନର ଉଦେ୍ଦଶ୍ୟକୁଅନୁଭବ କରି ଭାରତ ମଧ୍ୟ ନିଜର ସାମରିକଉପସ୍ଥିତିକୁ ବଢାଇଛି ଏବଂ ଭାରତ ମଧ୍ୟ ନିଜସୀମାରେ ଟ୍ୟାଙ୍କ୍ ନିୟୋଜିତ କରିଛି । ଉଭୟ ଦେଶଏଭଳି ସ୍ଥାନରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଯେଉଁଠାରେଉଭୟ ଦେଶ ପରସ୍ପର ଉପରେ ଅ ।କ୍ରମଣକରିପାରିବେ । ଚୀନ୍ ତା ସୀମାରେ ବହୁ ସଂଖ୍ୟାରେଛୋଟ ଛୋଟ ଟ୍ୟାଙ୍କ ନିୟୋଜିତ କରିଛି ଯାହା ଭାରତୀୟ ସୀମା ସହିତ ଅତି ନିକଟରେ ଅବସ୍ଥିତ । ଚୀନର ସମସ୍ତକାର୍ଯ୍ୟକଳାପକୁ ଉପଯୁକ୍ତ ଉତ୍ତର ଦେବାକୁ ଭାରତୀୟସେନା ମଧ୍ୟ ଅକ୍ତିଅ ।ର କରିଥିବା ବ୍ଲାକ୍ ଟପ୍ ଅଞ୍ଚଳରେଟ୍ୟାଙ୍କ୍ ମୁତୟନ କରିଥିବା ଜଣାପଡିଛି ।ବାସ୍ତବରେ, ·ଇନାର ପିପୁଲ୍ସ ଲିବରେସନ୍ ଅ ।ର୍ମି(ପିଏଲ୍ଏ) ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ବ୍ଲାକ୍ଟପ୍ ପୋଷ୍ଟରେ କ୍ୟାମେରା ଏବଂ ସିସିଟିଭି ସିଷ୍ଟମଲଗାଇଥିଲା ଭାରତୀୟ ସେନା ଉପରେ ନଜର ରଖିବାପାଇଁ । ତେବେ ବର୍ତ୍ତମାନ ଏହି ପୋଷ୍ଟକୁ ଭାରତୀୟସେନା କବଜା କରି କ୍ୟାମେରା ଏବଂ ସିସିଟିଭିଉପକରଣକୁ ହଟାଇ ଦେଇଛି ।ଏକ ଜାତୀୟ ଗଣମାଧ୍ୟମଠାରୁ ମିଳିଥିବା ସୂଚନାଅନୁଯାୟୀ, ଯେ ବ୍ଲାକ୍ ଟପ୍ ପୋଷ୍ଟରେ କ୍ୟାମେରା ଏବଂସିସିଟିଭି ସିଷ୍ଟମ ଲଗାଯିବା ପରେ ମଧ୍ୟ ଭାରତୀୟ ସେନାଚୀନ୍ ସେନାକୁ ପଛକୁ ହଟିବା ପାଇଁ ବାଧ୍ୟ କରିଥିଲାଏବଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ଏହିପୋଷ୍ଟକୁ ଦଖଲ କରିଥିଲା । ଭାରତୀୟ ସେନା ବ୍ଲାକ୍ଟପ୍ ପୋଷ୍ଟ ଉପରେ ଚୀନ ପକ୍ଷରୁ ଲଗାଯାଇଥିବାକ୍ୟାମେରା ଏବଂ ସିସିଟିଭି ସିଷ୍ଟମକୁ ମଧ୍ୟ ହଟାଇ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ପୋଷ୍ଟଟି ଖଇଉ ସୀମା ନିକଟରେ ଭାରତୀୟ ପାଶ୍ୱର୍ରେଅବସ୍ଥିତ । ସୂଚନାଯୋଗ୍ୟ ଯେ, ଚୀନ୍ ଏହାର ସୀମା ନୀରିକ୍ଷଣ ପ୍ରଣାଳୀକୁ ସ୍ୱୟଂ·ଳିତ କରିଛିଏବଂ ଭାରତୀୟ ସୈନ୍ୟମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କ୍ୟାମେରା ଏବଂ ସେନ୍ସର ନିୟୋଜିତ କରିଛି । ଚୀନ୍ ସେନା ଭାରତୀୟ ସେନାରପୋଷ୍ଟ ଏବଂ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଥିଲେ ।ପାହଡ ଶିଖରରେ ଥିବା ବ୍ଲାକ୍ ଟପ୍ପୋଷ୍ଟ ଉପରେ କବଜ୍ଜା କରିବାକୁ ଯୋଜନା କରୁଥିବା ନେଇ ଗତ ସପ୍ତାହରେ ଭାରତୀୟ ସେନାକୁସୂଚନା ମିଳିଥିଲା ପରେ ତୁରନ୍ତ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଅପରେସନ୍ ୟୁନିଟ୍ ଏବଂ ଶିଖ୍ଲାଇଟ୍ ଇନଫାଣ୍ଟ୍ରି ଯବାନଙ୍କ ସମେତ ଅ ।ଣ୍ଟି ଟ୍ୟାଙ୍କ୍ ଗାଇଡ୍ କ୍ଷେପଣାସ୍ତ୍ରକୁ ଗତ ସପ୍ତାହରେ ପର୍ବତଉପରେ ନିୟୋଜିତ କରାଯାଇଥିଲା । ଭାରତର ଏହି ସ୍ୱତନ୍ତ୍ର ଟ୍ରୁପ୍ସ ·ଇନାର ଯେକୌଣସି କାର୍ଯ୍ୟରଜବାବ ଦେବାକୁ ପୂର୍ଣ୍ଣରୂପରେ ସକ୍ଷମ ଅଟନ୍ତି । ସୂଚନାଯୋଗ୍ୟ ଯେ, ଲଦାଖରେ ଦୁଇ ଦେଶମଧ୍ୟରେ ଶେଷ ସଂଘର୍ଷ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଏହି ଶିଖରରେ ଘଟିଥିଲା । ବ୍ଲାକ୍ ଟପ୍ନାମକ ଏହି ଶିଖରଟି ଏଲ୍ଏସିର ଅର୍ଥାତ ଭାରତୀୟ ସୀମାରେ ଅବସ୍ଥିତ, କିନ୍ତୁ ଏହାକୁ କୌଣସିଦେଶ ଦଖଲ କରିନଥିଲେ । ଚୀନ୍ ଏହି ଶିଖର ଉପରେ କବଜ୍ଜା କରିବାକୁ ଉଦ୍ୟମ କରିଥିଲା,ଯାହାକୁ ବିଫଳ କରିଦେଇଛନ୍ତି ଭାରତୀୟ ସେନା ।

- Advertisement -ଭାରତ କବଜାରେ ବ୍ଲାକ୍ ଟପ୍ ପୋଷ୍ଟ

More articles

LEAVE A REPLY

Please enter your comment!
Please enter your name here

- Advertisement -ଭାରତ କବଜାରେ ବ୍ଲାକ୍ ଟପ୍ ପୋଷ୍ଟ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...