18 C
Bhubaneswar
Tuesday, November 24, 2020

ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି ପାଇଁ ଦାବି

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

୍ରହ୍ମପୁର,୩୧ ।୮(ନି.ପ୍ର): କୋଭିଡ୍୧୯ ସଂକ୍ରମଣ ଯୋଗୁଁ ଓଡିଶା ବାହାରେବିଭିନ୍ନ ରାଜ୍ୟରେ କାମ କରି ନିଜପରିବାର ପ୍ରତିପୋଷଣ କରୁଥିବା ପ୍ରବାସୀଓଡିଆ ମାନେ ନିଜ ପରିବାର ନିକଟକୁ ଓନିଜ ଭିଟାମାଟିକୁ ଫେରି ଆସିଥିଲେ ।ଏହି ମହାମାରୀର ଭୟାବହତାରୁ ରକ୍ଷାପାଇବା ପାଇଁ କିଏ କେଉଁ ଉପାୟରେବିଭିନ୍ନ ସାଧନ ମାଧ୍ୟମରେ ନିଜ ଗ୍ରାମ ଓପରିବାର ନିକଟରେ ପହଁଚିଲେ । କେନ୍ଦ୍ରସରକାରଙ୍କ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟସରକାରଙ୍କ ବସ ବ୍ୟବସ୍ଥା ବ୍ୟତିରେକେନିଜ ନିଜ ସୁବିଧା ମୁତାବକ ବିଭିନ୍ନବ୍ୟବସ୍ଥା ମାଧ୍ୟମରେ ଗଂଜାମ ଜିଲ୍ଲାରଅନ୍ୟୁନ ୮ଲକ୍ଷରୁ ଉଦ୍ଧ୍ୱର୍ ପ୍ରବାସୀ ନିଜଭିଟାମାଟିକୁ ଫେରିଥିଲେ ଏପରିକି ବହୁପ୍ରବାସୀ ଓଡିଆ ସରକାରୀ କଟକଣାକୁଆଡେଇ ଲୁଚି ଛପି ଅଣ ଫାଟକରେଭିଟାମାଟିରେ ପହଁଚିଲେ । ହାତରେକୋଭିଡ୍ ସିଲ ନଥିବା ବହୁ ଲୋକ ଟ୍ରେନମାଧ୍ୟମରେ ମଧ୍ୟ ଘରକୁ ବାହୁଡିଲେ । କିନ୍ତୁଜିଲ୍ଲାପାଳ ବ୍ୟବସ୍ଥା କରିବା ପରିବର୍ତେସଂଖ୍ୟାକୁ ଲୁଚାଇ ୮ଲକ୍ଷ ବଦଳରେ୨ଲକ୍ଷ ୫୦ହଜାର ବୋଲି କହିବାହାସ୍ୟାସ୍ପଦ । ବିଭିନ୍ନ ରାଜ୍ୟରୁ ଫେରୁଥିବାପ୍ରବାସୀ ଓଡିଆ ମାନଙ୍କୁ ରାଜ୍ୟ ସରକାରଥଇଥାନ କରିବେ ବୋଲି ଦେଇଥିବାପ୍ରତିଶ୍ରୁତି, ଦାନା ପାଣି ଅଭାବରୁ ପ୍ରବାସୀଜୀବନ ବିତାଉଥିବା ଓଡିଆ ମାନଙ୍କୁ ନିଜଭିଟାମାଟିକୁ ଫେରିବାର ଖୋରାକ୍ ଯୋଗାଇଥିଲା ବହୁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କପ୍ରତିଶ୍ରୁତି ଭରଷାରେ ମଧ୍ୟ ଜିଲ୍ଲାକୁଫେରିଆସିଲେ ତେବେ ସରକାର ଯେଉଁଭଳି ଭାବେ ସମସ୍ତ ପ୍ରବାସୀ ମାନଙ୍କଜୀବନ ଜୀବୀକାର ଦାୟିତ୍ୱ ସରକାରନେବେ ଓ କୁଶଳୀ ଓ ଅଣକୁଶଳୀ ମାନଙ୍କୁଥଇଥାନ କରିବେ ବୋଲି ପ୍ରତିଶ୍ରୁତିଦେଇଥିଲେ ତାହାର କାଣିଚାଏ ମଧ୍ୟକାର୍ଯ୍ୟ କଲେ ନାହିଁ । ଦୀର୍ଘ ୪ମାସ କାଳବାହରୁ ଫେରିଥିବା ପ୍ରବାସୀ ମାନେକୌଣସି କାମଧନ୍ଦା ନପାଇ ଖାଲିବସିରହିଲେ, ବାହାରେ ଖଟି ସଂଚିତରଖିଥିବା ପଇସା ମଧ୍ୟ ସରକାରଙ୍କଭରଷାରେ ଚାରିମାସ କୌଣସି ରୋଜଗାରନପାଇ ହରାଇ ବସିଲେ ବର୍ତମାନ ଭୋକଉପାସରୁ ପରିବାରକୁ ବଂଚାଇବା ପାଇଁପୁଣି ପ୍ରବାସୀ ଜୀବନ ବିତାଇବାକୁ ବାଧ୍ୟହୋଇଛନ୍ତି । ଶ୍ରମିକ ଅଭାବରୁଅନ୍ୟରାଜ୍ୟରେ ବନ୍ଦ ପଡିଥିବା କାରଖାନାଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ କାରଖାନାମାଲିକ ମାନେ ଦଲାଲ ମାନଙ୍କସହାୟତାରେ ଜିଲ୍ଲାରେ ଆସି ଶହ ଶହବସଧରି ଡେରା ପକାଇଥିବା ବେଳେପ୍ରତିଦିନ ହଜାର ହଜାର ସଂଖ୍ୟାରେପ୍ରବାସୀ ବାଧ୍ୟ ହୋଇ ରାଜ୍ୟ ଛାଡୁଛନ୍ତି ଏହାକାହାରିକୁ ଅଗୋଚର ନାହିଁ କିନ୍ତୁ ଦାନା ଓକାମ ଅଭାବରୁ ବହୁ ସଂଖ୍ୟାରେ ପ୍ରତିଦିନରାଜ୍ୟ ଛାଡୁଥିବା ବିଷୟ ଜିଲ୍ଲା ପ୍ରଶାସନହୁଅନ୍ତୁ କିମ୍ବା ରାଜ୍ୟ ସରକାର ଅଶ୍ୱିକାରକରିବା ହାସ୍ୟାସ୍ପଦ କଥା । ଦୀର୍ଘ ୫ମାସହେଲା ସରକାର ବିଭିନ୍ନ କଥା କହିକେବଳ ଭୁଆଁ ବୁଲାଉଥିବା ବେଳେପ୍ରବାସୀ ମାନଙ୍କୁ ଥଇଥାନ କରିବା ପାଇଁରୋଡ୍ ମେପିଂ ତିଆରୀ କରିବା କେବଳଧୁଆଁ ବାଣ । କାଁ ଭାଁ କେଉଁଠି ମନେରେଗାକାମ ଚାଲିଥିବା ବେଳେଏମ.ଜି.ଏନ୍.ଆର.ଇ.ଜି.ଏସ୍ରେ ଗଛଲଗାଇବା ପାଇଁ ଗାତ ଖୋଳିବାକୁସରକାର ଶ୍ରମିକ ମାନଙ୍କୁ ୧୨ଟଙ୍କାଦେଉଛନ୍ତି,ଯେଉଁ କିଛି ଶ୍ରମିକ ମାନେକାମ ପାଉଛନ୍ତି ଦୈନିକ ୨୦୦ ଟଙ୍କାପାଇବା କଷ୍ଟ । ରାଜ୍ୟରେ ପ୍ରବାସୀ ଶ୍ରମିକମାନଙ୍କ ନାମ ସଠିକ ଭାବେ ଶ୍ରମିକପଂଜିକରଣ ତାଲିକାଭୁକ୍ତ ନକରି,ସେମାନଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି କଥାକହିବା ରାଜ୍ୟ ସରକାରଙ୍କର ଶ୍ରମିକମାନଙ୍କ ପ୍ରତି ଏକ ପ୍ରହେଳିକା ମାତ୍ର ।ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପ ଓକାରଖାନା ନିର୍ମାଣ ପାଇଁ କେବଳରାଜନୀତି କରୁଛନ୍ତି । କାରଖାନ ନିର୍ମାଣହେଉଛି ନା ଲୋକଙ୍କୁ କାମ ମିଳୁଛି ।ଗଂଜାମ ଜିଲ୍ଲାରେ ଚାରୋଟି ଇଣ୍ଡଷ୍ଟ୍ରିଆଲହବ ଆଙ୍କୁଲି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍,ହଳଦିଆପଦର ଅଟୋ ନଗର,ଆମ୍ବପୁଆଆଇ.ଟି ପାର୍କ ଏବଂ ଛତ୍ରପୁର ସାମୁଦ୍ରିକଖାଦ୍ୟ ପାର୍କ ମଧ୍ୟରୁ ଅଳ୍ପ କେତୋଟିକାର୍ଯ୍ୟକ୍ଷମ ଥିବା ବେଳେ ବାକି ତକଅକାମୀ ହୋଇ ପଡିରହିଛି । ଗତ କିଛିବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିଥିବା୩୪,୫୩୮ ଏକର ଜମି ମଧ୍ୟରୁ ଅନେକଅପବ୍ୟବହାର ହୋଇଥିବା , କିଛିବ୍ୟବହାର ହୋଇନଥିବା ଏବଂ ବ୍ୟବହାରହେଉଥିବା ଜମିରେ ଶିଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମନଥିବା ନଜିରକୁ ଆସିଛି । ଏପରିକି ମେଗାପ୍ରକଳ୍ପ ନାମରେ ଟାଟା କମ୍ପାନୀକୁ ହଜାରହଜାର ଏକର ଚାଷ ଜମି ଚାଷୀଙ୍କ ଠାରୁଛଡେଇ ନେଇ ଆବଂଟିତ କରାଯାଇଥିଲେମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ବାସୀଙ୍କ ସ୍ୱପ୍ନଦିବାସ୍ୱପ୍ନ ପରି ପ୍ରତୀୟମାନ ହେଉଛି ।ତେଣୁ ଜିଲ୍ଲା ଭାଜପା ଦାବୀ କରୁଛି କିମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରୁଗ୍ଣ ଶିଳ୍ପ ଯଥା- ଆସକା ସ୍ପିନିଂ ମିଲ୍, ଆସିକା ଚିନିକଳ, ଆମ୍ବପୁଆ ଆଇ.ଟି ପାର୍କ, ଆଙ୍କୁଲୀଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଅଟୋ ନଗର,ମେଗା ଟାଟା ପ୍ରକଳ୍ପ ଓ ବ୍ରହ୍ମପୁରର ପାଟଶିଳ୍ପ ଇତ୍ୟାଦିକୁ ପୁର୍ନରୁଦ୍ଧାର କରିବା ସହଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀ ମାନଙ୍କମାନବ ସମ୍ବଳକୁ ଜିଲ୍ଲା ପାଇଁ ଉପଯୋଗକରାଯାଉ । ରାଜ୍ୟ ସରକାର କୌଣସିକପଟତା ନ ରଖି ଆଦରଣୀୟ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ଅତ୍ମନିର୍ଭର ଭାରତଯୋଜନାରେ ଉଦ୍ୟୋଗ ଏବଂଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲାକୁଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ । ଏତଦ୍ବ୍ୟତୀତ ଶୀତଳ ଭଣ୍ଡାର ନିର୍ମାଣ, ମାଛପ୍ରକ୍ରିୟା କରଣର ଉନ୍ନତିକରଣ, କିଆଫୁଲଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା, କାଜୁକ୍ଲଷ୍ଟର ଘୋଷଣା , ଜୀର୍ଣ୍ଣ ଜଳସେଚନପ୍ରକଳ୍ପର ପୁନରୁଦ୍ଧାର, ନୂତନ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହକୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରିଜିଲ୍ଲରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟିକରନ୍ତୁ । ଏହି ଅବସରରେ ବରିଷ୍ଠ ବିଜେପିନେତା କାହ୍ନୁ ଚରଣ ପତି, ନିରଞ୍ଜନପାଣିଗ୍ରାହୀ, ସୁବାସିନୀ ପଟନାୟକ, ନମିତାପଣ୍ଡା,ରାଜେଶ ସାହୁ, ପ୍ରଭାତଷଡଙ୍ଗୀ,ପ୍ରବୀର ପାତ୍ର,ଡ.ସୁବାଷସାହୁ,ମଦନ ମୋହନ ପାତ୍ର, ରାମ କୁମାରପାତ୍ର, ଏନ.ରଜେନ୍ଦ୍ର କୁମାର, ସିଦ୍ଧାନ୍ତଗଙ୍ଗଦେବ, ମହନ୍ତ ଚିନ୍ମୟାନନ୍ଦ, ଶିବଶଙ୍କର ନାୟକ, ଏଲ.ମୋହନ ଦାସ,ଶିବ ପାତ୍ର, ଏସ୍.ଶ୍ରୀନିବାସ, ଡି.କରୁଣାକର, ବିନାୟକ ରଥ,ଭାବଗ୍ରାହୀପାଳ,ସନ୍ତୋଷ ପାଣିଗ୍ରାହୀ, ଶିବ ଶଙ୍କରଶତପଥୀ,କିରଣ ସାହୁ, କମଳପାତ୍ର,ମଧୁସୁଦନ ସାହୁ,ପ୍ରମୋଦ କୁମାରମଣ୍ଡଳ,ଶିବ ପ୍ରସାଦ ପାତ୍ର, ମନୋଜକୁମାର ସେଠୀ, ବିକାଶ ପାଣିଗ୍ରାହୀ,ବାଳକୃଷ୍ଣ ସାମନ୍ତରା, ଜେ.ରାଜେନ୍ଦ୍ର ରେଡ୍ଡି,ସୁମିତ ପାତ୍ର,କେ.ଶ୍ରୀନିବାଶ, ଏସ୍. ସୁନିଲକୁମାର, ଦେବବ୍ରତ ଦାସ, ଶରତ ଚନ୍ଦ୍ରମହାରଣା,ଜଗଦିସ ପ୍ରଧାନ, ସୁଶାନ୍ତ ଚନ୍ଦ୍ରମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି ପାଇଁ ଦାବି

More articles

LEAVE A REPLY

Please enter your comment!
Please enter your name here

- Advertisement -ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି ପାଇଁ ଦାବି

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...