ବାରିପଦା ,୩୦ା୮ (ନି.ପ୍ର): ମୟୂରଭଞ୍ଜ ଜିଲ୍ଲା ପ୍ରସାଶନତତ୍ୱାବଧାନରେ ଜିଲ୍ଲାରେ କୋଭିଡ୍ପରିଚାଳନା ଓ ସତର୍କତାଏବଂ ସଚେତନତାକାର୍ଯ୍ୟକ୍ରମରସୁପରିଚାଳନା କରାଯାଇଆସୁଅଛି । ସ୍ୱାସ୍ଥ୍ୟ ବିଭାଗରପରାମର୍ଶ କ୍ରମେ କୋଭିଡ୍ରେ ଆକ୍ରାନ୍ତ ଜଟିଳରୋଗୀ ମାନଙ୍କ ପାଇଁପ୍ଲାଜମା ଥେରାପି ଚିକିସôାବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱଦେଇ ଏହାର ପ୍ରଚାରପ୍ରସାର ସଚେତନତାପାଇଁ କାର୍ଯ୍ୟକ୍ରମକୁ ତରାନ୍ୱିତକରାଯାଉଛି । କୋଭିଡ୍ରୁ ସୁସ୍ଥହୋଇଥିବା ଯୋଗ୍ୟ ବ୍ୟକ୍ତି ମାନଙ୍କଠାରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁବିଶେଷ ଧ୍ୟାନ ଦେଇ ତ୍ୱରାନ୍ୱୀତକରାଯାଉଛି । ଏହି ପରିପ୍ରେକ୍ଷୀରେ,ମୟୂରଭଞ୍ଜ ଜିଲ୍ଲାରେ ପ୍ଲାଜମାଥେରାପି ଚିକିସôା ପାଇଁ ପ୍ଲାଜମାସଂଗ୍ରହ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତଭାବରେ ପ୍ଲାଜମା ଦାନ କରିଥିବାରାସଗୋବିନ୍ଦପୁର ବ୍ଲକ ଝାଟିଅଡାଗ୍ରାମର ହରେକୃଷ୍ଣ ଦଳେଇ ଙ୍କୁମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟପ୍ରକୋଷ୍ଠରେ ଅନୁଷ୍ଠିତ ଏକକାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୟୂରଭଞ୍ଜବିନୀତ ଭରଦ୍ୱାଜ୍ ପୁଷ୍ପଗୁଚ୍ଛ ଓମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।ଏହି ଅବସରରେ ଜିଲ୍ଲାପାଳ ତାଙ୍କରସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପ୍ଲାଜମାଦାନ କରି ଅନ୍ୟମାନଙ୍କ ପାଇଁପ୍ରେରଣରା ଉସô ସାଜିଥିବାରୁ ତାଙ୍କସାଧୁବାଦ ଜଣାଇବା ସହିତଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେପ୍ରସôାହିତ କରିବା ପାଇଁ ପରାର୍ମଶଦେଇଥିଲେ ।ଏଥିସହିତ ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜଓ ହସପିଟାଲର ପ୍ଲାଜମା ସଂଗ୍ରହଦାୟୀତ୍ୱରେ ଥିବା ଡାକ୍ତର ସିଦ୍ଧାର୍ଥଦାସଙ୍କୁ ମଧ୍ୟ ତାଙ୍କ ଦ୍ୱାୟିତ୍ୱ ଓ କର୍ତବ୍ୟନିଷ୍ଠା ପାଇଁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନାକାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେଜିଲ୍ଲା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ରୂପଭାନୁମିଶ୍ର, ପି.ଏ.ଆଇ.ଟି.ଏ.ବାରିପଦା ତଥା ଜିଲ୍ଲାକୋଭିଡ୍-୧୯ ନୋଡାଲଅଫିସର ଶ୍ରୀ ବସନ୍ତ କୁମାରସେଠୀ, ଜିଲ୍ଲା ଜରୁରୀଅଧିକାରୀ ସୁଜୟ କୁମାର ପତି,.ଜିଲ୍ଲା ସୂଚନା ଓ ଲୋକସଂପର୍କଅଧିକାରୀ ରବିନ୍ଦ୍ର କୁମାରନାୟକ ପ୍ରମୁଖ ଉପସ୍ଥିତ ରହିପ୍ଲାଜମା ଦାତାଙ୍କୁ ଉସôାହିତକରିଥିଲେ । ବର୍ତମାନ ସୁଦ୍ଧାଜିଲ୍ଲାରେ ୪ ଜଣ ପ୍ଲାଜମା ଦାନକରିଥିବା ବେଳେ, ଆଗାମୀଦିନରେ କୋଭିଡ୍ ରୁ ସୁସ୍ଥ ଓଯୋଗ୍ୟ ବ୍ୟକ୍ତିଙ୍କୁ ସ୍କ୍ରିନିଂ କରାଯାଇଯୋଗ୍ୟ ବ୍ୟକ୍ତି ଠାରୁ ପ୍ଲାଜମା ସଂଗ୍ରହକରାଯିବା ପାଇଁ ବିହିତ ପଦକ୍ଷେପଜିଲ୍ଲା ପ୍ରସାଶନ ପକ୍ଷରୁ ଗ୍ରହଣକରାଯାଉଛି