27 C
Bhubaneswar
Sunday, September 20, 2020

ଜଣେ ଶାଶ୍ୱତ ସ୍ୱାଭିମାନୀର ମୁଖ ବାର୍ତ୍ତା

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ତୁମେ କୌଣସି ଅଲୌକିକ ଶକ୍ତିରଆଧାର ନୁହଁ କି ଅଦୃଶ୍ୟ ନିରାକାରଙ୍କପ୍ରତିଛବି ନୁହଁ ଯିଏ ଆଶୀର୍ବାଦକରିଦେଲେ ସଂସାରର ସବୁ ଦୁଃଖଚାଲିଯିବ ! ତୁମେ କୌଣସି ମାୟାନଗରୀର ମାୟାବିନୀ ନୁହଁ କି ତୁମେଚାହିଁଦେଲେ ସମସ୍ତଙ୍କ ଭୋକିଲା ପେଟପୁରିଯିବ ! ତୁମେ ସକଳ ଶକ୍ତିର ଆଧାରନୁହଁ ଯେ ତୁମେ ଇଚ୍ଛା ପ୍ରକାଶ କଲେଚତୁର୍ଦିଗ ବିକଶିତ ହୋଇଯିବ ! ତୁମେମଧ୍ୟ ମଣିଷ ସମାଜର ଜଣେ ସାଧାରଣନାଗରିକ ଥିଲ ଯାହା ଆଜି ମୋରପରିଚୟ । କେଉଁ ପରିପ୍ରେକ୍ଷୀରେ କୌଣସିଅଲୌକିକ ନଗରୀର ଆଶୀର୍ବାଦରୁ ତୁମେଆଜି ସଂସାରର ଏତେବଢ଼ ଲୋକହୋଇନାହଁ ବରଂ ଏହି ଆମ ସମାଜରକିଛି ଅଂଶରୁ ପ୍ରତିଫଳିତ କୌଣସିଅବାଂଛିତ ସଂଯୋଗରୁ ତୁମର ବିକାଶଯାହା କେବଳ ତୁମର ପ୍ରତିଭାରୁ ନୁହଁବରଂ ଲୁଣ୍ଠିତ ବିକଳ୍ପରୁ, ତାହା ସମସ୍ତେଜାଣନ୍ତି ! ନିଜକୁ ବଡ଼ବୋଲି ପରିଚୟପ୍ରଦାନ କରୁଥିବା ମଣିଷ କେବେ ବଡହୋଇନାହିଁ କିମ୍ବା ହୋଇପାରିବ ନାହିଁ ।ନିଜର ମିଥ୍ୟା ପ୍ରତିଭା ଦେଖାଇ କେବଳସମୟର ସ୍ରୋତରେ ନିଜକୁ ନିଜେସାବ୍ୟସ୍ତ କରିବା ସମ୍ଭବ ହୋଇପାରେ,କିନ୍ତୁ ସେହିଭଳି ମଣିଷର ନାମ କେବେଇତିହାସର ପୃଷ୍ଠା ମଣ୍ଡିତ କରିନାହିଁ କିକରିପାରିବ ନାହିଁ । ଏହା ତୁମର ଭ୍ରମହୋଇପାରେକି ନିଜର ମିଥ୍ୟା ପ୍ରତିଭାପ୍ରଦର୍ଶନ କରି ସଂସାରକୁ ଭୁଆଁ ବୁଲାଇଜଣେ ଉତ୍ତମ ମଣିଷର ପରିଚୟପ୍ରଦାନକରି କିମ୍ବଦନ୍ତୀ ପୁରୁଷ ବନିଯିବ?!ଏହା ତୁମର ଏକ ଅମାନୁଷିକ ଭ୍ରାନ୍ତଧାରଣାରୁ ନିର୍ଗତ ଯାହା ସଂସାର ଗ୍ରହଣକରିବ ନାହିଁ ! ଉପସ୍ଥିତ ସମୟରେ ଅଜ୍ଞାନଲୋକଙ୍କ ସାହାରା ନେଇ ନିଜକୁ ବଡବୋଲି ପରିଚୟ ଦେବା କିଛିସମୟ ପାଇଁହୋଇପରେ । କିନ୍ତୁ ତାହା ସମଗ୍ରଜନମାନସକୁ ପ୍ରଭାବିତ କରିପାରିବ ନାହିଁକିମ୍ବା ଜ୍ଞାନୀ କେବେ ତୁମକୁ ବଡ଼ବୋଲିଅନ୍ତରରେ ଗ୍ରହଣ କରିବେ ନାହିଁ । ଅର୍ଥାତତୁମର ସମୟ ସରିଗଲେ ଏହି ବଢ଼ପଣରହିବା ଦୂରର କଥା, ସମସ୍ତେ କେବଳଘୃଣାରେ ବ୍ୟବହାର କରିବେ ତୁମର ନାମନେଇ । କିଛି ଅର୍ଜନ କରିପାରିବନିସମାଜରୁ ଯେତେବେଳ ପର୍ଯ୍ୟନ୍ତ ନିଜକୁସତ୍ୟର ପଥରେ ପରିଚାଳିତ କରିବାନଶିଖିଛ ! ପୂର୍ବରୁ ଏମିତି ଅନେକଅମାନୁଷିକ, ଅତ୍ୟାଚାରୀ, ସ୍ୱେଚ୍ଛାଚାରୀଙ୍କନାମ ଇତିହାସ ଦେଇଛି ଯାହାଙ୍କୁଆଜିପର୍ଯ୍ୟନ୍ତ ମଣିଷ ସମାଜ ଘୃଣା କରିଆସିଛି ଏବଂ ମଣିଷ ସମାଜ ଥିବା ପର୍ଯ୍ୟନ୍ତସେମାନେ ଘୃଣାର ପାତ୍ର ହୋଇ ଇତିହାସରଶୋଭା ବର୍ଦ୍ଧନ କରୁଛନ୍ତି, କରୁଥିବେ ।ତୁମେ ମଧ୍ୟ ନିଜର କାର୍ଯ୍ୟଧାରା,ବିଚାରଧାରା ନବଦଳାଇଲେ ସେମାନଙ୍କଭଳି କେବଳ ଘୃଣାର ପାତ୍ର ହୋଇ ସବୁଦିନପାଇଁ ରହିଯିବ ଇତିହାସର ପୃଷ୍ଠାରେ,ଏଥିରେ ତିଳେହେଲେ ଦ୍ୱିଧା ନାହିଁ ।ମୁ ଜଣେ ସାଧାରଣ ମାନବୀୟ ଚିନ୍ତନ,ସାମାଜିକ କର୍ତ୍ତବ୍ୟବୋଧ ମଣିଷ ଯିଏକେବଳ ନିଜ ପରିଶ୍ରମରୁ ଅର୍ଜିତ ଧନରେମନ ପୁରାଇ ଜୀବନ ବଂଚିବା ଶିଖିଛି ।ତୁମ ଭଳି ମିଛ ସତ କହି କାହାକୁ ଭୁଆଁବୁଲାଇ ଠକି ସଂସାରକୁ ଲୁଟି ବଡ଼ଲୋକହେବାର ସ୍ୱପ୍ନ ଦେଖିନାହିଁ କି ଦେଖିବି ନାହିାଁ ତୁମର ମନ ମୋଠାରୁ ଯଥେଷ୍ଟ କ୍ଷୀଣଯିଏ ନିଜପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହଖଣ୍ଡିଏ ମଧ୍ୟ ନିଜ ହସ୍ତରେ କରିପାରିବନାହିଁ, ଯାହାପାଇଁ ନିର୍ଭର କରୁଥିବ ମୋରିଉପରେ ! ମୋ ଭଳି ଅଜସ୍ର ମଣିଷଙ୍କଆଦାୟ ଅର୍ଥରୁ ବିଭିନ୍ନ ଉପାୟରେ ଲୁଣ୍ଠନକରି, ଠକି, ଭଣ୍ଡି ତୁମର କୋଷ ଭରିତୁମେ ଆଜି ସଂସାରର ବଡ଼ଲୋକବୋଲାଉଛ, ସମସ୍ତେ ଶୁଣୁଛନ୍ତି ବୋଲିଯାହା ବାସ୍ତବ ନୁହେଁ ! ତୁମେ ଆଜିଯେଉଁ ସ୍ଥାନରେ ବସିଛ ସେସବୁ କେବଳମୁ ଏବଂ ମଭଳି କେତକ ସାଧାରଣଲୋକଙ୍କ ନିର୍ବୋଧ ଅଜ୍ଞାନତାରୁ ! ମୁକାଲି ଯାହା ଥିଲି ଆଜି ମଧ୍ୟ ଅଛି ଏବଂସମୟର ଦୀପ ଲିଭିବା ପର୍ଯ୍ୟନ୍ତ ସେହିଏକା ଆଧାରରେ ଚାଲିଥିବ ମୋ ପରିଚୟା ମୋତେ କିଏ ମନେନରଖିଲେ ମଧ୍ୟଅନ୍ତତଃପକ୍ଷେ ମୋପଛରେ ଘୃଣା କରିବେନାହିଁ ମୋ ନାମ ନେଇ । କାରଣ ମୁକେବେ ନିଜେ ନିଜକୁ ବଡ଼ବୋଲିସମାଜକୁ ପ୍ରଦର୍ଶନ କରିନାହିଁ କିମ୍ବାକୌଣସି ଅନୈତିକ କାର୍ଯ୍ୟ କରି କିମ୍ବାକାହାକୁ ମିଛକହି, ଠକି ନିଜସ୍ୱ ସ୍ୱାର୍ଥହାସଲ କରିବାକୁ ପ୍ରୟାସ କରିନାହିଁ ।ମୋର କୌଣସି ସାମାଜିକ ପରିଚିତି ନାହିଁକି ମୋତେ କିଏ ବିରୋଧ କରିବେ ନାହିାଁ ଅର୍ଥାତ ମୋ ଜୀବନର ଆରମ୍ଭରୁ ମୁଯାହାଥିଲି ଆଜି ମଧ୍ୟ ଅଛି ଏବଂ ଅସ୍ତହେବାଯାଏ ସେମିତି ରହିଥିବି ଯାହାରକୌଣସି ମିଥ୍ୟା ସାମାଜିକ ପରିଚୟଆବଶ୍ୟକ ନଥିଲା କି ରହିବ ନାହିଁ । ମୁକେବଳ ପ୍ରକୃତ୍ତି ପ୍ରଦତ୍ତ ଗୋଟିଏ ପ୍ରାଣୀଯାହାର ମାନବିକ ମୂଲ୍ୟବୋଧ ଏବଂପ୍ରାକୃତିକ ଜୀବନ ବଂଚିବା ଶୈଳୀଆଶାକରି ଜୀବନ ଶେଷ କରିବା ପୂର୍ବରୁସମାଜରେ ନିଜକୁ ଜଣେ ମଣିଷରପରିଚୟ ଦେଇ ଯିବା ଆଶା ରଖିଥିଲିଯାହା ପାଇଁ ଆପ୍ରାଣ ଚେଷ୍ଟା ଜାରିରଖିକୃତକାର୍ଯ୍ୟ ହୋଇଆସୁଅଛି ଏବଂ ସେମିତିରହିବି । ସେତିକିରେ ମୋ ପେଟପୂରିଯାଏ ଏବଂ ମୋ ଜୀବନ ସାର୍ଥକହୋଇଯିବ ବୋଲି ମୋର ଧାରଣାକେତେଦୂର ଉପଯୁକ୍ତ ସମୟ କହିବ ।ମୋର ନିରାଡ଼ମ୍ବରତା ଏବଂ ତୁମରସେହି ଅହଂଭାବ ମଧ୍ୟର ଦୂରତା ବୁଝିବାସାମର୍ଥ୍ୟ ବିହୀନ ଅଜ୍ଞାନ ଶିକ୍ଷିତ ତୁମେଥରେ କେବେ ମାନବିକତାର ତରାଜୁରେନିଜର ବିଚାଚାର ବିବେକ ମାପି ଦେଖବୁଝିପାରିବ ଜଣେ ଶିକ୍ଷିତ ପ୍ରାକୃତିକଶୈଳୀରେ କାର୍ଯ୍ୟକରି ଜୀବନ ବଂଚୁଥିବାଶ୍ରମିକର ଜାତି, ରାଷ୍ଟ୍ର ପ୍ରତି ଅବଦାନକେତେ ?! ଆଉ ତୁମ ଭଳି ଶିକ୍ଷାଗତଯୋଗ୍ୟତାର କାଗଜ ଖଣ୍ଡଟିଏ ନେଇଅମାନୁଷିକତାରେ ଭରପୁର ଚରିତ୍ର ତୁମରସଂସାରକୁ କିଛି ଦେବା ବଦଳରେ ମୋଭଳି ନିରୀହ, ସଚ୍ଚୋଟ, ଶାଶ୍ୱତ ସଭ୍ୟସମାଜର ମଣିଷ ମାନଙ୍କୁ ଅହରହ ଲୁଟିଚାଲିଥିବାବେଳେ ଏହି ଅଜ୍ଞାନରଆଦାୟରୁ ହିଁ ତୁମର ପେଟପୁରେ ! ମୋରଆଦାୟରୁ ଲୁଣ୍ଠନ କରି ମୋତେ କାରୁଣ୍ୟରେଜାଳିପୋଢ଼ି ନିଜକୁ ଜଣେ ଶ୍ରେଷ୍ଠ ମଣିଷଭାବେ ପ୍ରଦର୍ଶନ କରୁଥିବା ତୁମର ସେହିଭାବନାରେ କୌଣସି ବାସ୍ତବତା ନାହିଁଯାହା ତୁମେ ବୁଝିପାରୁନଥିଲେ ମଧ୍ୟସଂସାର ବୁଝିଛି । ଏବଂ ତାପାଇଁ ତୁମେନିଜେ ଗର୍ବିତ ହେଉଥିଲେ ମଧ୍ୟ ତୁମରସେହିସବୁ ଭାବନା କେବଳ ପାଣିରଗାରଭଳି ତୁମ ଭାବନା ମଧ୍ୟରେ ସୀମିତବୋଲି ତୁମର ଜ୍ଞାନ ବହିର୍ଭୁତ ଅଧମ ମଣିଷଟିଏ ତୁମେ । ସଂସାରରୁ ଲିଭିଯିବ ତୁମଜୀବନ ପ୍ରଦୀପ ଦିନେ, କିନ୍ତୁ ତୁମର ସବୁକଳା କାର୍ନାମା ପାଇଁ ଆମର ଭବିଷ୍ୟ ପିଢ଼ିଯୁଗ ଯୁଗ ଧରି ଦିବାନିଶି ଦ୍ୱେଷରେଜଳୁଥିବେ ଯାହା ତୁମେ ଆଉ ଦେଖିବାକୁନଥିବ ! ସବୁବେଳେ ସେମାନଙ୍କମୁହଁରେ ତୁମପ୍ରତି ନୈରାଶ୍ୟ ଭାବ ଏବଂଆନ୍ତରିକ ଘୃଣା ରହିଥିବ କେବଳ ତୁମରିନାମରେ,କିନ୍ତୁ ତୁମେ ନଥିବ ସେସବୁଶୁଣିବା ପାଇଁ । ନିଜସ୍ୱ ସାମର୍ଥ୍ୟ ମଧ୍ୟରେଅର୍ଜିତ ଧନରେ ସୁଖର ମହିମା ବୁଝିବାକ୍ଷମତା ନାହିଁ ତୁମର । ତେଣୁ ନିଷ୍କରୁଣଅମାନବୀୟ ଚରିତ୍ର ତୁମର ଲୀଳାମୟଙ୍କମାୟା ବୁଝିନପାରି କରିଚାଲିଥିବା ଦୁଷ୍କର୍ମରଫଳ ଆଜି ନହେଲେ କାଲି କିମ୍ବା କୌଣସିସମୟରେ ଭୋଗିବାକୁ ପଡିବ ହୁଏତଯେତେବେଳେ କେହିନଥିବେ ସେସବୁଦେଖିବା ପାଇଁ ତୁମରି ପାଖରେ ! କିନ୍ତୁମୁ ନିଶ୍ଚିତଯେ ଜୀବ ଥିବା ମଧ୍ୟରେ କେହିତୁମର କିଛି ନକରିପାରିଲେ ମଧ୍ୟ ଜୀବନଯିବା ପୂର୍ବରୁ ନିଜକୁ ନିଜେ ଘୃଣା କରିଦେହତ୍ୟାଗ କରିବ ତୁମେ ଯାହା ତୁମପାଇଁହୁଏତ ସଂସାରର ସବୁଠାରୁ କଠୋର ଦଣ୍ଡହେବ, ଏଥିରେ ତିଳେହେଲେ ସନେ୍ଦହନାହିଁ ! ତେଣୁ ବର୍ତ୍ତମାନ ମଧ୍ୟ ସମୟଅଛି ନିଜକୁ ବଦଳାଇ ପ୍ରେମମୟ କରିସଂସାରକୁ ଗଢିତୋଳିବାର, କିନ୍ତୁ ନିର୍ଭରକରୁଛି କ’ଣ ତୁମ ବିଚାର

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...