30 C
Bhubaneswar
Tuesday, September 22, 2020

କରୋନା ସ୍ଥିତି ଚିନ୍ତାଜନକ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

କରୋନା କ୍ଷେତ୍ରରେ ଭାରତର ସ୍ଥିତି ଦିନକୁଦିନ ଉଦ୍ବେଗଜନକ ହେବାରେଲାଗିଛି । କ୍ରମାଗତ ଭାବେ ଗତ କିଛି ଦିନ ହେବ ଭାରତରେ ବିଶ୍ୱର ସବୁଠୁଅଧିକ ପଜିଟିଭ୍ ରିପୋର୍ଟ ଆସୁଛି । ବ୍ରାଜିଲ ଓ ଆମେରିକାକୁ ମଧ୍ୟ ଟପିଯାଉଛି ।ଜୁଲାଇ ମାସରେ କରୋନା ସଂକ୍ରମଣ ଶିଖରରେ ପହଁଚିବା ନେଇ ପୂର୍ବରୁ ଆଶଙ୍କାକରାଯାଉଥିଲା, ତାହା ବାସ୍ତବ ରୂପ ନେଲା । କହିବା ବାହୁଲ୍ୟ ଯେ, ଜୁଲାଇମାସ ଆରମ୍ଭରୁ ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରଅତିକ୍ରମ କଲା । ପ୍ରତି ଚାରି/ପାଞ୍ଚ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାରହେଲା । କେବଳ ଏତିକି ନୁହେଁ ଦୈନିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରେକର୍ଡଭାଙ୍ଗିଲା । ଦେଶର ମେଟ୍ରୋ ପଲିଟାନ ସିଟି ଠାରୁ ଆରମ୍ଭ କରି ସହର, ଗ୍ରାମାଞ୍ଚଳଏବଂ ବସ୍ତି ଇଲାକାରେ ଯେଭଳି ଦିନକୁ ଦିନ ସଂକ୍ରମଣ କାୟା ବିସ୍ତାରକରିଚାଲିଛି, ତାହା ଚିନ୍ତାଜନକ ହୋଇଛି । ସଂକ୍ରମଣରୁ ବସ୍ତିବାସିନ୍ଦାଙ୍କ ଠାରୁଆରମ୍ଭ କରି ସେଲିବ୍ରିଟି, ରାଜନେତା, କରୋନା ଯୋଦ୍ଧା କେହି ବାଦପଡୁନାହାଁନ୍ତି । ବିଭିନ୍ନ କୋଭିଡ୍ ହସପିଟାଲରେ କରୋନା ରୋଗୀଙ୍କ ଚିକିସôା କରୁଥିବାଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ନର୍ସ, ଶିକ୍ଷକ, ପୋଲିସ, ସାମ୍ବାଦିକ ଭୂତାଣୁ ସଂକ୍ରମଣରୁମଧ୍ୟ ବର୍ତ୍ତି ନାହାନ୍ତି । ରିପୋର୍ଟ ପ୍ରକାଶ ପାଇଛି ଯେ, ଗତ ୩ ମାସ ମଧ୍ୟରେଦେଶର ପ୍ରମୁଖ କରୋନା ଯୋଦ୍ଧା ଭାବେ ପରିଚିତ ୧୦୬ ଜଣ ଡାକ୍ତରଙ୍କମୃତୁ୍ୟ ଘଟିଥିବା ବେଳେ ଶହ ଶହ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ,ସାମ୍ବାଦିକ ଚିକିସôାଧୀନ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୨୫ତାରିଖ ଦିନ କରୋନାର ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ଦିନଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୫୮୧ ଥିବାବେଳେ ମୃତୁ୍ୟ ସଂଖ୍ୟା ମାତ୍ର୯ ଥିଲା । ଇତି ମଧ୍ୟରେ ୬୮ ଦିନିଆ ଲକଡାଉନ ଏବଂ ଅନଲକ-୩ ପର୍ଯ୍ୟାୟସରିବାକୁ ବସିଲାଣି । ଇତିମଧ୍ୟରେ ଅନଲକ୍-୪ର ଗାଇଡ୍ ଲାଇନ କେନ୍ଦ୍ରସରକାର ଜାରି କରିସାରିଲେଣି । କଠୋର କଟକଣା ସତ୍ୱେ କରୋନା ଭୂତାଣୁସଂକ୍ରମଣ ଦିନକୁ ଦିନ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି । ଆମ ରାଜ୍ୟରେଅବସ୍ଥା ମଧ୍ୟ ଅନୁରୂପ । ସବୁଠୁ ଉଦ୍ବେଗଜନକ ଘଟଣା ହେଉଛି ରାଜ୍ୟରେଜୁଲାଇ ମାସ ଆରମ୍ଭରୁ ପ୍ରତିଦିନ ମୃତୁ୍ୟ ସଂଖ୍ୟା ଆକ୍ରାନ୍ତଙ୍କ ସହ ତାଳ ଦେଇବଢିଚାଲିଛି । ଆମେ ଉଲ୍ଲେଖ କରିବାକୁ ଚାହୁଁ ଯେ, କରୋନା ଭୂତାଣୁ ସଂକ୍ରମଣମୁକାବିଲାରେ ଓଡିଶା ଦେଶରେ ମଡେଲ ରାଜ୍ୟ ଭାବେ ସ୍ଥାନ ପାଇଥିବା ବେଳେରାଜ୍ୟ ସରକାରଙ୍କ ସମସ୍ତ ପ୍ରତିଷେଧାତ୍ମକ ପଦକ୍ଷେପ, ସତର୍କତା ସତ୍ୱେ ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢିଚାଲିଛି, ତାହା କେବଳ ସରକାରଙ୍କର ନୁହେଁ,ଜନସାଧାରଣଙ୍କର ନିଦ ହଜାଇ ଦେଇଛି । ସ୍ଥାନୀୟ ଆକ୍ରାନ୍ତ ଯେଉଁମାନେ କିସଂକ୍ରମଣର ବାହାକ, ସେମାନଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଓଡ଼ିଶା ଯେ ଏବେଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି, ଏହା ଅସ୍ୱୀକାର କରିହେବ ନାହିଁ ।ଅନ୍ୟପକ୍ଷରେ ସବୁଠାରୁ ବଡ କଥା ହେଉଛି କରୋନାର ମୁକାବିଲା ପାଇଁବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ । ବିଶ୍ୱର ୧୪୪ଟି ରାଷ୍ଟ୍ରରଔଷଧ ନିର୍ମାତା କମ୍ପାନୀ ଇଂଜେକସନ୍ ଓ ଟାବଲେଟ ବାହାର କରିବା ପାଇଁଉଦ୍ୟମ ଜାରି ରଖିଛନ୍ତି ସତ ମାତ୍ର ସଫଳ ହୋଇନାହାଁନ୍ତି । ଯେଉଁ କେତେକରାଷ୍ଟ୍ର ଟୀକା ବା ଟାବଲେଟ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି, ସେମାନେ ପରୀକ୍ଷାନୀରିକ୍ଷାରେ ସଫଳ ହୋଇପାରିନାହାଁନ୍ତି । ଏହାର ଏକମାତ୍ର ପ୍ରତିଷେଧକ ହେଉଛି,ସଜାଗ, ସଂଜମତା, ସଚେତନତା, ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ।ଏହା ନିଶ୍ଚିତ ଯେ, କରୋନା ଭୂତାଣୁ ଏବେ ଯେଭଳି ଉଗ୍ର ହେବାରେ ଲାଗିଛି,ଏଥିରେ ସାମାନ୍ୟ ଅବହେଳା ଆମର ଭେଳା ବୁଡାଇ ଦେବ । ତେଣୁ ସଜାଗରୁହନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ । ଅନ୍ୟଥା ମହାବିପଦକୁବରଣ କରିବା ସାର ହେବ । ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧିପାଇବ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ, ହେଲେ ଅଗଷ୍ଟ ଶେଷ ହେଲାଣି ।ମାତ୍ର ମହାମାରୀ ଭୟଙ୍କର ରୂପ ନେଉଛି । ଦୈନିକ ହଜାର ହଜାର ସଂଖ୍ୟାରେପଜିଟିଭ୍ ଚିହ୍ନଟ ହେଉଛନ୍ତି । ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଚାଲିଛି । କୌଣସିଆକଳନ କାମ ଦେଇନି । ନିଶ୍ଚିତ ଭାବେ ସ୍ଥିତି ଚିନ୍ତାଜନକ । ସାମାନ୍ୟ ଭୁଲ୍ ପାଇଁସାଂଘାତିକ ବିପଦ ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁସାବଧାନ ରହିବା ହିଁ ବିଜ୍ଞତାର ପରିଚୟ ହେବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...