28 C
Bhubaneswar
Sunday, September 20, 2020

ଯେଭଳି ସଂଯମତା ଏବଂ ଆଡମ୍ବର ଶୂନ୍ୟତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ନୂଆଦିଲ୍ଲୀ,୩୦ା୮(ପିଆଇବି): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଦେଶବାସୀଙ୍କ ପାଇଁ ମନ କି ବାତ୍ର ପଞ୍ଚଦଶ ଅଧ୍ୟାରେ କହିଛନ୍ତି ଯେ,ସାଧାରଣତଃ ଏହି ସମୟରେ ପାର୍ବଣ ଋତୁ ଚାଲିଥାଏ । ସ୍ଥାନେ ସ୍ଥାନେମେଳା-ମହୋତ୍ସବ ଚାଲିଥାଏ, ଧାର୍ମିକ ପୂଜା ଆରାଧନା ହେଉଥାଏ ।କରୋନାର ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନାତ ରହିଛି, କିନ୍ତୁ ଆମ ସମସ୍ତଙ୍କ ମନକୁ ଛୁଇଁଗଲା ଭଳି ଶୃଙ୍ଖଳା ଭାବ ମଧ୍ୟରହିଛି । ଏକ ପ୍ରକାର କହିବାକୁ ଗଲେ, ନାଗରିକମାନଙ୍କ ମଧ୍ୟରେଦାୟିତ୍ୱବୋଧ ମଧ୍ୟ ରହିଛି । ଲୋକେ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କପ୍ରତି ମଧ୍ୟ ଯତ୍ନବାନ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି ।ଦେଶରେ ହେଉଥିବା ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତାଏବଂ ଆଡମ୍ବରଶୂନ୍ୟତା ଏଥର ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ ।ଗଣେଶୋତ୍ସବ ମଧ୍ୟ କେଉଁଠି ଅନ୍ଲାଇନ୍ ପାଳନ କରାଯାଇଛି, ତ କେଉଁଠିପରିବେଶ ଅନୁକୂଳ (ଇକୋ ଫ୍ରେଣ୍ଡଲି) ଗଣେଶ ମୂର୍ତି ସ୍ଥାପନ କରାଯାଇଛି ।ବନ୍ଧୁଗଣ, ସୂକ୍ଷ୍ମତାର ସହ ଅନୁଧ୍ୟାନ କଲେ ଗୋଟିଏ କଥା ଆମ ଦୃଷ୍ଟିକୁନିଶ୍ଚୟ ଆସିବ – ତାହାହେଲା ଆମ ପର୍ବପର୍ବାଣୀ ଓ ପରିବେଶ । ଏଇଦୁଇଟି ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି ।ଏକପକ୍ଷରେ ଆମ ପର୍ବପର୍ବାଣୀ ପଛରେପରିବେଶ ଏବଂ ପ୍ରକୃତି ସହିତ ସହାବସ୍ଥାନରବାର୍ତା ରହୁଛି, ଅପରପକ୍ଷରେ ଅନେକ ପର୍ବପ୍ରକୃତିର ସୁରକ୍ଷା ଉଦେ୍ଦଶ୍ୟରେ ହିଁ ପାଳନକରାଯାଉଛି । ଯେମିତିକି, ବିହାରର ପଶ୍ଚିମଚମ୍ପାରଣରେ ଶହ ଶହ ବର୍ଷଧରି ଥାରୁଆଦିବାସୀ ସମାଜର ଲୋକମାନେ ୬୦ଘଂଟାର ଲକ୍ଡାଉନ୍ ବା ସେମାନଙ୍କ ଭାଷାରେକହିଲେ ୬୦ ଘଂଟାର ବର୍ନା ପାଳନ କରିଥାନ୍ତି । ପ୍ରକୃତିର ସୁରକ୍ଷାପାଇଁ ବର୍ନାକୁ ଥାରୁ ସମାଜ ନିଜ ପରମ୍ପରାର ଅଂଶ କରିଦେଇଛନ୍ତି ।ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ ।ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି,ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ ।ଓଣମ୍ର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟଦେଶଗୁଡ଼ିକ ହେଉ – ଓଣମ୍ର ଆନନ୍ଦ ଆପଣ ସବୁଠି ଦେଖିବାକୁପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।ବନ୍ଧୁଗଣ, ଓଣମ୍ ଏକ କୃଷିଭିତିକ ପର୍ବ । ଏହା ଆମ ଗ୍ରାମୀଣଅର୍ଥବ୍ୟବସ୍ଥା ପାଇଁ ଆରମ୍ଭର ସମୟ ହୋଇଥାଏ । ଚାଷୀମାନଙ୍କ ଶକ୍ତିରେହିଁ ଆମ ଜୀବନ ଓ ଆମ ସମାଜ ଚାଲିଥାଏ । ଆମ ପର୍ବପର୍ବାଣିଚାଷୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ରଙ୍ଗୀନ ହୋଇଥାଏ । ଆମର ଅନ୍ନଦାତା,ଚାଷୀମାନଙ୍କ ଜୀବନଦାୟିନୀ ଶକ୍ତିକୁ ବେଦରେ ମଧ୍ୟ ଅତି ଗୁରୁତ୍ୱରସହ ପ୍ରଣାମ କରାଯାଇଛି । ଋଗ୍ବେଦରେ ମନ୍ତ୍ର ରହିଛି – ଆମର ଆଲୋଚନାର ବିଷୟ ଥିଲା – ଖେଳଣା, ବିଶେଷକରିଭାରତୀୟ ଖେଳଣା । ଭାରତର ପିଲାମାନଙ୍କୁ ନୂଆ ନୂଆ ଖେଳଣା କେମିତିମିଳିପାରିବ ସେକଥା ଉପରେ ଆମେ ଆଲୋଚନା କଲୁ । ଭାରତ ଖେଳଣାପ୍ରସ୍ତୁତିର ଏକ ପ୍ରମୁଖ କେନ୍ଦ୍ର କିଭଳି ହୋଇପାରିବ? ମନର କଥାଶୁଣୁଥିବା ପିଲାମାନଙ୍କ ପିତାମାତାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି,କାରଣ, ଏହି ମନର କଥା ଶୁଣିବା ପରେ ଏଥର ନୂଆ ନୂଆ ଖେଳଣାଆଣିବା ପାଇଁ ବରାଦ ମିଳିବ । ଖେଳଣାର ଆକର୍ଷଣ ଯୋଗୁଁ ସବୁ ପିଲାଙ୍କ ମନ ଖେଳ ଉପରୁହଟିଯାଇ ସେହି ଖେଳଣା ଉପରକୁ ଗଲା । ଖେଳ ଅପେକ୍ଷାଖେଳଣାଟି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା ।କାଲି ଯାଏଁ ଯେଉଁ ସାଙ୍ଗଟି ସମସ୍ତଙ୍କ ସାଙ୍ଗରେ ମିଶି ଖେଳୁଥିଲା,ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ଏବେ ସେ ସମସ୍ତଙ୍କଠାରୁଦୂରେଇଗଲା । କହିବାକୁ ଗଲେ ଅନ୍ୟ ସାଙ୍ଗମାନଙ୍କ ପ୍ରତି ତା’ମନରେ ଭେଦଭାବର ଭାବନା ସୃଷ୍ଟି ହେଲା । ସେହି ଦାମିକାଖେଳନାରେ ନା କିଛି କରିବାକୁ ଥିଲା, ନା କିଛି ସେଥିରେଶିଖିବାର ଥିଲା । ଅର୍ଥାତ, ଗୋଟିଏ ଆକର୍ଷଣୀୟ ଖେଳଣାଗୋଟିଏ ଉକ୍ରୃଷ୍ଟ ପିଲାଟିର ପ୍ରତିଭାକୁ ଦମନ କଲା, ଲୁଚାଇଦେଲା, ପ୍ରତିହତ କରିଦେଲା । ଏହି ଖେଳଣାଟି ଅବଶ୍ୟ ଧନ,ସମ୍ପତି, ବଡ଼ପଣିଆ ଦେଖାଇପାରିଲା, କିନ୍ତୁ ସେହି ପିଲାଟିରସୃଜନଶୀଳତାର ବୃଦ୍ଧି ପାଇଁ ଏହା ପ୍ରତିବନ୍ଧକ ସାଜିଲା ।ଖେଳଣାଟି ଆସିଲା ସିନା, କିନ୍ତୁ ଖେଳ ସରିଗଲା ଏବଂ ପିଲାରଉନ୍ନତି ମଧ୍ୟ କେଉଁଠି ହଜିଗଲା ।ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍ ଗେମ୍ସ ହେଉ,ଖେଳଣା କ୍ଷେତ୍ର ହେଉ, ଏସବୁରଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁଯାଉଛି, ଏବଂ ଏବେ ଏହାଗୋଟିଏ ସୁଯୋଗ । ଶହେ ବର୍ଷତଳେ ଯେତେବେଳେଅସହଯୋଗ ଆନେ୍ଦାଳନ ଆରମ୍ଭହୋଇଥିଲା, ସେତେବେଳେଗାନ୍ଧିଜୀ ଲେଖିଥିଲେ -ଅସହଯୋଗ ଆନେ୍ଦାଳନ,ଦେଶବାସୀଙ୍କ ମଧ୍ୟରେ ଆତ୍ମସମ୍ମାନ ଏବଂ ନିଜର ଶକ୍ତିରଅନୁଭୂତି କରାଇବାର ଏକ ପ୍ରୟାସ ।; ଆତ୍ମନିର୍ଭର ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜର ଫଳାଫଳଦେଖି ଆପଣମାନେ ନିଶ୍ଚୟ ପ୍ରଭାବିତ ହେବେ । ବହୁତପରୀକ୍ଷାନିରୀକ୍ଷା ପରେ, ବିଭିନ୍ନ ବର୍ଗରେ ପ୍ରାୟ ୨୪ଟି ଆପ୍କୁପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଆପଣମାନେ ଏସବୁଆପ୍ ସମ୍ପର୍କରେ ଜାଣନ୍ତୁ ଏବଂ ଏହା ସହ ସଂଶ୍ଲିଷ୍ଟ ମଧ୍ୟ ହୁଅନ୍ତୁ ।ହୁଏତ ଆପଣ ମଧ୍ୟ ଏଭଳି କିଛି ତିଆରି କରିବା ପାଇଁ ପ୍ରେରଣାପାଇବେ । ଏଥିରୁ ଗୋଟିଏ ଆପ୍ ହେଉଛି – କୁଟୁକୀ କିଡ୍ସ ଲର୍ଣ୍ଣିଂଆପ୍ । ଏହା ଛୋଟ ପିଲାଙ୍କ ପାଇଁ ଏଭଳି ଗୋଟିଏ ଇଂଟରଆକ୍ଟିଭ୍ଆପ୍ ଯେଉଁଥିରେ ଗୀତ ଓ କାହାଣୀ ମାଧ୍ୟମରେ କଥା କଥାରେପିଲାମାନେ ଗଣିତ ଓ ବିଜ୍ଞାନର ଅନେକ କଥା ଶିଖିପାରିବେ ।ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ମଧ୍ୟ ବହୁତ ଭଲ, ବହୁତ ସକ୍ଷମ ।ଭାରତୀୟ ପ୍ରଜାତିରେ ମୁଧୋଲ ହାଉଣ୍ଡ୍, ହିମାଚଳି ହାଉଣ୍ଡ୍ ବିବହୁତ ଭଲ ପ୍ରଜାତି । ରାଜାପଲାୟମ୍, କନ୍ନି, ଚିପ୍ପିପରାଇ ଓକୋମ୍ବାଇ ମଧ୍ୟ ବହୁତ ଭଲ ଭାରତୀୟ ପ୍ରଜାତିର ଶ୍ୱାନ । ଏଗୁଡ଼ିକରଲାଳନପାଳନ ଖର୍ଚ୍ଚ ମଧ୍ୟ ବହୁତ କମ୍ ଓ ଏଗୁଡ଼ିକ ଭାରତୀୟପରିବେଶରେ ବଢ଼ିଥାନ୍ତି । ଏବେ ଆମର ସୁରକ୍ଷା ସଂସ୍ଥାଗୁଡ଼ିକମଧ୍ୟ ଏହି ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକୁ ନିଜର ସୁରକ୍ଷା ଦଳରେସାମିଲ୍ କରୁଛନ୍ତି । ବିଗତ ଦିନରେ ସେନା, ସିଆଇଏସ୍ଏଫ୍,ଏନ୍ଏସ୍ଜି ମୁଧୋଲ୍ ହାଉଣ୍ଡ୍ ଶ୍ୱାନଙ୍କୁ ତାଲିମ ଦେଇ ୟକ୍ଟଶଗ୍ଦକ୍ତଙ୍କବୟରେ ସାମିଲ୍ କରିଛନ୍ତି, ସିଆର୍ପିଏଫ୍ କୋମ୍ବାଇ ଶ୍ୱାନଙ୍କୁସାମିଲ୍ କରିଛି । ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ଉପରେ ଗବେଷଣା କରୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...