ତୃପ୍ତି, ଅନୁଭବୀର ବ୍ୟକ୍ତିଗତ ପରିସଂଖ୍ୟାନମଧ୍ୟରେ ସନ୍ନିବେଶିତ,ଯାହା ଅନ୍ୟର ବୋଧଗମ୍ୟତାର ମାପକାଠିମଧ୍ୟରେ ରହିବା ନିଶ୍ଚିତତା ନଥାଏ !ତୃପ୍ତି ଏକ ବ୍ୟକ୍ତିଗତ ବିଚାର ମଧ୍ୟରେ ସୀମିତନିଜ ନିଜ ମାନସିକ ଭାବଧାରାକୁ ନେଇଯାହା ସଂପୃକ୍ତଙ୍କ ଜ୍ଞାନର ପରିସୀମା ଅନ୍ତର୍ଭୁକ୍ତହୋଇଥାଏ !!ତୃପ୍ତିର ବିପରୀତାର୍ଥ ଅବସାଦ । ଅବସାଦଗ୍ରସ୍ଥନାହିଁ, ଅର୍ଥାତ ତୃପ୍ତିରେ ରହିଥିବା ନିଶ୍ଚିତତା ନଥାଏ! କାରଣ ତୃପ୍ତି ଏକ ଅନୁଭବ ଯାହା କୌଣସିକାରଣରୁ ଜଣେ ବ୍ୟକ୍ତି ବିଶେଷଙ୍କ ବି•ରଧାରକୁନେଇ ଯୋଡିହୋଇଥାଏ ତାହା ହୁଏତ ଅନ୍ୟଜଣଙ୍କପାଇଁ ଦୁଃଖର କାରଣ ହୋଇପାରେ ! କିନ୍ତୁ ସମ୍ପୃକ୍ତବ୍ୟକ୍ତିଙ୍କୁ ତାହା ତୃପ୍ତି ପ୍ରଦାନ କରୁଥିବା ବେଳେଅନ୍ୟକୁ ଦୁଃଖ ଦେଇଥାଏ କାହିଁକି ଓ କିପରି,ବିସ୍ଲେସଣ କରିବା ଗୋଟିଏ ଜଟିଳ ବିଷୟ ! ତୃପ୍ତିଏବଂ ଅବସାଦ ମଧ୍ୟରେ ଜଡିତ ଆମଜୀବନରେଖାରେ ପର୍ଯ୍ୟାପ୍ତ ବିଷୟ ସଂଶ୍ଳିଷ୍ଠ, ଯାହାସବୁ ଆମେ ସମସ୍ତେ ଆମ ଦୈନନ୍ଦିନ ଜୀବନରେଅନୁଭବ କରୁଅଛେ । କେତେକ ଜ୍ଞାତ ଏବଂ ଅଜ୍ଞାତଘଟଣା ଆମ ଜୀବନରେ ଆସିଥାଏ ଯାହାସବୁ କେଉଁକାରଣରୁ ଆମକୁ ତୃପ୍ତ କିମ୍ବା ଅବସାଦଗ୍ରସ୍ଥ କରିଥାଏସେଗୁଡିକୁ ବୁଝିବା କ୍ଷମତା ନଥାଇ କେବଳ ଅନୁଭବହେଉଥିବା ମଧ୍ୟ ଏକ ଅଲୌକିକ ବିଷୟ ଯାହାଉପରେ ଆମେ ତୀକ୍ଷ୍ଣ ଦୃଷ୍ଟି ରଖିନଥାଉ କିମ୍ବାବିଶ୍ଲେଷଣ କରିନଥାଉ ! କିନ୍ତୁ ନିଜ ଜ୍ଞାନ ବହିର୍ଭୁତଅସଂଖ୍ୟକ ବିଷୟକୁ ନେଇ ଆମେ କେତେବେଳେତୃପ୍ତ ହୋଇଥାଉତ ଆଉ କେତେବେଳେ ଅତୃପ୍ତ ! ଏମିତି ଅନେକ ପରିସ୍ଥିତି ଆସିଥାଏ ଆମଜୀବନ ମଧ୍ୟରେ ଯାହାଦ୍ୱାରା କେତେକ ସମୟରେଅବସାଦର ଜ୍ୱାଳା ମଧ୍ୟରେ ମଣିଷ କିଛି ତୃପ୍ତି ଅନୁଭବକରିଥାଏ ତ ଆଉ କେତେବେଳେ ତୃପ୍ତିରେ ବିଭୋରଅବସାଦଗ୍ରସ୍ଥ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁମିଳେ ! ଉଦାହରଣ ସ୍ୱରୂପ ପୁଅକୁ ଆପ୍ରାଣ ଚେଷ୍ଟାକରି ଉଚ୍ଚ ଶିକ୍ଷିତ କରାଇ, ଦୂରସ୍ଥାନରେ ଚାକିରିକରିବା ପରେ ଘରେ ବୃଦ୍ଧ ପିତା ମାତାଙ୍କ ଅବସ୍ଥାସଙ୍କଟାପନ୍ନ ହେଉଥିଲେ ମଧ୍ୟ ପୁଅର ରୋଜଗାରକିମ୍ବା ନୈତିକ ସେବାରୁ ବଂଚିତ ଥାଇ କୌଣସିସଂଯୋଗକୁ ନେଇ ମନରେ ତୃପ୍ତି ଅନୁଭବକରିଥା’ନ୍ତି ଅନେକେ ! ଅନ୍ୟ ପକ୍ଷରେ କେତେକପୁଅର ଅନେକ କୁକର୍ମ, ଭ୍ରଷ୍ଟାଚାର ଅର୍ଜିତ ଧନସମ୍ପତ୍ତିରେ ଅନ୍ଧ ପିତା ମାତା ତୃପ୍ତିରେ ବିଭୋର ହୋଇକଳ୍ପନା ବହିର୍ଭୁତ ଅକ୍ଷମଣୀୟ ଦଣ୍ଡବିଧାନ ହେବାରସମ୍ଭାବନାକୁ ଆଖିଆଗରେ ରଖି ଅଦୃଶ୍ୟ ମାନସିକଅବସାଦଗ୍ରସ୍ଥ ରହୁଥିବା ମଧ୍ୟ ଦେଖିବାକୁ ମିଳେ !ଅତଏବ ଏମିତି ଅନେକ ବିଷୟକୁ ନେଇ ତୃପ୍ତିଏବଂ ଅବସାଦର ଅପୂର୍ବ ମିଶ୍ରଣ ମାନସିକତା ମଧ୍ୟରେଜୀବନ ବଂଚିବାକୁ ପଡିଥାଏ ମଣିଷକୁ ଯାହାରକୌଣସି ଉପଯୁକ୍ତ ସମାଧାନ ପାଇପାରେନାହିଁ,ସେସବୁକୁ ସନ୍ତୁଳିତ କରି ଉପଭୋଗ କରିବା ପାଇଁ!ଶିକ୍ଷା ମଣିଷକୁ ଗୋଟିଏ ବିଷୟରେ ବିଶେଷଜ୍ଞକରି ତାକୁ ବ୍ୟବହାର କରି ଧନ ଉପାର୍ଜନ କରିବାଏବଂ ବଂଚିବା ସୁଯୋଗ ଦେଇଥାଏ । ମାନବିକତାଏବଂ ସାମାଜିକ କର୍ତ୍ତବ୍ୟବୋଧତା ସାଙ୍ଗକୁ ଜୀବନସାର୍ଥକ କରିବାରେ ସହାୟକ କେବଳ ନିଜସ୍ୱଅନ୍ତର୍ଜ୍ଞାନ ଯାହା ଶିକ୍ଷାରୁ ମିଳିବା କମ୍ ଏବଂଦୈନନ୍ଦିନ ଜୀବନରେ ପାରିପାଶ୍ୱିର୍କ ଅବସ୍ଥିତି,ପରିସ୍ଥିତିକୁ ନିରୀକ୍ଷଣ, ଚିନ୍ତନ ଓ ଧ୍ୟାନ କରିବାରୁହିଁମିଳିଥାଏ ! ତୃପ୍ତି ମଣିଷ ମନର ଏକ ଆନୁମାନିକଅନୁଭବ ଯାହା ବିଭିନ୍ନ ରୂପରେ ମିଳିଥାଏ । ମଣିଷକୁମୁଖ୍ୟତଃ ଶାରୀରିକ ଏବଂ ମାନସିକ ଅନୁଭବ ତୃପ୍ତିପ୍ରଦାନ କରିଥାଏ । ବିଭିନ୍ନ ପଦାର୍ଥର ଉପଭୋଗଶରୀରର ଭିନ୍ନ ଭିନ୍ନ ଇନ୍ଦ୍ରିୟ ଗୁଡିକ ମାଧ୍ୟମରେଅନୁଭୂତ ହେଉଥିବା ବେଳେ କେତେକ ମାନସିକଚିଂତନରୁ ତୃପ୍ତି ମିଳିଥାଏ । ତୃପ୍ତି ଦେଉଥିବାବସ୍ତୁବାଚକ ହେଉକି ମାନସିକ ଅନୁଭବ, ସମସ୍ତଙ୍କୁସବୁ ଏକା ପ୍ରକାର ରୁଚି ବା ତୃପ୍ତି ପ୍ରଦାନ କରିନଥାଏ ।ାମଣିଷ ନିଜର ଜନ୍ମ ଚରିତ୍ର, ଶାରୀରିକ ଗଠନ ଏବଂମାନସିକ ବିଚାରଧାରକୁ ନେଇ ତୃପ୍ତି ଅନୁଭବକରିଥାଏ ଯାହା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଖରେଭିନ୍ନ ରୂପରେ ଦେଖିବାକୁ ମିଳେ । ତୃପ୍ତିର ସଜ୍ଞା ନିରୁଦ୍ଧିଷ୍ଟଯାହା କେବଳ ବ୍ୟକ୍ତିଗତ ହୋଇଥାଏ । ଅର୍ଥାତ ତୃପ୍ତିରସଜ୍ଞାକୁ ନେଇ ଅନୁଭୂତି ହେଉଥିବା ନିଶ୍ଚିତତା ନଥାଏା କିନ୍ତୁ ଅନେକ ସମୟରେ ମଣିଷ ନିର୍ବୋଧ ଭାବେକୌଣସି ବିଷୟକୁ ତର୍ଜମା କରି ଜାଣିନଥିଲେ ମଧ୍ୟକାହାକୁ ଅନାୟାସ ଅନୁକରଣ କରି ଅହେତୁକ ତୃପ୍ତିଅନୁଭବ କରୁଥିବା ମଧ୍ୟ ଦେଖୁବାକୁ ମିଳେ ଆମରଏହି ବୈଚିତ୍ର୍ୟମୟ ମଣିଷ ସମାଜରେ ! ଅର୍ଥାତଅନେକ ଲୋକଙ୍କୁ ତୃପ୍ତିର ଅସଲ ସଜ୍ଞା ଅନୁଭୂତନହୋଇ କେବଳ ଅନୁକରଣରୁ ମନକୁ ବୁଝାଇ ତୃପ୍ତହେଉଥିବା ଏକ ବିଚିତ୍ର ଅନୁଭୂତି ଯାହା ତର୍ଜମା କରିବାସମ୍ଭବ ସାପେକ୍ଷ ନୁହେଁ । ତଥାପି ଯଦି ଆମେବାସ୍ତବତାର ଅନୁଶୀଳନ କରି କାହାକୁ ସତ୍ୟ ପ୍ରକାଶକରିବାକୁ ଚେଷ୍ଟା କଲେ ସମ୍ପୃକ୍ତ ମଣିଷ ଦ୍ୱନ୍ଦ ମଧ୍ୟରେତାକୁ ଗ୍ରହଣ କରିଥାଏ / କରିନଥାଏ ତାହାର ନିଜସ୍ୱବିଚାରଧାରାକୁ ନେଇ । ଅର୍ଥାତ କିଏ କେତେବେଳେକାହିଁକି କେତିକି ପରିମାଣର ତୃପ୍ତି ଅନୁଭବ କରିଥା’ନ୍ତିଏବଂ ତାହାର ଉପଯୁକ୍ତତା, ଯୁକ୍ତିଯୁକ୍ତତା ବ୍ୟାଖ୍ୟାକରିବା ଅତ୍ୟନ୍ତ କଷ୍ଟକର ।କିନ୍ତୁ ଅନେକ ସମୟରେ କେତେକ ମଣିଷନିଜର ନିର୍ବୋଧତାକୁ ପ୍ରତ୍ୟାଖ୍ୟାନ କରି ବାସ୍ତବତାଆଡକୁ ମୁହାଁଇ ରହସ୍ୟର ସତ୍ୟାସତ୍ୟ ଜାଣିବା ପରେତୃପ୍ତି ଅନୁଭବ କରୁଥିବା ବେଳେ ଅଧିକାଂଶ ମଣିଷକୌଣସିମତେ ନିଜକୁ କିଛି ଅଲୌକିକ ଅନୁଭବହେଲେ କିମ୍ବା ଆନନ୍ଦ ଦାୟକ ସ୍ପର୍ଷ ମିଳିଲେ ତୃପ୍ତିଅନୁଭବ କରିଥା’ନ୍ତି ଯେଉଁଥିରେ ବାସ୍ତବତା ଅଛିକିନାହିଁ ବୁଝିନଥିଲେ ମଧ୍ୟ ନିଜସ୍ୱ ସୀମିତ ଜ୍ଞାନକୁ ନେଇଅସୀମ ତୃପ୍ତି ଅନୁଭବରେ ଯଥେଷ୍ଟ ନିମଗ୍ନ ରହୁଥିବାଦେଖିବାକୁ ମିଳେ । ହେଲେ ବାସ୍ତବିକ ସତ୍ୟରଅନୁସନ୍ଧାନ କରି ପ୍ରକୃତ ତୃପ୍ତିକୁ ଅନୁଭବ କରିବାସମ୍ଭବ ନୁହେଁ ନା ନିର୍ବୋଧ ମଣିଷ ଅନ୍ୟ କିଛିକାରଣରୁ ସୀମିତ ତୃପ୍ତି ମଧ୍ୟରେ ନିଜକୁ ହଜାଇଦେଇସେଇଠାରେ ଶେଷ କରିଦିଏ ନିଜ ଜୀବନର ସବୁକିଛି? ତର୍ଜମା କଲେ ଜାଣିହେବଯେ………… ପ୍ରକୃତ ପକ୍ଷେ ମଣିଷ ଯଦି ସତ୍ୟକୁ ଖୋଜିତାହାର ବାସ୍ତବତାର ରହସ୍ୟ ଉନ୍ମୋଚନ କରିପାରିବତାହେଲେ ସେଥିରୁ ନୈସର୍ଗିକ ତୃପ୍ତି ମିଳିବା ସମ୍ଭାବନାଯଥେଷ୍ଟ ଅଧିକ । ଆଜିକାଲିର ଅସ୍ଥିର ପରିବେଶରେମଣିଷ ନିଜର ମାନସିକ ଅସ୍ଥିରତାରେ ପ୍ରକମ୍ପିତସବୁସମୟରେ ଅବାସ୍ତବ, ଅପ୍ରାକୃତିକ, ଅଲୌକିକଉପାୟରେ ତୃପ୍ତିର ଅନୁସନ୍ଧାନରେ ଏତେ ନିମଗ୍ନହୋଇଯାଇଛିଯେ ତାକୁ ବାସ୍ତବତାର ରଙ୍ଗ ସବୁ ଘନଅନ୍ଧାରର କଳା ଭଳି ଦିଶୁଛି । ପାଶ୍ଚାତ୍ୟର ଶଢଯାନ୍ତ୍ରିକପ୍ରରୋଚନାରେ ଭାରତୀୟ ସଂସ୍କୃତିର ମୂଳପିଣ୍ଡ ବିଲୀନହୋଇ ଏକପ୍ରକାର ଅତ୍ୟାଧୁନିକ ଉନ୍ନତ୍ତିର ପରିକଳ୍ପନାମଣିଷ ବିଚାରକୁ କଳଙ୍କିତ କରିଦେବାରେ ସମସ୍ତେପ୍ରାୟ ଏକଦିଗମୁଖୀ ହୋଇ ଅବାସ୍ତବ, ଅପ୍ରାକୃତିକଅନୁଭବ ଗୁଡିକୁ ଆପଣେଇଥିବା ଦେଖିବାକୁ ମିଳୁଛିଯାହା ସେମାନଙ୍କୁ ଯେତିକି ତୃପ୍ତ କରୁଛି ତାହାଠାରୁଯଥେଷ୍ଟ ଯନ୍ତ୍ରଣା ଯନ୍ତାରେ ପକାଇ ଅହରହ ଅଶାନ୍ତକରୁଥିବା ସ୍ୱୀକାରଯୋଗ୍ୟ । ଅଧିକନ୍ତୁ ସେମାନଙ୍କସେହି କାର୍ଯ୍ୟକଳାପ ହେତୁ ଶଢଯନ୍ତ୍ରକାରୀ ପାଶ୍ଚାତ୍ୟକୁଟିଳ ମଣିଷ କେତେଗୁଡିଏ ଯଥେଷ୍ଟ ଲାଭ ପାଉଥିବାଏହିମାନେ କୌଣସି ଦିଗରୁ ବୁଝିନପାରି ଉପଭୋଗକରୁଥିବା ଆନନ୍ଦ ଗୁଡିକୁ ସେମାନଙ୍କ ଦେୟ ଏବଂକଷ୍ଟ ଗୁଡିକ ନିଜର କର୍ମ ଦୋଷ ବୋଲି ଭାବିଚାଲିଥିବା ଅତ୍ୟନ୍ତ ଦୁଃଖର ବିଷୟ । ବର୍ତ୍ତମାନର ସମୟଏମିତି ହୋଇଯାଇଛିଯେ ସେଇଥିରୁ ନିସ୍ତାର ନଥିବାସ୍ୱୀକାରଯୋଗ୍ୟ । ହେଲେ ବାସ୍ତବିକ ଆମେ କଣସେଇଥିରୁ ନିସ୍ତାର ପାଇବା ସମ୍ଭବ ନୁହେଁ ? ଆମପୂର୍ବଜଙ୍କ ଅର୍ଜିତ କୀର୍ତ୍ତିରାଜିକୁ ଅନୁକରଣ କରି ବାସ୍ତବମଣିଷ ଜୀବନର ପ୍ରାକୃତିକ ସୁଖ, ତୃପ୍ତି ପାଇପାରିବାନାହିଁ ? ନିଶ୍ଚିତଭାବେ ହଁ ! କାରଣ ଆମ ଦେଶରଭୌଗଳିକ ପରିବେଶକୁ ନେଇ ଗଠିତ ଆମ ଶରୀରଏବଂ ବିଚାରଧାରା । ତେଣୁ ଆଜି ମଧ୍ୟ ଅମପାଖରେସମୟ ଅଛି ବାସ୍ତବତାକୁ ବୁଝି ପ୍ରକୃତ ମାନବିକବିଚାରଧାରାକୁ ନେଇ ଏକ ସନ୍ତୁଳିତ ମଣିଷ ଜୀବନରପ୍ରାକୃତିକ ତୃପ୍ତି ଅନୁଭବ କରି ସ୍ୱାଚ୍ଛନ୍ଦ୍ୟରେ ଜୀବନବଂଚିବା ପାଇଁ । କି’ନ୍ତୁ ତାହା ସେତେବେଳେ ସମ୍ଭବହେବ ଯେତେବେଳେ ଆମେ ଏହିସବୁ ଅପ୍ରାକୃତିକକୁହେଳିକା ଭିତରୁ ନିଜକୁ ବହିଷ୍କାର କରି ଭାରତୀୟସଂସ୍କୃତି ଏବଂ ସଂସ୍କାରକୁ ଆପଣେଇ ବାସ୍ତବତାରଚିତ୍ର ଆଙ୍କି ଜୀବନକୁ ସାର୍ଥକ କରି ପ୍ରକୃତ ତୃପ୍ତିପାଇବା ପାଇଁ ପ୍ରୟାସ କରିବା !ବାସ୍ତବବାଦୀ ଚିନ୍ତନ ଏବଂ ପ୍ରାକୃତିକ ତୃପ୍ତିକେବଳ ନିଜସ୍ୱ ଅନ୍ତର୍ଜ୍ଞାନ ଉଦୟ କରିପାରିଲେହିଁସମ୍ଭବ ଯାହା ନିରୀକ୍ଷଣ, ଚିନ୍ତନ ଏବଂ ଧ୍ୟାନରୁ ନିର୍ଗତହୋଇଥାଏ ! କେତେ ଶିକ୍ଷା ଅର୍ଜନ କଲେମଧ୍ୟଏହିସବୁ ପାଇବା ନିଶ୍ଚିତ ନୁହେଁ ! ଅର୍ଥାତ ଏହିତିନୋଟି ଅସ୍ତ୍ର ପ୍ରୟୋଗ କରି ମଣିଷ ନିଜ ଜୀବନକୁସାର୍ଥକ କରିପାରିବ ଯେତେବେଳେ ତାହାର ନିଜସ୍ୱଜିଜ୍ଞାସା ସୃଷ୍ଟି ହେବ । ସେଗୁଡିକୁ ଜାଣି ପ୍ରୟୋଗକରି ଜୀବନ ସାର୍ଥକ କରି ବାସ୍ତବ ତୃପ୍ତି ଅନୁଭବକରିପାରିବ ଦେହ ତ୍ୟାଗ କରିବା ପୂର୍ବରୁ । ଏହିତିନୋଟି ଅସ୍ତ୍ର ସାହାଯ୍ୟରେ ଦୁନିଆର ସବୁକିଛିଜାଣିବା ସମ୍ଭବ ହୋଇପାରିବ ଯାହା ମଣିଷକୁସୃଜନଶୀଳ କରି ଅନ୍ତର୍ଜ୍ଞାନ ଉଦୟ କରିବାରେଯଥେଷ୍ଟ ସହାୟକ ହୋଇପାରିବ । କିନ୍ତୁ ପ୍ରଥମେନିଜର ଜିଜ୍ଞାସାକୁ ଯଥେଷ୍ଟ ସୁଦୃଢ଼ କରି ଏହି ଅସ୍ତ୍ରଗୁଡିକର ପ୍ରୟୋଗ ଶିକ୍ଷା କରି କାର୍ଯ୍ୟରେ ଲଗାଇବାଆରମ୍ଭ କଲେ କେତେଦିନରେ ଯେ ତାହାରସଫଳତା ମିଳିବ ତାହାର ନିଶ୍ଚିତତା ନିର୍ଭର ସମ୍ପୃକ୍ତମଣିଷର କାର୍ଯ୍ୟ ଶୈଳୀ, ଭାବଧାରା ଏବଂ ଏକାଗ୍ରତାଉପରେ । କିନ୍ତୁ ସମ୍ଭବ ନିଶ୍ଚିତ ! ବାସ୍ତବ ପ୍ରାକୃତିକତୃପ୍ତି ଅନୁଭବ କେବଳ ମଣିଷର ତୃତୀୟ ନୟନଖୋଲିଲେ ହେବା ସମ୍ଭବ ଯାହା ଏହିସବୁ ପାର୍ଥିବକ୍ଷଣ ସୁଖରୁ ନିବୃତ କରି ନୈସର୍ଗିକ ସୁଖ ପ୍ରଦାନକରିବାରେ ସହାୟକ ହୋଇପାରିବ !ସମ୍ପୃକ୍ତ ଅନୁଶୀଳନିଟି ଉପରେ ଆପଣଙ୍କରମତାମତ କିମ୍ବା ଜିଜ୍ଞାସା ଥିଲେ ଆମକୁ ଜଣାଇବେଯାହାର ଉପଯୁକ୍ତ ପଥ ପ୍ରଦର୍ଶନ ପୂର୍ବକ ଆପଣଙ୍କଅନ୍ୟାନ୍ୟ ସଂଶୟ ଦୁରକରିବାରେ ଆମରସହଯୋଗିତା ରହିବ ନିଶ୍ଚୟ