ବାଲେଶ୍ୱର,୨୬ା୮(ନି.ପ୍ର): ବାଲେଶ୍ୱରସରକାରୀ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁଆସୁଥିବା ରୋଗୀମାନେ ଆବଶ୍ୟକ ଚିକିତ୍ସାନପାଇ ମୃତୁ୍ୟବରଣ କରୁଥିବା ଅଭିଯୋଗପରେ ସୋମବାର ଅପରାହ୍ନରେ କି୍ରୟାନୁଷ୍ଠାନକମିଟିର ଏକ ସ୍ୱତନ୍ତ୍ର ବୈଠକ ନିରଞ୍ଜନରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଯାଇଛି । ଗତ ସପ୍ତାହରେଅବସରପ୍ରାପ୍ତ ସରକାରୀ କର୍ମଚାରୀ ଦୁଲାଲ୍ଚାନ୍ଦ୍, ଅଧ୍ୟକ୍ଷ ପର୍ଶୁରାମ ଜେନା, ଅଧ୍ୟାପକଶଶିକାନ୍ତ ଜେନାଙ୍କ ଭଳି ବହୁ ଲୋକମୃତୁ୍ୟବରଣ କରିଥିବାରୁ ଉଦ୍ବେଗ ପ୍ରକାଶପାଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗଅଧିକାରୀଙ୍କ ଅବହେଳାରୁ ଏଭଳି ଘଟଣାଘଟୁଥିବା ବିଷୟରେ ଏବଂ ପ୍ଲାଜ୍ମାଥେରାପିରେ ଗୁରୁତର ରୋଗୀମାନେ ସୁସ୍ଥହେଉଥିବା ସମ୍ବାଦ ସରକାରୀ ଭାବେଦର୍ଶାଯାଉଥିବା ବେଳେ ବାଲେଶ୍ୱରରେ ତାହାସଫଳ ହେଉନାହିଁ ବୋଲି କେତେକସଦସ୍ୟ ଅଭିଯୋଗ ଆଗତ କରିଥିଲେ । ଗତଶନିବାର ଦିନ ଦୁଲାଲ ଚାନ୍ଦଙ୍କ ମୃତୁ୍ୟ ଏହିଅବହେଳାରୁ ଘଟିଥିବା ସମ୍ପର୍କରେ ତାଙ୍କରପଡ଼ୋଶୀ ବୈଠକରେ ଉପସ୍ଥିତ ହୋଇବିଶଦ ବିବରଣୀ ଉପସ୍ଥାପିତ କରିଥିଲେ ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତସମସ୍ତ କଟକଣାକୁ ବାଲେଶ୍ୱର ଜିଲ୍ଲାପାଳଜିଲ୍ଲାବାସୀଙ୍କ ପାଇଁ କଡ଼ାକଡ଼ି ଲାଗୁକରିଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ତଥା ଜିଲ୍ଲାପ୍ରଶାସନର ବହୁ ସରକାରୀ ଅଧିକାରୀ ଓକର୍ମଚାରୀ କରୋନା ଭୂତାଣୁ ସଂକ୍ରମଣରେସଂକ୍ରମିତ ହୋଇଥିବା ଘଟଣା ଜିଲ୍ଲାବାସୀଙ୍କୁବିସ୍ମିତ କରିଛି । କରୋନା ସହ ସମ୍ମୁଖଯୁଦ୍ଧରେ ଛାମୁଆ ବାହିନୀ କୁହାଯାଉଥିବାଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଜଣେ ସାଧାରଣରୋଗୀ କରୋନା ସଂକ୍ରମିତ ଜାଣିବା ପରେସେମାନେ ସଂପୃକ୍ତ ରୋଗୀଙ୍କୁ ଆବଶ୍ୟକୀୟଚିକିତ୍ସା ପ୍ରଦାନ କରୁନଥିବା ଅମାନବୀୟକାର୍ଯ୍ୟ ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି ।ସେହିପରି ବାଲେଶ୍ୱରରେ ପ୍ଲାଜ୍ମା ବ୍ୟାଙ୍କ୍ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରକ୍ତ ପୃଥକୀକରଣକେନ୍ଦ୍ର ଅଦ୍ୟାବଧି କାର୍ଯ୍ୟକ୍ଷମହୋଇପାରିନାହିଁ । ଆବଶ୍ୟକୀୟ ଯନ୍ତ୍ରାଂଶଦୀର୍ଘଦିନ ଧରି ବାଲେଶ୍ୱରରେ ପହଞ୍ଚôଥିଲେମଧ୍ୟ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍ନିଯୁକ୍ତି କରାଯାଉନଥିବାରୁ ଏହା କାର୍ଯ୍ୟକ୍ଷମହୋଇପାରିନାହିଁ । ବାଲେଶ୍ୱର ହସ୍ପିଟାଲ୍ପରିସରରେ ଥିବା ଜନୌଷଧି କେନ୍ଦ୍ରକୁଇଚ୍ଛାକୃତ ଭାବେ ବନ୍ଦ କରିଦେବା ଦ୍ୱାରାରୋଗୀମାନେ ଅଧିକ ଦାମ୍ରେ ବିଭିନ୍ନକମ୍ପାନୀର ଔଷଧ କିଣିବାକୁ ବାଧ୍ୟହେଉଛନ୍ତି । ବାଲେଶ୍ୱରରେ ଉନ୍ନତ ସ୍ୱାସ୍ଥ୍ୟସେବାରୁ କୌଣସି ରୋଗୀ ବଞ୍ଚôତହେବେନାହିଁ ଦାବିରେ ବାଲେଶ୍ୱରରେଜନଆନେ୍ଦାଳନ ଗଢ଼ିଉଠିଥିଲା ଓ ୩ବର୍ଷତଳେ ତାହା ପ୍ରତିଷ୍ଠା ହୋଇଅଛି । କେନ୍ଦ୍ର ଓରାଜ୍ୟ ସରକାର ମଧ୍ୟ ଏହି ଉକ୍ତିକୁକାର୍ଯ୍ୟକାରୀ କରିବାକୁ ସଂକଳ୍ପବଦ୍ଧହୋଇଅଛନ୍ତି । ଲଗାତାର ଭାବେ ସ୍ୱାସ୍ଥ୍ୟସଂପର୍କିତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁତହିଁର ସୁଧାର ଆଣିବା ପାଇଁ ଚଳିତ ଅଗଷ୍ଟ୨୭ ତାରିଖ ଗୁରୁବାରଦିନ ୧୦ଟାରେଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଜିଲ୍ଲାକି୍ରୟାନୁଷ୍ଠାନ କମିଟି, ବିଭିନ୍ନ ସାମାଜିକଗଣସଂଗଠନ ତଥା ବୁଦ୍ଧିଜୀବୀମାନେପ୍ରତୀକ ଆନେ୍ଦାଳନରେ ସାମିଲ ହେବାକୁନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆହୁତ ବୈଠକରେଦୁଲାଲ୍ ଚାନ୍ଦ, ପର୍ଶୁରାମ ଜେନା, ଶଶିକାନ୍ତଜେନାଙ୍କ ସ୍ମୃତି ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳିଜ୍ଞାପନ କରାଯାଇଥିଲା । ୰ ଦୁଲାଲ୍ ଚାନ୍ଦଙ୍କମୃତୁ୍ୟର ଅବହେଳାରେ ସଂପୃକ୍ତ ଅଧିକାରୀଙ୍କବିରୁଦେ୍ଧ ତଦନ୍ତ କରିବାକୁ ଦୃଢ଼ ଦାବିକରାଯାଇଛି । ବିନା ଚିକିତ୍ସାରେ କାହାରିକୁମରିବାକୁ ଦିଆଯିବନାହିଁ ନ୍ୟାୟରେଆନେ୍ଦାଳନ ଅଧିକ ତୀବ୍ର ହେବ ବୋଲିବକ୍ତାମାନେ ସରକାରଙ୍କୁ ଚେତାବନୀଦେଇଛନ୍ତି । ଏହି ବୈଠକରେ ପୂର୍ବତନବିଧାୟକ ପ୍ରଦୀପ୍ତ ପଣ୍ଡା, ଜିଲ୍ଲା ପରିଷଦସଭ୍ୟ ସୀତାରାମ ପ୍ରଧାନ, ଜିଲ୍ଲା କମିଟିରନିରଞ୍ଜନ ପରିଡ଼ା, ପ୍ରସନ୍ନ ପାଢ଼ୀ, ସରସ୍ୱତୀପଣ୍ଡା, ଜ୍ୟୋତ୍ସ୍ନା ପାଣି, ଯୋଗେଶ ପ୍ରଧାନ,ଶ୍ରଦ୍ଧାଞ୍ଜଳି ରାୟ, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗପାଣିଗ୍ରାହୀ, ପ୍ରଭାକର ସାହୁ, ଶ୍ୟାମସୁନ୍ଦର ଜେନା,ପ୍ରଭାକର ବେହେରା, ନବକୃଷ୍ଣ ପୋଥାଳ ପ୍ରମୁଖଅଂଶଗ୍ରହଣ କରିଥିଲେ । ଇନ୍ତେକାମ୍ ଅଲ୍ଲୀ ଖାଁସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।