20.1 C
Bhubaneswar
Sunday, November 29, 2020

୫ଟି ଓ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ନିକଟରେ ଏକଇଂରାଜୀ ଦୈନିକଖବରକାଗଜକୁସାକ୍ଷାତକାର ଦେଇଆମ ରାଜ୍ୟର ରାଜସ୍ୱ ଓ ବିପର୍ଯୟପରିଚାଳନା ବିଭାଗର ସଚୀବ ବିଷ୍ଣୁପଦସେଠୀ ୫ଟିକୁ କିଭଳି କାର୍ଯ୍ୟକାରୀକରିବାକୁ ଯାଉଛନ୍ତି ବୋଲି ପ୍ରଶ୍ନର ଉତରଦେଇ ଅତି ସୁନ୍ଦର ଭାବେ ବର୍ଣ୍ଣନାକରିଗଲେ ଯେ ବର୍ତମାନ ସବୁକିଛିଡିଜିଟାଲ ଯୋଗେ ହାତ ପାହାନ୍ତାରେ ମିଳିଯାଉଛି, ଫଳରେ ୫ଟିକୁ କାର୍ଯ୍ୟକାରୀକରିବା ଅତି ସହଜ ଓ ସରଳହୋଇଯାଇଛି । ତହସିଲ ଅଫିସଗୁଡିକରେସାଧାରଣ ଜନତାଙ୍କୁ ସେବା ପ୍ରଦାନକଲାବେଳେ ବିଶେଷକରି ୫ଟିରଉପଯୋଗ ହିଁ ସାଧାରଣରେ ମିଳିଥାଏ ।ଜଣେ ଅଧିକାରୀ କୌଣସି ପ୍ରକାରନ୍ତରେରାଜଧାନୀରେ ଶୀତତାପ ନିୟନ୍ତ୍ରୀତକୋଠରୀ ମଧ୍ୟରେ ବସି ଏହାର ସଠିକଉପଯୋଗ କରିବାର କୌଣସି ସୁରାକପାଇପାରିବ ନାହିଁ । ଜିଲ୍ଲା ମଧ୍ୟରେଜ୍ଜିଲ୍ଲାପାଳ ଅଛନ୍ତି, ତାଙ୍କ ନଜରକୁ ସଠିକଖବରଟିଏ ସହଜରେ ପହଂଚି ପାରୁନାହିାଁ ତାଙ୍କୁ ଯଦି କେହି କୌଣସି ବିଷୟରେନ ଜଣାଏ ତେବେ ସେ ଯେଭଳି ସବୁକଥାରେ ଅଜ୍ଞ, ସେହିଭଳି ସମସ୍ତେ ନିଜନିଜ କାର୍ଯ୍ୟାଳୟରେ ବସି ଦାରୁ ବ୍ରହ୍ମମୂରାରୀ ସାଜିଲେ କେହି କାହା ବିଷୟରେକିଛି ଜାଣି ପାରିବେ ନାହିଁ । କେବଳ୫ଟି ପୋଥି ବାଇଗଣ ହୋଇ ରହିଯିବା କାଗଜ କଲମରେ ଆଇନ ପ୍ରଣୟନକରି ଥୋଇ ଦେଲେ କୌଣସି କାର୍ଯ୍ୟଆପେ ଆପେ ହୋଇଯିବ ନାହିଁ ।ଯେପର୍ଯ୍ୟନ୍ତ ନିଜ ନିଜ ମଧ୍ୟରେ ଉତରଦାୟିତ୍ୱ ନ ରହିଛି ସେପର୍ଯ୍ୟନ୍ତ ଏଭଳିଆଇନ ଆଇନରେ ରହିଯିବ, ସାଧାରଣଜନତା ସବୁଦିନେ ନିଜର ଅସୁବିଧାକୁଧରି ବାର ଦୂଆର ଶୁଣ୍ଢି ପିଣ୍ଡାହେଉଥିବେ ।ଏକଥା ସତ, ଡିଜିଟାଲପୋର୍ଟାଲ ହେଲା ପରେ ସାଧାରଣଜନତାଟିଏ କାମ ପାଇବା ସହଜହୋଇପାରିବ । କିନ୍ତୁ କେତେ ସହଜହୋଇଛି ସାଧାରଣରେ କେହି କେବେକିଏ ତାର ସମୀକ୍ଷା ବା ପରୀକ୍ଷା କରିଛିକି? ସାଧାରଣ ଜନତାଟିଏ ସ୍ଥାୟୀ ବାସିନ୍ଦାପ୍ରମାଣପତ୍ର ବା ଇନକମ ସାର୍ଟିଫିକେଟବା ଜାତି ପ୍ରମାଣପତ୍ର ପାଇବା ପାଇଁ କଣହଇରାଣ ହେଉଛି ? ଜଣେ ବ୍ୟକ୍ତି ନଦୌଡିବା ପାଇଁ ତା ଗାଁରେ ଗୋଟିଏଗୋଟିଏ ଜନସେବା କେନ୍ଦ୍ର ହେଲା,ସେଇଠି ସେ ଆବେଦନ କରିବ ଓସେଇଠି ତାକୁ ପ୍ରମାଣପତ୍ର ମିଳିବ,ଶୁଣିବାକୁ ବହୁତ ସୁନ୍ଦର ଶୁଭିଲା । ହେଲେତା ପାଇଁ ପୂର୍ବବତ ତାକୁ ଦୌଡିବାକୁକମିନି, ତାକୁ କମ୍ପୁଟର ସହ ମଧ୍ୟଦୌଡିବାକୁ ପଡୁଛି ଏବଂ ଖର୍ଚ୍ଚ ପୂର୍ବଠାରୁଅଧିକ ହେଉଛି । ତେବେ ଏ ସବୁଅପେକ୍ଷା ଆଗ ମାନୁଆଲ ଭଳି ଯେଉଁଠିଯାହା ଦକ୍ଷିଣା ଦିଆଯାଉଥିଲା ଦିଆଯାଉଛି,ଫିସ ବାଦ ଜନସେବା କେନ୍ଦ୍ରରେ ମଧ୍ୟଟିଫ୍ସ ଦିଆଯାଉଛି, ତାପରେ ସବୁ କଲାପରେ ଯଦି ସର୍ଭରକୁ ପୁଣି ଅପେକ୍ଷାକରିବାକୁ ପଡିବ, ତେବେ ମାନୁଆଲ ଭଲଥିଲା ସାଧାରଣଙ୍କ ମତ ।ଏ ତ ଗଲା ତଳ ତଳିଆକଥା, ଉପର ମହଲରେ ଡିଜିଟାଲପୋର୍ଟାଲକୁ ନେଇ ହେଉଥିବା ଖେଳ ବିବେଳେବେଳେ ସାଧାରଣଙ୍କୁ କାଳହୋଇଥାଏ । ରାଜସ୍ୱ ସଚୀବ ତାଙ୍କସାକ୍ଷାତକାରରେ ଜନ ସାଧାରଣ ଖଜଣାଇ- ପାଉତି ଜରିଆରେ ଦେବା ପାଇଁପ୍ରକାଶ କରିଥିବା ବେଳେ ନିଜର ସ୍ଥାୟୀବାସିନ୍ଦା ପ୍ରମାଣପତ୍ର, ଇନକମ,ସଂପତିଗତ, ସତ୍ୱ ପ୍ରମାଣପତ୍ର,ଗାର୍ଡିଆନସିପ, ଜାତିଗତ ପ୍ରମାଣପତ୍ର ଆଦିବିନା ମୂଲ୍ୟରେ ମିଳି ପାରିବ ବୋଲିପ୍ରକାଶ କରିଛନ୍ତି । ଆଧାର ଜରିଆରେମତ ଦେଇ ଜମିଜମା ପଂଜିକରଣକରାଯାଇପାରିବ ବୋଲି କହିଛନ୍ତି । କିନ୍ତୁଏ ସମସ୍ତ ବ୍ୟବସ୍ଥା ପରେ ବିସବରେଜିଷ୍ଟ୍ରାର, ତହସିଲଦାରମାନେଆଦେଶକୁ ଅଣଦେଖା କରୁଥିବାଅଭିଯୋଗ ହେଉଛିା ମୋ ସରକାରଜରିଆରେ ଗତ ୨୬ ଫେବୃୟାରୀ୨୦୨୦ଠାରୁ ଜମି ବିକ୍ରି ରେଜିଷ୍ଟ୍ରେସନପରେ ସ୍ୱ-ମୋଟୋ ମ୍ୟୁଟେସନ କରିତଦସିଲଦାର ସଂଶୋଧନ ପ…ା ସ୍ପିଡ୍ପୋଷ୍ଟ ଜରିଆରେ ପଠାଇଦେବେ । ଏଣୁଆଉ କୌଣସି ସାଧାରଣ ଲୋକଟିଏବାରମ୍ବାର ତହସିଲ ଅଫିସ୍ ଦୌଡିବାଆବଶ୍ୟକ ନାହିଁ ବୋଲି ପ୍ରକାଶକରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେତାହା ଆଜି ବି ଲୋକଙ୍କ ହାତରେପହଂଚି ପାରି ନାହିଁ । ଆଜି ବିଭେରିଫିକେସନ ନାମରେ ଆରଆଇ ଓତହସିଲଦାର ଲୋକଙ୍କୁ ଡାକି ହାତଗୁଂଜାନେଉଥିବା ଦେଖାଯାଉଛି । ସାଧାରଣରେଆଲୋଚନା ହୁଏ ଏହାକୁ ରୋକିବାକୁ୫ଟିର କୌଣସି ଔଷଧ କାମ କରିପାରିବ ନାହିଁ ।ଇଚ୍ଛାନୁସାରେ ପ…ାରେ ପ୍ରଜାରନାମ ପରିବର୍ତନ:ଆମ୍ଭେ ଏଠାରେ ଏକସମ୍ବେଦନଶୀଳ କଥାକୁ ଉପସ୍ଥାପନକରିବାକୁ ଯାଉଛୁ, ଏହାର ଉତରଦାୟୀକିଏ ହେବ, ତା ପ୍ରଶ୍ନବାଚୀ ସୃଷ୍ଟି କରିଛିକେତେକଙ୍କ ମତରେ । ସତରେ ଏଭଳିଖାମ ଖିଆଲ ନୀତିର କିଏ ଦେବ ଉତରା ଆମେ ଢେଙ୍କାନାଳ ଜିଲ୍ଲାର ଗଁଦିଆତହସିଲଦାରଙ୍କ ଏକ ଦାୟୀତ୍ୱହୀନକାର୍ଯ୍ୟକୁ ଏଠାରେ ଜଣାଉଛୁ, ଯାହାକିରାଜସ୍ୱ ସଚୀବ ଜାଣିଲେ ତାଜୁବ୍ହେବେ, ଏଭଳି ଦାୟୀତ୍ୱସଂପର୍ଣ୍ଣ ସ୍ଥାନରେବସି କିଭଳି ଜଣେ ତହସିଲଦାରକରିପାରିଲେ ଏ କାର୍ଯ୍ୟକୁ । ଜମିଜମାମାମଲାରେ ବହୁ ଦିନରୁ ଯୋରନ୍ଦା ମହିମାଗାଦିର ବକ୍କଳଧାରୀ ମହିମା ସମାଜ ଓକୌପିନଧାରୀ ମହିମା ସମାଜ ମଧ୍ୟରେବିବାଦ ଲାଗିରହିଛି । ଏହାକୁ ନେଇଉଭୟ ଗୋଷ୍ଠୀ ପକ୍ଷରୁ ଅଦାଲତର ଆଶ୍ରୟନେଇଚନ୍ତି, ତା ଭିତରେ୨୦୧୮ମସିହାର ଏକ ଉଚ୍ଚନ୍ୟାୟାଳୟର ଫଇସଲାକୁ ନେଇବକ୍କଳଧାରୀ ମହିମା ସମାଜ ତାଙ୍କ ନାମକୁପ…ା ସଂଶୋଧନ କରି ନେଇଯିବା ପାଇଁଆବେଦନ କରିଥିଲେ ଓ ବକ୍କଳଦାରୀଙ୍କଆବେଦନକୁ ଠିକ୍ ଭାବି ଉଚ୍ଚନ୍ୟାୟାଳୟର ଆଦେଶକୁ ତର୍ଜମା ନ କରିତରବରିଆ ଭାବେ ତହତିଲଦାରବକ୍କଳଧାରୀଙ୍କ କହିବାନୁସାରେ ସତ୍ୟମହିମା ଧର୍ମଧାମ ପରିଚାଳନା ସମିତିନାମରେ ପ…ା ପରିବର୍ତନ କରିଦେଲେ ।ଆଗରୁ ଯୋରନ୍ଦା ଖାତା ନମ୍ବର ୪୪୯ମୁତାବକ ପ୍ରଜାର ନାମ ମହିଁମା ଗୋସାଇଁମାରଫତ ଏଣ୍ଡାମେଂଟ କମିସନର,ଓଡିଶା, ସଭାପତି, ସତ୍ୟ ମହିଁମା ଧର୍ମଧାମ ସମିତି, ସଭାପତି ସତ୍ୟ ଅଲେଖମହିଁମା ଧର୍ମ କୌପୀନଧାରି ସମିତିନାମରେ ସତ୍ୱ ଥିଲା । ଏତାଦୃଶ ଆଦେଶରବିରୋଧ କରି କୌପୀନଧାରୀ ମହିଁମାସମୀଜ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥହୋଇଥିଲେ ଓ ଉଚ୍ଚ ନ୍ୟାୟାଳୟରଆଦେଶ ମୁତାବକ ଢେଙ୍କାନାଳଜିଲ୍ଲାପାଳଙ୍କ ଅଦାଲତରେ ଉକ୍ତ ପ…ାସଂଶୋଧନ ପାଇଁ ମାମଲା ବିଚାରାଧିନଥିବା ବେଳେ ପୁଷ୍ପ ଉଦ୍ୟାନ ବିବାଦରେଅଭିଯୋଗ ହେବା ପରେ ଜିଲ୍ଲାପାଳକୌଣସି ନିର୍ମାଣ କାର୍ଯ୍ୟ ତାଙ୍କ ଆଦେଶନ ଦେବା ପର୍ଯ୍ୟନ୍ତ ଚାଲୁ କରିବାକୁବାରଣ କରି ସ୍ଥିତାବସ୍ଥା ବଜାୟ ରଖିବାକୁଉଭୟ ପକ୍ଷକୁ ଜଣାଇଦେଇଛନ୍ତି ।ବୋଧହୁଏ ଏଭଳି ଆଦେଶକୁ ଦେଖିଗଁନ୍ଦିଆର ତହସିଲଦାର ତାଙ୍କ ଦ୍ୱାରାକରାଯାଇଥିବା ସଂଶୋଧନକୁ ସେ ନିଜେନିଜେ ପରିବର୍ତନ କରିଦେଲେ ଗତ ତା୯ା୦୮ା୨୦୨୦ରିଖ ଦିନ,ଯେଉଁଥିରେ ପ୍ରଜାର ନାମରେ ମହିମାଗୋସାଇଁ ବିଜେ ନିଜଗାଁ ମାରଫତଉଭୟ ପକ୍ଷ (ସଭାପତି, ସତ୍ୟ ମହିଁମାଧର୍ମ ଧାମ ସମିତି ବକଳଧାରୀ ମହିମାସମାଜ, ଏବଂ ସଭାପତି,କୌପୀନଧାରୀ ମହିମା ସମାଜ) ରହିଲାାହେଲେ ତାପରେ କଣ ଘଟିଲା କେଜାଣେ ତାର ତିନି ଦିନ ପରେ ପୁଣି ଉକ୍ତପ…ାରେ ପ୍ରଜାର ନାମ ପୂର୍ବବତ ମହିମାଗୋସାଇଁ ବିଜେ ନିଜଗାଁ ମାରଫତ ସତ୍ୟମହିମା ଧର୍ମଧାମ ପରିଚାଳନା ସମିତିନାମକୁ ରଖିଦେଲେ । ଏଠାରେଆଲୋଚନା କରିବାର କଥା ହେଲା ଯେତହସିଲଦାରଙ୍କ ହାତରେ କମ୍ପୁଟର ଓପାସୱାର୍ଡ ଥିବା ହେତୁ ସେଯେତେବେଳେ ଯାହା ଚାହିଁବେ ପ୍ରଜାରନାମକୁ ପରିବର୍ତନ କରି ପାରିବେ କି?ଏଭଳି ପରିବର୍ତନ ନିଶ୍ଚିତ ପକ୍ଷେ କରିବାତହସିଲଦାରଙ୍କ କ୍ଷମତା ବାହାରେ । ଥରେଏକ ମିସ କେସର ଆଦେଶ ଦେଇସାରିଲା ପରେ ସେହି ଅନୁସାରେ ହିଁପରିବର୍ତନ ହୋଇଥିବ, ପୁଣି ସେହିମିସକେସରେ ଆଉ ଥରେ ଆଦେଶଦେବାକୁ କିଏ ଅନୁମତି ଦେଲା? ଏହାଉପର କୋର୍ଟରେ ଅପିଲ ହେବା କଥା ।ନଚେତ୍ ତାର ସଂଶୋଧନ ହୋଇପାରିବନାହିଁ, ଯାହାକି ଆଇନ କହୁଛି । ତେବେଏପରି ହେଉଛି କିପରି? ୫ଟି ଏଠି ଠିକ୍ଭାବେ କାର୍ଯ୍ୟକାରୀ ହେଉଛି ତ?ବିଭାଗୀୟ ଅଧିକାରୀମାନଙ୍କରଉତରଦାୟୀତ୍ୱ ପ୍ରତି ସେମାନେ ସଚେତନତ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛିମନରୋ ଏଥିପ୍ରତି ରାଜସ୍ୱ ସଚୀବ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ନା ୫ଟିସଚୀବଙ୍କ ଛାଟର ଆବଶ୍ୟକତା ରହିଛିତାହିଁ ବିଚାର ହେବା ଉଚିତା ଜନସାଧାରଣଙ୍କୁ ତ୍ୱରୀତ ନ୍ୟାୟ ମିଳିବା ସହସେମାନଙ୍କ ଅଧିକାରକୁ କସ୍ମିନ କାଳେକ୍ଷୁର୍ଣ୍ଣ କରିବା ଗଣତାନ୍ତ୍ରୀକ ରାଷ୍ଟ୍ରରେ ଉଚିତନୁହେଁ ।

- Advertisement -୫ଟି ଓ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ

More articles

LEAVE A REPLY

Please enter your comment!
Please enter your name here

- Advertisement -୫ଟି ଓ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...