19 C
Bhubaneswar
Wednesday, November 25, 2020

ବିକଳ୍ପ ଚିନ୍ତା କର

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗତ ୬ ମାସରୁ ଉଦ୍ଧ୍ୱର୍ସମୟ ଧରି ରାଜ୍ୟ ସରକାରଙ୍କ ସମସ୍ତ ସତର୍କତା ଏବଂ ପ୍ରତିଷେଧାତ୍ମକ ପଦକ୍ଷେପସତ୍ୱେ ଏବେ ସଂକ୍ରମଣ ଦିନକୁ ଦିନ ଯେପରି କାୟା ବିସ୍ତାର କରିଚାଲିଛି ତାହାକେବଳ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ଉଭୟ ସରକାର ଓଜନସାଧାରଣଙ୍କ ନିଦ ହଜାଇ ଦେଲାଣି । ପ୍ରବାସୀ ଶ୍ରମିକ ଗତ ମେ’ ମାସରେଫେରିବା ପରେ କୁହାଯାଉଥିଲା ଯେ, ଜୁନ ମାସ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ମାତ୍ରକେବଳ ଜୁନ୍ ନୁହେଁ, ଜୁଲାଇ ଓ ଅଗଷ୍ଟ ମାସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାଯେପରି ବଢିଚାଲିଛି, ନକିଟ ଭବିଷ୍ୟତରେ କରୋନାର ପ୍ରାର୍ଦୁଭାବ ଯେ, ନିୟନ୍ତ୍ରଣକୁଆସିବ, ତାହା ଚିନ୍ତା କରିବା ବୃଥା । ଗତ ଶୁକ୍ରବାର ଦିନ ରାଜ୍ୟରେ ସଂକ୍ରମିତଙ୍କସଂଖ୍ୟା ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରି ୨୮୯୮ରେ ପହଁଚିଥିଲା । କେବଳଅଗଷ୍ଟ ମାସରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରୀ ୨୦୦ ଉପରେ ରହିଛି ।କେବଳ ସଂକ୍ରମିତ ନୁହେଁ, ଅଗଷ୍ଟ ମାସ ମଧ୍ୟ ମୃତୁ୍ୟ ସଂଖ୍ୟାରେ ରେକର୍ଡ ସୃଷ୍ଟିକରିଛି । ଅଗଷ୍ଟରେ ଦୈନିକ ମୃତୁ୍ୟ ସଂଖ୍ୟା ହାରାହାରି ୧୦ ଉପରେ ରହିଥିବାବେଳେ କେବଳ ଏଇ ମାସରେ ବର୍ତମାନ ସୁଦ୍ଧା ୨୨୩ ଜଣଙ୍କର ମୃତୁ୍ୟ ଘଟିଲାଣି ।ଗତ ଏପ୍ରିଲ ମାସରେ ରାଜ୍ୟରେ ପ୍ରଥମ କରୋନା ରୋଗୀର ମୃତୁ୍ୟ ଘଟିଥିବାବେଳେ ବର୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦୦ ଟପିଗଲାଣି । ସେହିପରିରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ଟପିଗଲାଣି । କେବଳ ଏତିକି ନୁହେଁ,ଏବେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ୍ ନୁହେଁ, ଯାହାକି ବାସ୍ତବିକଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । କାରଣ କ୍ୱାରାଟାଂଇନ୍ବା ସଂଗରୋଧ ବ୍ୟବସ୍ଥା ବାହାରେ ସଂକ୍ରମିତଙ୍କ ସଂଖ୍ୟା ବଢିଲେ, ଚିକିସôକ ବାସରକାର ଏ କ୍ଷେତ୍ରରେ କିଛି କରିପାରିବେ ନାହିଁ । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେଏବେ ଦୈନିକ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୧ ହଜାର ଉପରେ ରହିଛି ।ଯାହାକି ଗୋଷ୍ଠୀ ସଂକ୍ରମଣ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲିକୁହାଯାଇପାରେ । କହିବା ବାହୁଲ୍ୟ ଯେ, କରୋନା ଯୋଦ୍ଧା ଭାବେ ପରିଚିତଡାକ୍ତର, ନସ. ସ୍ୱାସ୍ଥ୍ୟ କର୍ମୀ, ସରପଂଚ, ପୋଲିସ, ସାମ୍ବାଦିକ, ଅଗ୍ନିଶମ କର୍ମଚାରୀକରୋନା କବଳରୁ ମୁକ୍ତ ନୁହଁନ୍ତି । ସଂକ୍ରମଣ ଯେଉଁଭଳି କାୟା ବିସ୍ତାର କରିଚାଲିଛି,କୁହାଯାଇଛି ଯେ, ଖୋଦ୍ ଡାକ୍ତରମାନେ ରୋଗୀ ଚିକିସôା କରିବାକୁ ଭୟ କଲେଣି ।କେବଳ କରୋନା ଆକ୍ରାନ୍ତ ନୁହେଁ, ସାଧାରଣ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନାରେଡାକ୍ତର, ସେବିକା, ଚିକିସôା ନକରି ଫେରାଇ ଦେଉଥିବା ଅଭିଯୋଗ ହେଲାଣି ।ସାଧାରଣ ରୋଗୀ ଚିକିସôା ନପାଇ ବାରଦୂଆର ହେବା ପରେ ଶେଷରେ ମୃତୁ୍ୟମୁଖରେ ପଡ଼ିବା ସାର ହେଉଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ତଥା ଉଦ୍ବେଗଜନକଘଟଣା ହେଉଛି ଗତ ୮ ତାରିଖ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୦୦୦ଏବଂ ମୃତକଙ୍କ ସଂଖ୍ୟା ୨୪୭ ଥିବାବେଳେ ଏବେ ମାତ୍ର ୧୫ ଦିନ ମଧ୍ୟରେସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଗଲାଣି । ଏଥିରୁ ରାଜ୍ୟରେସଂକ୍ରମଣ ହାର କିପରି କାୟାବିସ୍ତାର କରିଚାଲିଛି, ତାହା ବେଶ୍ ଅନୁମାନକରାଯାଇପାରେ । ଖୋଦ ରାଜଧାନୀର ସ୍ଥିତି ଏବେ ଅସମ୍ଭାଳ । ଦୈନିକସଂକ୍ରମଣରେ ରାଜଧାନୀ ଭୁବନେଶ୍ୱର ଏବେ ଶୀର୍ଷରେ । ଉଲ୍ଲେଖଯୋଗ୍ୟ ଯେ,ଗତ ୧ମାସ ଧରି ସଂକ୍ରମଣରେ ଗଂଜାମ ଜିଲ୍ଲା ଶୀର୍ଷରେ ରହିବା ପରେ ଏବେଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଶୀର୍ଷରେ ରହିଛି । ସଂଗରୋଧ ବାହାରେ ସ୍ଥାନୀୟଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଭାବେ ବଢିଚାଲିଛି, ତାହା ପ୍ରଶାସନ ଓ ଜନସାଧାରଣଙ୍କପାଇଁ ଚିନ୍ତାର କାରଣ । ରାଜଧାନୀ ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ସଂକ୍ରମଣତଥା କରୋନା ରୋଗୀଙ୍କ ସଂଖ୍ୟା କେବଳ ୭୪ ପ୍ରତିଶତ ରହିଛି । ବିଶେଷ କରିରାଜ୍ୟର ଜନବହୁଳ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଦୈନିକ ସଂକ୍ରମଣ ହାରାହାରୀ୧ ଶତକ ଉପରେ । ସଂକ୍ରମଣର ହାର ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ସତର୍କତାମୂଳକ ପ୍ରଚେଷ୍ଟା ପଦକ୍ଷେପ ଏକ ପ୍ରକାର ହାର ମାନିଛି ବୋଲି କୁହାଯାଇପାରେ । ଏହାସତ୍ୱେ ଆଶ୍ୱସ୍ତି ଏହା ଯେ, ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକରହିଛି । ସେହି କରୋନା ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଦେଶର ୬ଟି ପ୍ରମୁଖରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ ଦେଶରେପଥ ପ୍ରଦର୍ଶକ ସାଜିଥିବା ଓଡ଼ିଶାରେ ଯେପରି ସଂକ୍ରମଣ ବଢିଚାଲିଛି, ସରକାରଙ୍କୁବିକଳ୍ପ କୌଶଳ ସଂପର୍କରେ ଚିନ୍ତା କରିବାକୁ ସମୟ ଏବେ ଆସିଛି ।

- Advertisement -ବିକଳ୍ପ ଚିନ୍ତା କର

More articles

LEAVE A REPLY

Please enter your comment!
Please enter your name here

- Advertisement -ବିକଳ୍ପ ଚିନ୍ତା କର

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...