29 C
Bhubaneswar
Saturday, September 19, 2020

ଫୁଟବଲ ସହ ସମସ୍ତ ଖେଳକୁ ପୁନଃ ଅବସ୍ଥାପନ ଦାବି

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ବାଲେଶ୍ୱର,୧୯ା୮(): ଗ୍ରାମାଞ୍ଚଳର ଉଦୀୟମାନ ଖେଳାଳିଙ୍କୁ ପ୍ରୋତ୍ସାହନ ସହ ସେମାନଙ୍କ ପ୍ରତିଭା ବିକାଶ ପାଇଁ ବାଲେଶ୍ୱରରେ ସ୍ଥାପିତ ହୋଇଥିବାକ୍ରୀଡ଼ା ଛାତ୍ରାବାସ(ସ୍ପେର୍ଟେସ ହଷ୍ଟେଲ)ରୁ ଗୋଟିଏ ପରେ ଗୋଟିଏ ବର୍ଗର ଖେଳକୁ ଅପସାରଣ କରାଯିବାକୁ ନେଇ ଜିଲ୍ଲାର କ୍ରୀଡ଼ାବିତ୍ଙ୍କ ମଧ୍ୟରେଅସନ୍ତୋଷ ପ୍ରକାଶ ପାଇଛି । ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲରେପୂର୍ବରୁ ଆଥଲେଟିକ୍ସ ଓ ସିନିୟର ଭଲିବଲ୍ ଖେଳକୁ ଉଚ୍ଛେଦକରାଯାଇଥିବା ବେଳେ ସମ୍ପ୍ରତି ଫୁଟବଲ୍ ବିଭାଗକୁ ଅନ୍ୟତ୍ରସ୍ଥାନାନ୍ତରକୁ ବିରୋଧ କରିଛନ୍ତି ଜିଲ୍ଲାର ଭେଟେରାନ୍ ଫୁଟବଲଖେଳାଳିମାନେ । ଏହି ପରିପ୍ରେକ୍ଷୀରେ ସେମାନେ ଆଜିଅତିରିକ୍ତ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ସ୍ୱର୍ଣ୍ଣିମକ୍ରୀଡ଼ା ଇତିହାସ ସମ୍ପର୍କରେ ଅବଗତ ସହ ଫୁଟବଲ ଉଚ୍ଛେଦନିଷ୍ପତିର ପୁନର୍ବିଚାର ପାଇଁ ଦାବି କରିଥିଲେ । ଏକଦା ଫୁଟବଲଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ ତକ୍ରାଳୀନ ବାଲେଶ୍ୱରଜିଲ୍ଲାର ପାୱାର କ୍ଲବ, ଏଫଏମ କ୍ଲବ, ପରମିଟ୍ କ୍ଲବ,ଦେବୀମାତା, ଅକ୍ଟୋପାସ୍, ୱାଇଏମସି ପ୍ରଭୃତି ବହୁ ଫୁଟବଲଟିମ୍ ବେଶ୍ ସୁନାମ ଅର୍ଜନ କରିଥିଲେ । ସେତେବେଳରଫୁଟବଲ ପ୍ରତି ବଢ଼ୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରେଖି ଜାତୀୟ ସ୍ତରୀୟ ଖେଳାଳି ସୃଷ୍ଟି ଉଦେ୍ଦଶ୍ୟରେ ୯୦ ଦଶକରେ ବାଲେଶ୍ୱର ସମେତ ଓଡ଼ିଶାରବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲମାନ ସ୍ଥାପନ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ଓ ଛାତ୍ରଙ୍କୁ ଏହି ହଷ୍ଟେଲରେ ରଖାଯାଇ କ୍ରୀଡ଼ା ପ୍ରଶିକ୍ଷଣଦିଆଯାଉଥିଲା । ବିଶେଷ କରି ଫୁଟବଲ, ହକି, ଭଲ୍ଲିବଲ, ଓ ଆଥଲେଟିକ୍ସ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ଏଠାରୁ ପ୍ରଶିକ୍ଷଣ ପାଇ ଏହିଯୁବ ଖେଳାଳିମାନେ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରେ ବି ସୁନାମ ଅର୍ଜନ କରିଚାଲିଥିଲେ । ସାମ୍ପ୍ରତିକ ସମାଜରେ ବିଭିନ୍ନ କ୍ରୀଡ଼ାର ଲୋକପ୍ରିୟତାକୁଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ୨୦୧୮ ମସିହାରେ ରେମୁଣାର ଭୀମପୁରାଠାରେ ଏକ ବୃହତ ସ୍ପୋର୍ଟସ ହଷ୍ଟେଲ ଉଦ୍ଘାଟନକରିଥିଲେ । ୧୦ ଏକରରୁ ଊଦ୍ଧ୍ୱର୍ ଜମିରେ ସ୍ଥାପିତ ଏହି କ୍ୟାମ୍ପସ ହଷ୍ଟେଲ ଅନ୍ତେବାସୀଙ୍କ କ୍ରୀଡ଼ା ଅଭ୍ୟାସରେ ବେଶ ସହାୟକ ହୋଇପାରିଛି । ମାତ୍ରଉକ୍ରୃଷ୍ଟମାନର କ୍ରୀଡ଼ାଭିତ୍ତି ଭୂମି ଥିବା ସ୍ଥଳରେ ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲରୁ ଗୋଟିଏ ପରେ ଗୋଟିଏ ଖେଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅତ୍ୟନ୍ତଦୁର୍ଭଗ୍ୟର ବିଷୟ ବୋଲି ଭେଟେରାନ ଖେଳାଳିମାନେ କହିଛନ୍ତି । ଏହି ନିଷ୍ପତି ପ୍ରତ୍ୟାହାର ସହ ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲର ଫୁଟବଲ ସହ ସିନିୟରଭଲିବଲ୍ ଓ ଆଥଲେଟିକ୍ସକୁ ପୁନଅବସ୍ଥାପନ ପାଇଁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ସ୍ମାରକପତ୍ର ବାଲେଶ୍ୱର ଅତିରିକ୍ତଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ଭେଟେରାନ୍ ଫୁଟବଲ ଖେଳାଳି ପଦ୍ମଲୋଚନ ଲେଙ୍କା, ସନ୍ତୋଷ ଟ୍ରଫି ଖେଳାଳିଗୋପାଳ ସେଠୀ, ଶେଖ୍ ମାଜିଦ୍, ସଲିଲ ସିଂ, ସବାଇ ସିଂ, ନିରୋଦ ମହାନ୍ତି, ଡାକ୍ତର ଶାନ୍ତନୁ ଦାସ, ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...