18 C
Bhubaneswar
Tuesday, November 24, 2020

ବୋଝ ଅସମ୍ଭାଳ ହେବ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ିନକୁଦିନ ପରିସ୍ଥିତି ସଂକଟ ଆଡ଼କୁ ଠେଲି ହୋଇଯାଉଛି । ସାରା ଦେଶରେଅସ୍ଥିର ପରିସ୍ଥିତି । କେନ୍ଦ୍ର ସରକାର ବାହା ବାଃ ନେବାକୁ ଯାଇ ନାକେଦମ୍ହେଲେଣିି । ଆଗକୁ ଆସୁଛି ବିଷମ ପରିସ୍ଥିତି । କରୋନା ରୂପି କଳାବାଦଲ ସାରାବିଶ୍ୱକୁୁ ଢାଙ୍କି ସାରିଲାଣି । ଭାରତରେ ମଧ୍ୟ କରାଳ ରୂପ ଧାରଣ କରିଛିି । ଗୋଟିଏପଟେ ମହାମାରୀ ମୁକାବିଲାରେ ସରକାର ନୟାନ୍ତ ହେଉଥିବା ବେଳେ କୋଭିଡ୍-୧୯ ଛାଡିଥିବା ଚୀନ୍ ସୀମାରେ ଯୁଦ୍ଧ ସ୍ଥିତି ସୃଷ୍ଟି କଲା । ଉଭୟ ପକ୍ଷ ସୀମାରେସୈନ୍ୟ ଠୁଳ କରିବା ସହ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଲେ । ଯୁଦ୍ଧ ଆଶଙ୍କା ସୃଷ୍ଟିହେଲା । ଏପଟେ କରୋନା ମହାମାରୀ, ସେପଟେ ଚୀନ୍ ବିରୋଧରେ ସମ୍ଭାବ୍ୟଯୁଦ୍ଧକୁ ନେଇ ଦେଶ ଯେ ଘଡିସନ୍ଧି ମୂହୁର୍ତ୍ତ ଦେଇ ବେଶ୍ କିଛି ଦିନ ଗତି କଲାଏହା କହିବା ବାହୁଲ୍ୟ ମାତ୍ର । ଯାହାବି ହେଉ ଯୁଦ୍ଧ ପିରିସ୍ଥିତି ସିନା ଟଳିଗଲାହେଲେ ସେ ବାବଦରେ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ ହେଲା । ସେପଟେ ଚୀନ୍ବିରୋଧରେ ମୁକାବିଲା, ଏପଟେ କରୋନା ମୁକାବିଲାରେ ଆର୍ଥିକସ୍ଥିତିଦୋହଲିଗଲାଣି । କେନ୍ଦ୍ର ସରକାର କେବଳ ଲୋକଙ୍କ ମନଜିଣିବା ପାଇଁ ସିନାହଜାର ହଜାର କୋଟି ଓ ଲକ୍ଷଲକ୍ଷ କୋଟିର ମନଲୋଭା ଯୋଜନା ଘୋଷଣାକରିଚାଲିଛନ୍ତି ହେଲେ ଅର୍ଥଚିନ୍ତାରେ ବିଳିବିଳେଇଲେଣି । କହିବା ବାହୁଲ୍ୟ ଯେଭିତରେ ପରିସ୍ଥିତି କିନ୍ତୁ ସାଂଘାତିକ । ସମଦଶା ଏଠି ଆମ ଓଡ଼ିଶା ସରକାରଙ୍କର ।ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟବଢୁଛି । ବିଭିନ୍ନ ଭାବେ କୋଭିଡ୍-୧୯ ବ୍ୟାପୁଥିବାରୁ ଏହାର ମୁକାବିଲା କରିବାପାଇଁ ନୟାନ୍ତ ହେବାକୁ ପଡ଼ୁଛି । କରୋନାକୁ ପରାସ୍ତ କରିବା ପାଇଁ ଆମକୁ ସତର୍କରହିବାକୁ ହିଁ ହେବ । ଅନ୍ୟଥା ବହୁତ କିଛି ହରାଇବାକୁ ପଡିବାର ଜଳଜଳ ହୋଇଦିଶିଲାଣି । ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ରାଜ୍ୟ ସରକାର କରୋନାମୁକାବିଲାରେ ଦେବାଳିଆ ସ୍ଥିତିକୁ ଆସିଗଲେଣି । ସଟ୍ଡାଉନ ଓ ଲକ୍ଡ଼ାଉନରେସ୍ଥିତି ବିଗିଡ଼ିଗଲା । ରାଜସ୍ୱ ଆୟ କମିଗଲା । ରାଜ୍ୟ ସରକାରୀ କର୍ମଚାରୀ ଓପେନ୍ସନ ଭୋଗୀଙ୍କୁ ଦେବା ପାଇଁ ତହବିଲ୍ରେ ଅର୍ଥ ସଂକଟ । ଦରମା ଓ ପେନ୍ସନବାବଦରେ ସରକାର ମାସିକ ପ୍ରାୟ ତିନି ହଜାର କୋଟି ବ୍ୟୟ କରୁଥିବା ବେଳେରାଜ୍ୟର ନିଜସ୍ୱ ଆୟ ଏହାର ପଚାଶ ପ୍ରତିଶତ ମଧ୍ୟ ହେଉନଥିବା ଜଣାପଡ଼ିଛି ।ତେଣୁ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସର୍ବଭାତୀୟ ସେବାର ଅଧିକାରୀ ମାନଙ୍କଦରମା କାଟ କରି ନଅଣ୍ଟ ଭରଣା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସ୍ଥିତିରେ ସୁଧାରଆସୁନି । ତଥାପି ପରିସ୍ଥିତି ଜଟିଳ । ଏବେ ଲକ୍ଡାଉନ୍ କୋହଳ କରାଯିବା ଓମଦ ଦୋକାନ ଖୋଲାଯାଇଥିବାରୁ ରାଜସ୍ୱ ଆୟରେ କିଛି ବୃଦ୍ଧି ହୋଇପାରେ ।ତେବେ ତାହା ସରକାରୀ କର୍ମଚାରୀଙ୍କ ଦରମା ଓ ପେନ୍ସନ ବାବଦୀୟ ଦେୟଦେବାପାଇଁ ଯଥେଷ୍ଟ ନୁହେଁ ବୋଲି ଆକଳନ କରାଯାଉଛି । ପ୍ରଶାସନିକ ବ୍ୟବସ୍ଥାକୁଚଳାଇବା ପାଇଁ କର୍ମଚାରୀମାନଙ୍କୁ ଦରମା ଦେବା ଅପରିହାର୍ଯ୍ୟ ହୋଇଥିବା ବେଳେଏଥିରେ କାଟ କରିବା ପାଇଁ ସରକାର ପଦକ୍ଷେପ ନେଲେ । ତେବେ ଏହା ସ୍ଥାୟୀବିକଳ୍ପ ହୋଇନଥିବାରୁ ସରକାରଙ୍କ ନିକଟରେ ଋଣ ହିଁ ବିକଳ୍ପ । କେନ୍ଦ୍ରୀୟସହାୟତାରେ ରାଜ୍ୟ ସରକାର କରୋନା ମୁକାବିଲା କରିଚାଲିଛନ୍ତି । ରାଜ୍ୟ ତହବିଲଶୁନ୍ୟ । ସମ୍ବଳ ସଂଗ୍ରହ ପାଇଁ ରାଜ୍ୟ ସରକାର ଅଡୁଆରେ ପଡିଥିବା ବେଳେକେନ୍ଦ୍ର ସରକାର ତାଙ୍କର ଅନୁଦାନ ରାଶି ଓ କେନ୍ଦ୍ରୀୟ ଟିକସର ଅଂଶଧନ ଆଗୁଆଯୋଗାଇ ଦେଇଥିବା ଯୋଗୁଁ ଅସଲ ସ୍ଥିତି ଜଣାପଡୁନାହିଁ । କେନ୍ଦୀୟ ଅର୍ଥ ପାଇଁସରକାର ଆଗୁଆ ଉଦ୍ୟମ କରିଛନ୍ତି । ସେହିପରି ପରିସ୍ଥିତିର ମୁକାବିଲା ପାଇଁରାଜ୍ୟ ସରକାର ଚଢ଼ାଦରରେ ଖୋଲାବଜାରରୁ ଋଣ ନକରି ସ୍ୱଳ୍ପ ସୁଧ ହାରରେମିଳୁଥିବା ଋଣ ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ସ୍ଥିତି ଯାହା ଋଣବୋଝରେ ସରକାର ନୟାନ୍ତ ହେବେ । ଏହାର ପ୍ରଭାବ ସାଧାରଣ ଲୋକଙ୍କଉପରେ ପଡିବ । ଏବେଠୁ ପଡିବା ଆରମ୍ଭ ହୋଇଗଲାଣି । ମଧ୍ୟବିତଙ୍କ ଉପରେବେଶି ପ୍ରହାର । ଋଣ ବୋଝ ଅସମ୍ଭାଳ ହେବ । ଯାହା ବରଦାସ୍ତ ବାହାରେ ହୋଇପାରେ ।ସରକାର ଅଯଥାଖର୍ଚ୍ଚ କାଟ କରିବା ସହ କରିଥିବା କେତେକ ଅଦୂରଦର୍ଶି ଯୋଜନାରେପରିବର୍ତ୍ତନ ନଆଣିଲେ ପରିସ୍ଥିତି ଯେ ସଂଗୀନ ହେବାକୁ ଯାଉଛି ଏହା କହିବା ବାହୁଲ୍ୟମାତ୍ର ।ସରକାରଙ୍କ କହିବା ଓ କରିବାରେ ତାଳମେଳ ନାହିଁ । ତେଣୁ ବ୍ୟୟ ବଢ଼ୁଛି । ଏବେଳେସୁଧାର ନଆଣିପାରିଲେ ପରିସ୍ଥିତି ଯେ ଅଣାୟତ ହେବ, ଏହା ନିଃସନେ୍ଦହ

- Advertisement -ବୋଝ ଅସମ୍ଭାଳ ହେବ

More articles

LEAVE A REPLY

Please enter your comment!
Please enter your name here

- Advertisement -ବୋଝ ଅସମ୍ଭାଳ ହେବ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...