35 C
Bhubaneswar
Sunday, May 9, 2021

ଅନ୍ଲାଇନ୍ ଦେଖାଇ ଅଫ୍ଲାଇନ୍ରେ ଚାଲିଛିି ମଦ ବିକ୍ରି

Must read

ବାଲେଶ୍ୱର,୧୨ା୬ : କରୋନାସମୟରେ ଓଡ଼ିଶାରେ ମଦ ବିକ୍ରି ପାଇଁରାଜ୍ୟ ସରକାରଙ୍କ ଅନ୍ଲାଇନ୍ ଓ ହୋମଡେଲିଭେରି ବ୍ୟବସ୍ଥା ନିଷ୍ପତି ସାଧାରଣରେଗ୍ରହଣୀୟ ହୋଇ ନଥିବା ବେଳେ ଅଧିକମୁନାଫା ପାଇବାରେ ପଞ୍ଜୀକୃତଦୋକାନୀଙ୍କୁ ଏହା ଏକ ସୁଯୋଗହୋଇଛି ବୋଲି ଅଭିଯୋଗ ଉଠିଛି ।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳିବାଲେଶ୍ୱରରେ କିଛି ପଞ୍ଜୀକୃତ ମଦଦୋକାନୀଙ୍କୁ ଅନ୍ ଲାଇନ୍ ଓ ହୋମହେଲିଭେରି ପାଇଁ ଅନୁମତି ମିଳିଥିଲେବି ସେମାନେ ଏହାର ଦୂରୁପୋଯୋଗକରୁଥିବା କୁହାଯାଉଛି । ବିଶେଷ କରି ଅନ୍ଲାଇନ୍ରେ ଅର୍ଡ଼ର କରି ମଦ ପିଇବାକୁଜିଲ୍ଲାର ୯୦ ପ୍ରତିଶତ ଲୋକେ ଚାହୁଁନଥିବା ବେଳେ ଦୋକାନ ବନ୍ଦ ରହିଥିଲେବି ଦୋକାନୀମାନେ ଚଢ଼ା ଦରରେଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବାଅଭିଯୋଗ ହୋଇଛି । ସହରର ଅଧିକାଂଶବନ୍ଦ ଦୋକାନ ପାଖାପାଖି ସ୍ଥାନରେଚଡ଼ାଦରରେ ମଦ ବିକ୍ରି ହେଉଥିବାଜଣାପଡ଼ିଛି । ଅନ୍ୟ ଲୋକଙ୍କ ନାମରେମଦ ଅର୍ଡ଼ର କରି ତାହାକୁ ଅଫଲାଇନ୍ରେବିକ୍ରି କରାଯାଉଛି । ଏନେଇ ବେଶ୍ନକଲି ରେକର୍ଡ଼ ପ୍ରସ୍ତୁତ ସହ ସେମାନେଏହି ବେଆଇନ୍ କାରବାର କରୁଥିବାକୁହାଯାଉଛି । ଅନ୍ୟପକ୍ଷରେଅଫ୍ଲାଇନରେ ମଦ କିଣିବାକୁ ପସନ୍ଦକରୁଥିବା ଗ୍ରାମାଞ୍ଚଳ ଲୋକଙ୍କୁ ପଞ୍ଜୀକୃତଦୋକାନୀଙ୍କ ଏଜେଣ୍ଟ ଓ ଅଣପଞ୍ଜୀକୃତଦୋକାନୀମାନେ ଲୁଚାଛପାରେ ଦୁଇ/ତିନିଗୁଣ ଅଧିକ ମୂଲ୍ୟରେ ମଦ ଯୋଗାଉଛନ୍ତି ।ଏ ସମ୍ପର୍କରେ ଅବକାରୀ ବିଭାଗଠାରୁଜିଲ୍ଲା ପୁଲିସ ପର୍ଯ୍ୟନ୍ତ ସମସ୍ତ ବିଭାଗଅବଗତ ଥିଲେ ବି ଜିଲ୍ଲାରେକାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁଆଚମ୍ବିତ କରିଛି । ସେହିଭଳି ଲକ୍ଡାଉନ୍ ସମୟରେ ସରକାରଙ୍କ ନିଦେ୍ର୍ଦଶକ୍ରମେ ସହର ସମେତ ଜିଲ୍ଲାର ସମସ୍ତପଞ୍ଜୀକୃତ ମଦ ଦୋକାନ ବନ୍ଦ ରହିଥିବାବେଳେ ଦେକାନୀମାନେ ବେଶ୍ଚଢ଼ାଦରରେ ମଦ ବିକ୍ରି କରୁଥିଲେ ।ଏଷନଇ ଟାଉନ୍ ଥାନା ପୁଲିସ ବିପୁଳପରିମାଣର ମଦ ଜବତ ସହ ଦୁଇଜଣବ୍ୟବସାୟୀଙ୍କୁ ବି ଗିରଫ କରିଥିଲା ।ଏବେ ସରକାରଙ୍କ ଅନ୍ ଲାଇନ୍ ଓ ହୋମଡେଲିଭେରି ବ୍ୟବସ୍ଥା ବେଆଇନ୍ ମଦବିକ୍ରି ସହ ଅଧିକ ଲାଭବାନ ହେବା ପାଇଁଏକ ସୁଯୋଗ ସୃଷ୍ଟି କରିଛି ବୋଲିଆଲୋଚନା ହେଉଛି । ତେବେ ଏସମ୍ପର୍କରେ ବାଲେଶ୍ୱର ସିଟି ଡିଏସପିମନୋଜ କୁମାର ରାଉତଙ୍କୁ ପଚାରିବାରୁସେ ଉଠିଥିବା ଅଭିଯୋଗର ବାସ୍ତବତାକୁଗ୍ରହଣ କରିବା ସହିତ ଆଗାମୀ ଦିନରେଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article