29.1 C
Bhubaneswar
Saturday, July 24, 2021

କରୋନାରେ ପୂର୍ବତନକ୍ରି୍ରକେଟର ଚେତନଙ୍କ ମୃତୁ୍ୟ

Must read

ଲକ୍ଷ୍ନୌ,୧୬ା୮ :ଭାରତୀୟ କ୍ରିକେଟ ଦଳର ପୂର୍ବତନଓପନିଂ ବ୍ୟାଟ୍ସମ୍ୟାନ ତଥାଉତ୍ତରପ୍ରଦେଶରେ ଯୋଗୀସରକାରଙ୍କ ମନ୍ତ୍ରୀ ଚେତନ ଚୌହ୍ୱାନରବିବାର କରୋନା ପ୍ରାଣ ହରାଇଛନ୍ତି ।ମୃତୁ୍ୟବେଳକୁ ତାଙ୍କୁ ୭୩ ବର୍ଷ ବୟସହୋଇଥିଲା । ଗତ ୧୧ ତାରିଖରେସେ କରୋନା ସଂକ୍ରମିତ ହେବାଜଣାପଡ଼ିବା ପରେ ତାଙ୍କୁ ମେଦାନ୍ତହସପିଟାଲରେ ଭର୍ତ୍ତି କରାଯାଇଥିଲା ଓସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁଭେଣ୍ଟିଲେଟରରେ ରଖାଯାଇଥିଲା । ଗତଅଗଷ୍ଟ ୨ରେ ୟୁପି ସରକାରରେ ମନ୍ତ୍ରୀଥିବା କମଲ ରାନୀଙ୍କ କରୋନାରେ ମୃତୁ୍ୟଘଟିଥିଲା । ଫଳରେ ଗତ ୧୫ ଦିନମଧ୍ୟରେ ୟୁପି ସରକାରର ୨ ମନ୍ତ୍ରୀକରୋନାରେ ମୃତୁ୍ୟ ଘଟିଛି ।ତାଙ୍କ ମୃତୁ୍ୟରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥ ଟୁଇଟ୍କରି ଦୁଃଖ ପ୍ରକାଶ କରିଛନ୍ତି ।ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ,ଚେତନ ଚୌହାନ ଜଣେ ଉଜ୍ଜ୍ଳକ୍ରିକେଟର ତଥା ପରେ ଜଣେ ପରିଶ୍ରମୀରାଜନେତା ଭାବରେ ପରିଚିତହୋଇଥିଲେ । ଭାଜପାକୁ ମଜବୁତକରିବା ପାଇଁ ସେ ପ୍ରଭାବଶାଳୀଯୋଗଦାନ ଦେଇଥିଲେ । ତାଙ୍କଦେହାନ୍ତରେ ମୁଁ ଦୁଃଖିତ ବୋଲି ମୋଦିକହିଛନ୍ତି । କ୍ୟାବିନେଟରେ ମୋର ନିକଟସହକର୍ମୀ ଚେତନ ଚୌହାନଙ୍କ ଅକାଳବିୟୋଗ ଖବର ମୋତେ ବ୍ୟଥିତ କରିଛିବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍କରିଛନ୍ତି । ପ୍ରଭୁ ଶ୍ରୀରାମ ତାଙ୍କପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତିଦିଅନ୍ତୁ ବୋଲି ସେ କହିଛନ୍ତି ।ବିଜେପି ସାଂସଦ ରହି ଆସିଥିବାଚେତନ ଗତ ଉତ୍ତର ପ୍ରଦେଶନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତହୋଇଥିଲେ । ବର୍ତ୍ତମାନ ସେ ଯୋଗୀଆଦିତ୍ୟନାଥ ସରକାରରେ ସାମରିକକଲ୍ୟାଣ ମନ୍ତ୍ରଣାଳୟ, ହୋମଗାର୍ଡ,ପିଆର୍ଡି ଏବଂ ନାଗରିକ ସୁରକ୍ଷାମନ୍ତ୍ରଣାଳୟ ମନ୍ତ୍ରୀ ରହିଥିଲେ ।ଓପନିଂ ବ୍ୟାଟ୍ସମ୍ୟାନ ଚେତନଚୌହାନ ୧୯୬୯ରୁ ୧୯୭୮ ପର୍ଯ୍ୟନ୍ତଭାରତ ପକ୍ଷରୁ ୪୦ ଟେଷ୍ଟ ଓ ୭ମ୍ୟାଚ୍ରେ ପ୍ରତିନିଧିô କରିଥିଲେ । ଲିଟିଲ୍ମାଷ୍ଟର ସୁନିଲ ଗାଭାସ୍କରଙ୍କ ସବୁଠାରୁସଫଳ ଓପନିଂ ପାର୍ଟନରଶିପ୍ ଭାବେପରିଗଣିତ ହେଉଥିବା ଚୌହାନଟେଷ୍ଟରେ ୨,୦୮୪ ରନ୍ ଓଦିନିକିଅ ।ରେ ୧୫୩ ରନ କରିଥିଲେଏଥିସହ ସେ ମହାରାଷ୍ଟ୍ର ଓ ଦିଲ୍ଲୀ ପକ୍ଷରୁମଧ୍ୟ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି ।୧୭୯ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁଚୌହାନ ୧୧ ହଜାର ୧୪୩ ରନକରିଛନ୍ତି । ଏହା ମଧ୍ୟରେ ୨୧ ଶତକଓ ୫୯ ଅର୍ଦ୍ଧଶତକ ସାମିଲ ରହିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article