35 C
Bhubaneswar
Sunday, May 9, 2021

ଟେଷ୍ଟିଂ ସଂଖ୍ୟା ବଢା ଯାଇଥିବାରୁ ପଜିଟିଭ୍ସଂଖ୍ୟା ବୃଦ୍ଧି ପାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ

Must read

ରାୟଗଡା,୧୬ା୮ : ରାୟଗଡା ଜିଲ୍ଲାରୁ ଆଜି ସର୍ବାଧିକ ୧୧୬ ପଜିଟିଭ୍ଚିହ୍ନଟ ହୋଇଛି । ଟେଷ୍ଟିଂ ସଂଖ୍ୟା ବଢା ଯାଇଥିବାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି ବୋଲିପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ରାୟଗଡା ଜିଲ୍ଲାରୁ ଆଜି ୧୧୬ ଜଣ କରୋନାପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତିା ଚିହ୍ନଟ ହୋଇଥିବା ୧୧୬ ଜଣଙ୍କ ମଧ୍ୟରୁ ୮୨ ଜଣ ପୁରୁଷ ଥିବା ବେଳେ ୩୪ ଜଣମହିଳା ଅଛନ୍ତି । ୧୧୬ ଜଣ ଘରୋଇସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୩୪ ଜଣ ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟହୋଇଛନ୍ତି । ରାୟଗଡା ସହରରୁ ୧୯,ରାୟଗଡା ଗ୍ରାମାଚଂଳରୁ ୧୯, ଗୁଣପୁରସହରରୁ ୭, ରାମନାଗୁଡାରୁ ୩୭,କୋଲନରାରୁ ୧୪, ଚନ୍ଦ୍ରପୁରରୁ ୬,ମୁନିଗୁଡାରୁ ୬,କଲ୍ୟାଣସିଂହପୁରରୁ ୩,କାଶିପୁରରୁ ୩, ବିଷମକଟକରୁ ୨ ପିଜିଟିଭ୍ଚିହ୍ନଟ ହୋଇଛନ୍ତି । ୧୧୬ ଜଣ ପିଜିଟିଭ୍ଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ୨୦୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୮୩ ଜଣ ସୁସ୍ଥଲାଭ କରିଛନ୍ତି । ୧୪ ଜଣକରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ଜିଲ୍ଲାରେ ୭୬୯ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁରକୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କରୋନା ଯୋଦ୍ଧା ବହୁ ମାତ୍ରାରେଆକ୍ରାନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩୩୧ଜଣ କୋରନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୨୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତିଏବଂ ୧୨୪ ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ସହ ସଚେତନ ରହିବା ପାଇଁ ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ନିବେଦନ କରିଛନ୍ତି । ଏଥି ସହ ରାଜ୍ୟ ସରକାର ଜାରୀ କରିଥିବା କୋଭିଡ୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article