26 C
Bhubaneswar
Thursday, April 15, 2021

ମେଗା ପାନୀୟଜଳ ପ୍ରକଳ୍ପରେ ସରକାରୀ ଅର୍ଥର ଦୁରୁପଯୋଗ ଉଦ୍ୟମ

Must read

ଯାଜପୁର,୧୨/୬(ନି.ପ୍ର) ମଣିଷ ବଂଚିରହିବା ପାଇଁ ବିଶୁଦ୍ଧ ପାନୀୟ ଜଳ ନିହାତିଆବଶ୍ୟକ । ଲୋକ ମାନଙ୍କୁ ବିଶୁଦ୍ଧପାନୀୟ ଜଳ ଯୋଗାଇବା ପାଇଁ ସରକାରଯଥେଷ୍ଟ ଗୁରୁତ୍ୱାରୋପ କରୁଥିବା ବେଳେଏଥିପାଇଁ ଶହ ଶହ କୋଟି ଟଙ୍କାର ଅର୍ଥମଧ୍ୟ ବରାଦ କରିଛନ୍ତି । ହେଲେ ଠିକାଦାରୀକରି ମୋଟା ଅଙ୍କର ଅର୍ଥ ହଡପ ପାଇଁବିଭିନ୍ନ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପୂର୍ବରୁମଧ୍ୟ ଦୁର୍ନିତିର ଗନ୍ଧ ବାରି ହୋଇ ପଡୁଛି ।ଏଥିନେଇ ପାନୀୟ ଜଳ ଓପଂଚାୟତରାଜ ବିଭାଗ ତରଫରୁଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରୀଅର୍ଥର ଦୁରୁପଯୋଗ ଉଦ୍ୟମ ନେଇକାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବିହେଉଛି । ଏ କ୍ଷେତ୍ରରେ ଯାଜପୁର ଜିଲ୍ଲାରବଡଚଣା ବ୍ଲକ ଅନ୍ତର୍ଗତ ଅସିହାଗଡ-ଅଚ୍ୟୁତବସନ୍ତ ପାହାଡ ଉପରେ ଟୀକାୟତହାଇସ୍କୁଲ ପରିସରରେ ନିର୍ମାଣ ହେବାକୁଥିବା ବଡ ଧରଣର ମେଘା ପାନୀୟ ଜଳପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବାପ୍ରାକ ଆକଳନ ରିପୋର୍ଟ ତଥା ପ୍ରୋଜେକ୍ଟରିପୋର୍ଟରେ ବ୍ୟାପକ ଅନିୟମିତତାକରାଯାଇଛି । ଏଠାରେ ନିର୍ମାଣ ହେବାକୁଥିବା ପାଣିଟାଙ୍କିରେ ଆବଶ୍ୟକ ହେଉଥିବାପାଣି ଅଯଥାରେ ପ୍ରାୟ ୬ କିଲୋମିଟରଦୂରରୁ ପାଇପ ବିଛା ଯାଇ ପାଣିଅଣାଯିବାର ଯୋଜନା କରାଯାଇଛି ।ବଡଚଣା ବ୍ଲକର ସୀମାରେ ଥିବା ଏହିଅଂଚଳରେ ପାଣି ଯୋଗାଣ ପାଇଁ ହେବାକୁଥିବା ଟାଙ୍କିକୁ ଧର୍ମଶାଳା ବ୍ଲକରରାଧାଦେଇପୁର- ପଟୁଣିଆ ପାଖରୁ ପାଣିଅଣାଯିବ । ଏଠାକୁ ଦୁଇଟି ନଦୀ ଅତିକ୍ରମକରି ପାଣି ପାଇପ ବିଛା ଯିବାର ଯୋଜନାରହିଛି । ଦୁଇଟି ନଦୀ ଏହି ପାଇପଅତିକ୍ରମ କରିବା ସହ ବହୁ ବେସରକାରୀଜମିରେ ମଧ୍ୟ ପାଇପ ବିଛାଯିବାରଯୋଜନା ରହିଛି । ଏଥିପାଇଁ କେବଳସରକାରୀ ଅର୍ଥର ଅଯଥା ଅପବ୍ୟୟହେବନାହିଁ ବରଂ ବେସରକାରୀ ଜମିରେଏବଂ ନଦୀରେ ପାଇପ ଆସିବା ପାଇଁସରକାର ମଧ୍ୟ ବିଭିନ୍ନ ସମସ୍ୟାରସମ୍ମୁଖୀନ ହେବେ । ଅଧିକ ଅର୍ଥ ମଂଜୁରୀହେଲେ ସିନା ଅଧିକ ଦୁର୍ନିତିହୋଇପାରିବ । ସେଥିପାଇଁ ପ୍ରକଳ୍ପ ଆରମ୍ବପୂର୍ବରୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଥିବାରକ୍ଷକ ମାନେ ଭକ୍ଷକ ସାଜି ଏଭଳିଦୁର୍ନିର୍ତି କରିଛନ୍ତି । ଏହି ପାଣିଟାଙ୍କିରୁଅସିହା ମୌଜା ଏବଂ ଗଡଜିତର ୫ ଟିୱାର୍ଡକୁ ପାନୀୟ ଜଳ ଯୋଗାଇଦିଆଯିବ । ପୂର୍ବରୁ ଏହି ମୌଜାର ଅଚ୍ୟୁତବସନ୍ତର ୭ ଟି ୱାର୍ଡକୁ ପାଇପ ଦ୍ୱାରାପାନୀୟ ଜଳ ଯୋଗାଇବା ପାଇଁ ପ୍ରକଳ୍ପନିର୍ମାଣ ହୋଇଛି । ଧର୍ମଶାଳା ବ୍ଲକରହାମଜାପୁର-ପଟୁଣିଆରୁ ପାଣି ପାଇପରେଆଣି ବଡଚଣା ବ୍ଲକ ସୀମାରେପହଂଚାଇବାରେ ଯେତିକି ଅର୍ଥ ଖର୍ଚ୍ଚହେବ ଅଚ୍ୟୁତବସନ୍ତରେ ଉକ୍ତ ପ୍ରକଳ୍ପକୁସଂପ୍ରସାରିତ କଲେ ୧୦୦ ଭାଗରୁ ୧ଭାଗ ଅର୍ଥ ବ୍ୟୟରେ ଅସିହା ମୌଜାରଉକ୍ତ ୫ ଟି ୱାର୍ଡର ଲୋକେ ପାଣିପାଇପାରିବେ । ଅଚ୍ୟୁତବସନ୍ତରେ ଥିବାଉକ୍ତ ପ୍ରକଳ୍ପରେ ଆଖିବୁଜା ଦୁର୍ନିତି ପାଇଁସେଠାରେ ଅଧେ ଲୋକ ପାଣି ପାଉନାହାନ୍ତି । ସେଥିନେଇ କୌଣସି ପଦକ୍ଷପଗ୍ରହଣ ନକରି କିମ୍ବା ଏହି ପ୍ରକଳ୍ପରସଂପ୍ରସାରଣ ନକରି ଅଯଥାରେ ଏଠାରେବହୁ କୋଟି ଟଙ୍କା ଅପବ୍ୟୟ ଏବଂ ହଡପପାଇଁ ଯୋଜନା କରାଯାଇଛି । ଅସିହାହାମଲେଟର ଦୁମଦୁମୀ ନିକଟରେସରକାରୀ ଜାଗା ଥିବା ବେଳେ ଏଠାରେଟୀକାୟତ ହାଇସ୍କୁଲ ପରିସରରେ ପ୍ରକଳ୍ପନିର୍ମାଣ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶପାଉଛି । ହାଇସ୍କୁଲ ପରିସରରେ ପ୍ରକଳ୍ପହେବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଇଁଥିବା ଖେଳ ପଡିଆ ନଷ୍ଟ ହୋଇଯିବ ।ଏହା କୋମଳମତୀ ଛାତ୍ରଛାତ୍ରୀଙ୍କୁ ଗଭୀରମାନସିକ ଆଘାତ ଦେବା ସହ ସେମାନଙ୍କକ୍ରୀଡା ଦକ୍ଷତା ବିକାଶରେ ଅନ୍ତରାୟ ହେବ ।ସରକାର ଖେଳ ପଡିଆର ବିକାଶ ଦିଗରେଗୁରୁତ୍ୱ ଦେଉଥିବା ବେଳେ ଏଠାରେପାଣିଟାଙ୍କି ପାଇଁ ସ୍ଥାନ ଥାଇ ମଧ୍ୟ ପିଲାମାନଙ୍କ ଖେଳ ପଡିଆକୁ ନଷ୍ଟକରାଯାଉଛି । ଏପରିକି ଏଥିପାଇଁ ଜଙ୍ଗଲଜମିକୁ ବେଆଇନ ଭାବେ କିସମପରିବର୍ତ୍ତନର ଭିତିରି ଉଦ୍ୟମ ଚାଲିଥିବାରଜଣାପଡିଛି । ବଡଚଣା ଅଂଚଳରେ ବହୁନଦୀ ଥିବା ବେଳେ ଧର୍ମଶାଳା ଅଂଚଳରୁପାଣି ପାଇପରେ ଅଣାଯାଇ ବଡଚଣାରେପ୍ରକଳ୍ପ କରାଯିବା ସହ ଠିକାଦାର ଓବିଭାଗୀୟ ଯନ୍ତ୍ରୀଙ୍କୁ ମାଲେମାଲ କରାଯିବାଉଦ୍ୟମ ନେଇ ସାଧାରଣରେ ଅସନ୍ତୋଷପ୍ରକାଶ ପାଉଛି । ଏଥିନେଇପଂଚାୟତରାଜ ବିଭାଗ ତରଫରୁ ଏକଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁସାଧାରଣରେ ଦାବି ହେଉଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article