29.1 C
Bhubaneswar
Saturday, July 24, 2021

ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି

Must read

ଭୁବନେଶ୍ୱର,୧୬ା୮(ନି.ପ୍ର.): ଲଗାଣବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତିସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁବିଚ୍ଛିନ୍ନ ହୋଇଯାଇଥିବା ବେଳେ କୋରାପୁଟ ଜିଲ୍ଲାରଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବ୍ରାହ୍ମଣୀ ନଦୀଫୁଲୁ ଥିବାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରଅନେକ ଗାଁ ପାଣି ଘେରରେ ରହିଛି । ପ୍ରବଳ ବର୍ଷାରେକାନ୍ଥ ପଡ଼ି ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ପ୍ରାଣହରାଇଛନ୍ତି । ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷାସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନକରିଛି ।ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨.୭ମିଲିମିଟର ବର୍ଷା ହୋଇଛି । ଏସଅ ।ରସି ପ୍ରଦୀପକୁମାର ଜେନା ଏହି ସୂଚନା ଦେଇଛନ୍ତି ।ମାଲକାନଗିରିରେ ସର୍ବାଧିକ ୧୦୦ ମିଲିମିଟର ବର୍ଷାରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୯୭ମିଲିମିଟର, ବରଗଡରେ ୯୫ ମିଲିମିଟର,ସମ୍ବଲପୁରରେ ୮୫ମିଲିମିଟର, ବଲାଙ୍ଗିରରେ ୭୩ମିଲିମିଟର ଏବଂ ଦେବଗଡରେ ୭୦ ମିଲିମିଟର ବର୍ଷାହୋଇଛି । ଯଦି ବ୍ଲକ ହିସାବରେ ଦେଖାଯାଏ ତେବେବରଗଡର ପଦ୍ମପୁର ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ୨୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୬ଟି ଜିଲ୍ଲାରେ୨୫ ମିଲିମିଟର ବର୍ଷା ହୋଇଛି । ବର୍ଷା ଯୋଗୁଁ ବଲାଙ୍ଗିରରପାଟନାଗଡରେ କାନ୍ଥ ଭୁଶୁଡିବା କାରଣରୁ ଗୋଟିଏପରିବାରର ୨ଜଣଙ୍କ ମୃତୁ୍ୟ ହୋଇଥିବା ଏସଅ ।ରସି ସୂଚନାଦେଇଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ମାଲକାନଗିରିଗତ ପାଞ୍ଚ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି ।ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ପୋଟେରୁ, କାଙ୍କୁରୁକୋଣ୍ଡା, ଏମଭି-୯୬, କନ୍ୟାଆଶ୍ରମ,କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ରୁ ୫ ଫୁଟପାଣି ·ଲୁଛି । ୩୨୬ ନମ୍ବର ଜାତୀୟ ରାଜପଥରମାଲକାନଗିରିଠାରୁ ମୋଟୁ ଓ ରାଜ୍ୟ ରାଜପଥରମାଲକାନଗିରିଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନହୋଇଛି । ଶନିବାର ଏକ ମାଲବାହୀ ଟ୍ରକ କାଙ୍କୁରୁକୋଣ୍ଡାପୋଲ ତଳକୁ ଖସିବା ପରେ ବିଭିନ୍ନ ସ୍ଥାନରେ ପୋଲିସମୁତୟନ କରାଯାଇଛି । ସେହିପରି ୩ ଦିନ ହେଲା ବର୍ଷା ଜାରିରହିଥିବାରୁ ବେହାଲ ଜୟପୁର ସହର ସମେତ କୋରାପୁଟଜିଲ୍ଲାର ଅନେକ ଅଞ୍ଚଳ ଜୟପୁର ସହର ତଳି ଅଞ୍ଚଳରେଘରେ ଲହଡ଼ି ମାରୁଛି ପାଣି । ବରଗଡ ଜିଲ୍ଲା ପଦ୍ମପୁର ରଜାପଡାନାଳରେ ବନ୍ୟାପାଣି ·ଲୁଥିବାରୁ ପଦ୍ମପୁର-ବଲାଙ୍ଗୀର ରାସ୍ତାରେଯାତାୟତ ବାଧାପ୍ରାପ୍ତ ହୋଇଛି । ଲେବିଡ଼ି ଜୋର ଉପରେ ପାଣିବହୁଥିବାରୁ ଗାଇସିଲେଟ ବ୍ଲକରୁ ବଲାଙ୍ଗୀରକୁ ଯିବା ଅ ।ସିବା ଠପ୍ହୋଇଯାଇଛି ।ଲଗାଣ ବର୍ଷା ଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାରଦହିସରାଠାରେ ୪ ଫୁଟର ପାଣି ଜମି ରହିଛି କଣ୍ଟିଅ । ନଦୀରେଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଠଗଡ଼ସଠିଲୋ ପଞ୍ଚାୟତରେ ପୋଲ ଧୋଇନେଇଛି । ସେପଟେ ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢ଼ସଂରଠାରେ ୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତାଉପରେ ଲହଡି ମାରୁଛି ବର୍ଷା ଜଳ । ରାସ୍ତା କଡରେ ଥିବାଅନେକ ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି । ଏପଟେବ୍ରାହ୍ମଣୀ ନଦୀ ଫୁଲୁ ଥିବାରୁ ଢେଙ୍କାନାଳ ଭୁବନ ବ୍ଲକରନଦୀକୂଳିଆ ଗାଁରେ ପାଣି ମାଡ଼ିଯାଇଛି ଆପ୍ରୋଚ ରୋଡ଼ଭାସିଯିବାରୁ ଜୟପୁର ଗାଁ ଜଳବନ୍ଦୀ ହୋଇ ରହିଛି । ଅନଗୁଳଜିଲ୍ଲାର ବଜ୍ରକୋଟ, ଝରାବେରିଣୀ କୁଳୁମା, ରେଙ୍ଗାଲି ଏବଂଏନ.ଟି.ପି.ସିର ହାଟିଙ୍ଗରେ ପାଣି ପଶିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article