26 C
Bhubaneswar
Wednesday, October 21, 2020

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା କରୋନା ଭାଇରସର ପଞ୍ଝାମାଡ଼ରେ ସାରା ପୃଥିବୀରେ ୫ ଲକ୍ଷ ୯,୨୧୧ ଜଣ ଆଖିବୁଜି ସାରିଲେଣି । ମୃତକଙ୍କ ମଧ୍ୟରେ ସର୍ବାଧିକ ଯୁକ୍ତରାଷ୍ଟ୍ର ଆମେରିକାର ୧ ଲକ୍ଷ ୨୮ ହଜାର ୮୫୭ ଜଣ ରହିଛନ୍ତି । ଏହାକୁ ନେଇ ଆମେରିକା ଏବେ ଚୀନ ଉପରେ ରକ୍ତଚାଉଳ ଚୋବାଉଛି । ଏହାର ପ୍ରତିଶୋଧ ମଧ୍ୟ ନେବା ପାଇଁ ଆମେରିକା ସୁଯୋଗ ଉଣ୍ଡିବାରେ ଲାଗିଛି । ତେଣେ ବିସ୍ତାରବାଦୀ ଓ ବିଶ୍ୱାସଘାତକତା ନୀତି ଆପଣେଇଥିବା ଚୀନର ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ସାମ୍ୟବାଦୀ କମୁ୍ୟନିଷ୍ଟ ସରକାର କଳେ ବଳେ କୌଶଳରେ ନ ଭାରତ, ତାଇୱାନ, ସିଙ୍ଗାପୁର ଆଦି ଦେଶଗୁଡ଼ିକର କିଛି କିଛି ଜାଗାକୁ ଦଖଲ କରିବା ପାଇଁ ଅପଚେଷ୍ଟା ଚଳାଇଛି । ଏହାର ପ୍ରତ୍ୟକ୍ଷ ପ୍ରମାଣ ଗତ ଜୁନ୍ ୧୫ ତାରିଖରେ ଲଦାଖରେ ଭାରତୀୟ ସେନା ଓ ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରୁ ସ୍ପଷ୍ଟ ଭାବେ ମିଳିସାରିଛି । ଏହି ରକ୍ତାକ୍ତ ସଂଘର୍ଷରେ ଭାରତର ଜଣେ କର୍ଣ୍ଟେଲଙ୍କ ସମେତ ୨୦ ଜଣ ଜୱାନ ଶହୀଦ ହୋଇଥିଲାବେଳେ ଚୀନର ଜଣେ କମାଣ୍ଡର ଓ ଜଣେ ଡେପୁଟୀ କମାଣ୍ଡର ସମେତ ୫୦ରୁ ଊଦ୍ଧ୍ୱର୍ ସୈନ୍ୟ ମୃତାହତ ହୋଇଥିଲେ । ସେବେଠାରୁ ଲଦାଖ ସୀମାରେ ଭାରତ ଓ ଚୀନ ଉଭୟ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମୁତୟନ କରିବା ସହ ଟ୍ୟାଙ୍କ, ଆଧୁନିକ ତୋପ, ବୋମାବର୍ଷୀ ଯୁଦ୍ଧବିମାନ ଆଦି ମୁତୟନ କରିସାରିଲେଣ । ତେଣେ ଚୀନ ବିରୋଧରେ ଭାରତ ସହିତ ସାମରିକ ଭାଗିଦାରୀକୁ ମଜବୁତ କରିବା ଉପରେ ଆମେରିକା ବି•ର କରୁଛି । ଏହାକୁ ନେଇ ଆମେରିକୀ ସିନେଟ୍ରେ ଏକ ବିଧେୟକ ଉପସ୍ଥାପିତ ହୋଇଛି । ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ଆମେରିକାର ୫ମ ପୀଢ଼ିର ଏଫ ୨୨ ଏବଂ ଏଫ-୩୫ ପରି ଆଡଭାନ୍ସ ଲଢୁଆ ବିମାନ ଭାରତକୁ ଦେଇ ପାରେ । ଅଦ୍ୟାବଧି ଏହି ଲଢୁଆ ବିମାନ ଇସ୍ରାଏଲ, ଜାପାନ ଓ ଦକ୍ଷିଣ କୋରିଆ ପରି ଦୁନିଆର କିଛି ଦେଶ ପାଖରେ ରହିଛି । ଆମେରିକାର କ୍ଷମତାସୀନ ରିପବ୍ଲିକନ ଓ ବିରୋଧୀ ଡେମୋକ୍ରେଟ୍ର ଶୀର୍ଷ ଦୁଇ ସିନେଟର ଭାରତ ସହିତ ସୈନ୍ୟ ସମ୍ବନ୍ଧ ମଜବୁତ କରିବା, ବିଶେଷ କରି ୫ମ ପୀଢି ଲଢୁଆ ବିମାନ ଏବଂ ସୈନ୍ୟ କ୍ଷେତ୍ରରେ ମିଳିତ ଅନୁସନ୍ଧାନ ଓ ବିକାଶ ପାଇଁ ରାଷ୍ଟ୍ରୀୟ ରକ୍ଷା ପ୍ରାଧିକରଣ ଅଧିନିୟମ ୨୦୨୧ ସଂଶୋଧନ ବିଧେୟକ ଉପସ୍ଥାପିତ କରିଛନ୍ତି । ସଂଶୋଧନ ବିଧେୟକରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଓସମ୍ବନ୍ଧିତ ଔଦ୍ୟୋଗିକି ଏବଂ ପ୍ରଦୌଗିକି ଅନୁସନ୍ଧାନ, ବିକାଶ ଅବସର ସୃଷ୍ଟି କରିବା ତଥା କର୍ମୀଙ୍କ ଆଦାନ ପ୍ରଦାନ ଉପରେ ସଂକ୍ଷିପ୍ତ ସୂଚନା ଦେବାକୁ କୁହାଯାଇଛି । ସିନେଟର କାର୍ଣ୍ଣିନ ଅନ୍ୟ ଏକ ସଂଶୋଧନରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆଇନ ପାରିତ ହେବାର ୧୮୦ ଦିନ ଭିତରେ ଭାରତକୁ ଆମେରିକାର ପଞ୍ଚମ ପୀଢିର ଲଢୁଆ ଜେଟ୍ କାର୍ଯ୍ୟକ୍ରମ ଉପରେ ସୂଚନା ଦେବାକୁ ମଧ୍ୟ କହିଛନ୍ତି । ସଂଶୋଧନରେ ପେଣ୍ଟାଗନକୁ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସୁପାରିଶ ଏବଂ ଉପାୟ ବିଷୟ ଉପରେ ରିପୋର୍ଟ ଦେବାକୁ କଂଗ୍ରେସ କହିଛି । କାରଣ ଭାରତ ନିଜର ୫ମ ପୀଢିର ଲଢୁଆ ବିମାନର ବିକାଶ ନିଜେ କରୁଛି । ଭାରତକୁ ଗୁପ୍ତ ପ୍ରଦୌଗିକି ଦେବାକୁ ଆମେରିକା ରାଜି ହୋଇଛି । ଭାରତକୁ ଶୀର୍ଷ ଗୁପ୍ତ ଆମେରିକୀ ପ୍ରତିରକ୍ଷା ପ୍ରଦୌଗିକି ଓ ଉପକରଣ ଉପଲବ୍ଧ କରାଇବା ଉଦେ୍ଦଶ୍ୟରେ କାର୍ଣ୍ଣିନ ଓ ୱାର୍ଣ୍ଣର ଭାରତକୁ ଇସ୍ରାଏଲ ଓ ନ୍ୟୁଜିଲାଣ୍ଡ ପରି “ନାଟୋ ପ୍ଲସ ଦେଶ’ ତାଲିକାରେ ସାମିଲ କରିବା ପାଇଁ ମିଳିତ ଆଉ ଏକ ସଂଶୋଧନ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...