ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ ମଲେ ତା ଉପରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହିଁ ଚୀନ । ଏହି ପ୍ରସଙ୍ଗରେ ସତ୍ୟକୁ ଲୁ•ଇବାକୁ ରୀତିମତ ପ୍ରୟାସ କରି •ଲିଛି ସି ଜିନପିଙ୍ଗ ସରକାର । ଏବେ ଚୀନ ନିଜ ଦେଶରେ ଭାରତର ଟିଭି ଚ୍ୟାନେଲ୍ ଏବଂ ନ୍ୟୁଜ୍ ୱେବ୍ସାଇଟ୍କୁ ବ୍ଲକ୍ କରି ଦେଇଛିୟ ଚୀନ ଏମିତି ଏଥିପାଇଁ କରିଛି, ଯଦ୍ୱାରା ତା’ର ନାଗରିକଙ୍କ ପାଖକୁ ଘଟଣାର ସତ କଥା ଆସିପାରିବନ ନାହିଁ । କିନ୍ତୁ ଭିପିଏନ ଜରିଆରେ ଭାରତୀୟ ନ୍ୟୁଜ୍ ଓ୍ବ୍ସୋଇଟ୍ ଖୋଲା ଯାଇ ପାରିବ । ବେଜିଂ ରାଜନୈତିକ ସୂତ୍ର ଅନୁଯାୟୀ, ଭାରତୀୟ ଟିଭି ଚ୍ୟାନେଲ୍କୁ ଚୀନରେ ଆଇପି ଟିଭି ଜରିଆରେ ମଧ୍ୟ ଦେଖା ଯାଇ ପାରିବ । ଅନ୍ୟପକ୍ଷେ ଗତ ଦୁଇ ଦିନ ହେବ ଆଇଫୋନ୍ ଓ ଡେସ୍କଟପ୍ରେ ଏକ୍ସପ୍ରେସ୍ ଭିପିଏନ କାମ କରୁନାହିଁ । ଭିପିଏନ ଏମିତି ଏକ ଶକ୍ତିଶାଳୀ ଟୁଲ୍, ଯାହା ଜରିଆରେ କୌଣସ ବି ୟୁଜର ବ୍ଲକ୍ କରାଯାଇଥିବା ଓ୍ବ୍ସୋଇଟ୍ ମଧ୍ୟ ଦେଖିପାରିବେ । ମାତ୍ର ଚୀନ ଉନ୍ନତ ଜ୍ଞାନ କୌଶଳ ବଳରେ ଏମିତି ଏକ ଫାୟରଓ୍ାଲ ତିଆରି କରିଛି, ଯାହା ଭିପିଏନକୁ ମଧ୍ୟ ବ୍ଲକ୍ କରି ପାରୁଛି । ଚୀନ ପୂର୍ବରୁ ମଧ୍ୟ ନିଜର ଦମନକାରୀ ଅନଲାଇନ୍ ସେନସରସିପ୍ ପାଇଁ ବଦନାମ । ସିଜିନପିଙ୍ଗ ସରକାର ଦେଶରେ ଅନେକ ଅନଲାଇନ୍ ୱେବ୍ସାଇଟ୍ ଉପରେ ରୋକ୍ ଲଗାଇଛନ୍ତ । ସେଠାକାର କମ୍ୟୁନିଷ୍ଟ ସରକାର ଏମିତି ଅନେକ ଆଡଭାନ୍ସ ଜ୍ଞାନ କୌଶଳ ପ୍ରୟୋଗ କରୁଛି, ଯେଉଁଥିରେ ଅନ୍ୟ ଦେଶର କିଛି ୱେବ୍ସାଇଟ୍କୁ ନିଜ ଦେଶରେ ଖୋଲିବାକୁ ଦେଉ ନାହିଁ । ଉଦାହରଣ ସ୍ୱରୂପ, ଯେମିତି ହଂକଂ ବିରୋଧ ପ୍ରଦର୍ଶନ ସମ୍ବନ୍ଧିତ କୌଣସି ଶବ୍ଦ ବିବିସି କିମ୍ବା ସିଏନଏନରେ ପ୍ରକାଶିତ ହୁଏ ତେବେ ସ୍କ୍ରିନ ମନକୁ ମନ ବ୍ଲକ ହୋଇ ଯାଉଛି କିମ୍ବା ଏହା ୟୁଜର ହୋମ୍ ପେଜ୍ କିମ୍ବା ଟପିକ୍ ପେଜ୍ ଉପରକୁ •ଲି ଯାଉଛି । ଲଦାଖରେ ସାମରିକ ଶକ୍ତିି ବଳରେ ନାଲି ଆଖି ଦେଖାଉଥିବା ଚୀନକୁ ଭାରତ ସାମରିକ ଶକ୍ତି ସହିତ ଆର୍ଥିକ ମୋର୍ଚ୍ଚାରେ ଘେରିଛି । ଦେଶରେ •ଇନା ବୟକଟ ଅଭିଯାନ ଜୋର ଧରିଛି । ଏହି କ୍ରମରେ ଗତକାଲି ଭାରତ ସରକାର ଚୀନର ୫୯ଟି ଆପ୍ଲିକେସନକୁ ନିଷିଦ୍ଧ ବା ବ୍ୟାନ କରିଛନ୍ତି । ଏହା ସହିତ ଗୁଗଲକୁ ନିଜର ପ୍ଲେ ଷ୍ଟୋରରୁ ଏସବୁ ଆପ୍ସ ହଟାଇ ଦେବାକୁ ଆଦେଶ ଦିଆଯାଇଛି । ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଚୀନ ବିଚଳିତ ହୋଇ ପଡ଼ି ଏଭଳି ପଦକ୍ଷେପ ନେଇଥିବା କୂଟନୈତିକ ବିଶେଷଜ୍ଞମାନେ କହୁଛନ୍ତି ।
ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ
