26 C
Bhubaneswar
Thursday, April 15, 2021

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

Must read

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ ପ୍ରତି ଆତଙ୍କୀ ଭୟ ଥିବା ଧମକ ଦେଇଥିଲେ । ଏହି ଘଟଣା ପରେ ପରେ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ତାଜ୍ ହୋଟେଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ସାଢେ ୧୨ଟା ସମୟରେ ଏହି କଲ ଆସିଥିଲା । କଲ୍ ପାକିସ୍ତାନରୁ ଆସିଥିବା ଜଣାଯାଇଛ । ଫୋନରେ ଏହି ହୋଟେଲକୁ ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଥିଲା ।ଫୋନ କରିଥିବା ବ୍ୟକ୍ତିଜଣକ କହିଥିଲେ ଯେ, କରାଚୀ ଏକ୍ସଚେଞ୍ଜ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦୁନିଆ ଦେଖିଲା । ଏବେ ଭାରତର ତାଜ ହୋଟେଲ୍ରେ ୨୬/୧୧ ପରି ପୁଣି ଏକ ଆକ୍ରମଣ କରାଯିବ । ପାକିସ୍ତାନରୁ ଏପରି ଧମକ ମିଳିବା ନେଇ ହୋଟେଲ କର୍ମ•ରୀ ମୁମ୍ବାଇ ପୋଲିସକୁ ଅବଗତ କରାଇଛନ୍ତି । ହୋଟେଲର ପ୍ରତ୍ୟେକ ଗେଟ ଉପରେ କଡା ନଜର ରଖାଯାଇଛି । ସୂଚନାଥାଉ କି, ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ଏଇ ତାଜ୍ ହୋଟେଲ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା । ଭାରତ ଇତିହାସରେ ଘଟିଥିବା ଏକ ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣରେ ୨୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ପ୍ରାୟ ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ହୋଟେଲ ଭିତରକୁ ପଶି ଏଭଳି ବର୍ବର କାଣ୍ଡ ଭିଆଇଥିଲେ । ୬୦ ଘଣ୍ଟା ଧରି •ଲିଥିଲା ଅପରେଶନ ଏବଂ ଶେଷରେ ଜଣେ ଆତଙ୍କବାଦୀ କସାବକୁ ପୋଲିସ ଜୀବିତ ଧରି ପାରିଥିଲା । କସାବ ପରେ ଅପରାଧ ସ୍ୱ୍ୱୀକାର କରିଥିଲା ଏବଂ ୨୦୧୨ରେ କସାବକୁ ଫାଶି ଦଣ୍ଡ ଦିଆଯାଇଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article