28.1 C
Bhubaneswar
Friday, July 30, 2021

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

Must read

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର ବଜାର ପ୍ରବେଶ କରାଯାଇଛି । ପୃଥିବୀର ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଏହି ନୂଆ ପ୍ରିମିୟମ୍ ବର୍ଗର ମୋଟରସାଇକେଲ ନିର୍ମିତ ହୋଇଛି । ଜୟପୁରଠାରେ କମ୍ପ ।ନୀର ନିଜସ୍ୱ ସେଂଟର ଫର୍ ଇନୋଭେସନ୍ ଆଣ୍ଡ୍ ଟୋକ୍ନୋଲୋଜି(ସିଆଇଟି)ରେ ୨୦୨୦ ଫେବୃୟାରୀରେ ହୋଇଥିବା ୱାର୍ଲ୍ଡ ଇଭେଂଟ୍ରେ ଏକ୍ସଟ୍ରିମ୍-୧୬୦ଆର୍ର ଉନ୍ମୋଚନ କରାଯାଇଥିଲା । ୨୦୧୯ରେ ହୋଇଥିବା ଅନ୍ତର୍ଜାତୀୟ ଅଟୋମୋଟିଭ୍ ଶୋ’ ଇଆଇସିଏମ୍ଏର ୧-ଆର୍ କନସେପ୍ଟ ସହାୟତାରେ ଏହି ନୂତନ ପ୍ରିମିୟମ୍ ଶ୍ରେଣୀର ମୋଟରସାଇକେଲ ନିର୍ମିତ କରାଯାଇଛି । ଏହା ହିରୋ ମୋଟାକର୍ପ ଶୋ’ରୁମ୍ରେ ଉପଲବ୍ଧ ହେବ । ଏହାର ଫ୍ରଂଟ୍ ଡିସ୍କ୍ ସିଙ୍ଗଲ ଚ୍ୟାନେଲ ଏବିଏସ୍ର ମୂଲ୍ୟ ୯୯,୯୫୦ଟଙ୍କା ଥିବାବେଳେ ଡବଲ ଡିସ୍କ୍ ସିଙ୍ଗଲ ଚ୍ୟାନେଲ ଏବିଏସ୍ର ମୂଲ୍ୟ ୧,୦୩,୫୦୦ଟଙ୍କା ରହିଛି । ଏସ ମ୍ପର୍କରେ ହିରୋ ମୋଟୋକର୍ପର ଗ୍ଲୋବାଲ ପ୍ରଡକ୍ଟ ପ୍ଲାନିଂ
ମୁଖ୍ୟ ମାଲୋ ଲେ ମାସନ କହିଲେ, “ହିରୋ ଏକ୍ସଟ୍ରିମ୍- ୧୬୦ଆର୍ର ଆକର୍ଷଣୀୟ ତଥା ବଳିଷ୍ଠ ଡିଜାଇନିଂ ଗ୍ରାହକଙ୍କୁ ଆକର୍ଷର୍ିତ କରିବାକୁ ସକ୍ଷମ ହେବ । ଏଥିରେ ସମସ୍ତ ପ୍ରକାର ଏଲଇଡି ପ୍ୟାକେଜ୍ ବୈଶିଷ୍ଟ୍ୟ ରହିଛି । ପୂର୍ବରୁକ ମ୍ପ ।ନୀ ପକ୍ଷରୁ ସ୍ପୋର୍ଟ ଯାନ ଏକ୍ସଟ୍ରିମ୍- ୨୦୦ଏସ୍, ଆଡ଼ଭେଂଚର ଯାନ ଏକ୍ସ୍ ପ୍ଲସ୍-୨୦୦ ଏବଂ ଟୁରିଂ ଯାନ ଏକ୍ସପ୍ଲସ୍-୨୦୦ଟିର ବଜାର ପ୍ରବେଶ କରାଯାଇଥିଲା । ପ୍ରିମିୟମ୍ ସେଗମେଂଟ୍ରେ କମ୍ପାନୀ ନିଜର ସ୍ଥିତି ସୁଦୃଢ଼ କରିବା ଘରୋଇ ତଥା ବିଶ୍ୱସ୍ତରରେ କାରବାର ବୃଦ୍ଧି ଏହି ନୂତନ ଉତ୍ପାଦ ମାଧ୍ୟମରେ ସମ୍ପନ୍ନ କରିବାକୁ ସକ୍ଷମ ହେବାର ଆଶା ରଖିଛି । ଏସମ୍ପର୍କରେ ହିରୋ ମୋଟୋକର୍ପର ସେଲସ୍, ଆଫ୍ଟର ସେଲସ୍ ଏବଂ ପାଟର୍ସ ମୁଖ୍ୟ ନବୀନ ଚୌହ୍ୱାନ କହିଲେ, “ଏକ୍ସଟ୍ରିମ୍- ୧୬୦ଆର୍ ଆମର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହା ୨୦୨୦ ହିରୋ ୱାର୍ଲ୍ଡ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା । ଏହି ମୋଟର ସାଇକେଲର ପ୍ରାଥମିକ ଅଭିଜ୍ଞତା ବେଶ୍ ସକାରାତ୍ମକ ରହିଛି । ଆମେ ଆଶାବାଦୀ ପ୍ରିମିୟମ୍ ସେଗମେଂଟ୍ରେ ଏକ୍ସଟ୍ରିମ୍-୧୬୦ ଆମର ଉପସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହେବ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article