26 C
Bhubaneswar
Wednesday, October 21, 2020

ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ କମର୍ଦା କ୍ରୋମାଇଟ ମାଇନ ଓ ସରୁଆବିଲ କ୍ରୋମାଇଟ ମାଇନର ଖଣି ଲିଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର,୧ା୭ : ପୂର୍ବରୁ ଟିଏସ୍ ଆଲଏଜ୍ ଲିମିଟେଡ୍ ଭାବେ ପରିଚିତ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ସଫଳତାର ସହିତ ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଖଣି ଲିଜ ଯଥା କମର୍ଦା କ୍ରୋମାଇଟ ମାଇନ ଓ ସରୁଆବିଲ କ୍ରୋମାଇଟ ମାଇନର ଖଣି ଲିଜ କାର୍ଯ୍ୟକାରିତା ପ୍ରକ୍ରିୟାକୁ ୨୦୨୦ ଜୁନ୍ ୨୬ରେ ଶେଷ କରାଯାଇଛି । ଯାଜପୁର ଠାରେ ଏନେଇ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଆଇଏଏସ, ରଞ୍ଜନ କୁମାର ଦାସ ଓ ଟାଟା ଷ୍ଟିଲ ମାଇନିଂ ଲିମିଟେଡର ପରିଚାଳନା
ନିର୍ଦେଶକ ଏମ ସି ଥୋମାସ ଆନୁଷ୍ଠାନିକ ଭାବେ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ଏହି ଖଣିଗୁଡ଼ିକୁ ଓଡ଼ିଶା ସରକାର ନିଲାମ କରିଛନ୍ତି ଏବଂ ୫୦ ବର୍ଷ ପାଇଁ ଖଣି ଲିଜ ଦିଆଯାଇଛି । ୨୦୨୦ ମାର୍ଚ୍ଚ ୩୧ରେ ବାଣିଜି୍ୟକ ଲିଜ ଅବଧି ଶେଷ ହୋଇଥିଲା ଓ ନିଲାମ ହୋଇଥିବା ଖଣି ମଧ୍ୟରୁ ଅନ୍ୟତମ ଏହି ଖଣିଗୁଡ଼ିକ ହେଊଛି ସାରା ଦେଶରେ ପ୍ରଥମ ଯାହା ଖଣି ଲିଜରେ ରୂପାନ୍ତରିତ ହୋଇଛି । ନିଲାମରେ ସର୍ବୋଚ୍ଚ ବିଡ ଦାଖଲକାରୀ ସଂସ୍ଥା ଭାବେ ଉଭା ହେବା ପରେ ଓଡ଼ିଶା ସରକାରଙ୍କ ତରଫରୁ ୨୦୨୦ ମେ’ ମାସରେ କଂପାନିକୁ ଭେଷ୍ଟିଂ ଅର୍ଡର ଦିଆଯାଇଥିଲା । ଟିଏସଏମ୍ଏଲ୍ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଯଥା ଅପ୍ଫ୍ରଂଟ୍ ପେମେଂଟ୍ସ୍, ଖଣି ବିକାଶ ଓ ଉତ୍ପାଦନ ବୁଝାମଣା (ଏମ୍ଡିପିଏ) କାର୍ଯ୍ୟକାରୀ କରାଯିବା ସହ ସମସ୍ତ ଅନ୍ୟାନ୍ୟ ଯୋଗ୍ୟାତର ମାନଦଣ୍ଡକୁ ପାଳନ କରାଯାଇଛି । ଓଡ଼ିଶା ସରକାର ନିଜ ତରଫରୁ ଦୁଇ ବର୍ଷ ପାଇଁ ସମସ୍ତ ପ୍ରକାର ଅନୁମୋଦନ ସହିତ ଭେଷ୍ଟିଂ ଅର୍ଡର ଦେଇଥିବା ବେଳେ ଲିଜ୍କୁ କାର୍ଯ୍ୟକାରୀ କରିବା ଲାଗି ଆନୁଷ୍ଠାନିକ ଭାବେ ମଂଜୁରି ନିର୍ଦେଶ ସୂଚନା ଦେବା ପୂର୍ବରୁ କଂପାନିକୁ
ସଫଳ ବିଡର୍ ଭାବେ ଘୋଷଣା କରାଯାଇଥିଲା । ଏ ସ ମ୍ପ ର୍କରେ ଟିଏସ୍ଏମ୍ଏଲ୍ର ପରିଚାଳନା ନିର୍ଦେଶକ ଏମ୍ ସି ଥୋମାସ୍ କହିଛନ୍ତି ଯେ, “ଏଲ୍ଓଆଇ ତାରିଖର ୩୦ ଦିନରୁ କମ୍ ସମୟ ଭିତରେ ଏହି ସବୁ ମଂଜୁରି ପ୍ରକ୍ରିୟାକରଣ ପାଇଁ ଉଲ୍ଲେଖନୀୟ ସହାୟତା ଦେଇଥିବାରୁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ । ଇସ୍ପାତ ଓ ଖଣି ବିଭାଗର ନେତୃତ୍ୱରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଏଜେନ୍ସି, ଯାଜପୁର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସମନ୍ୱିତ କାର୍ଯ୍ୟ ଯୋଗୁଁ ଏହି ଅଭାବନୀୟ ସମୟରେ ମଧ୍ୟ ଏହି କାର୍ଯ୍ୟ ସମ୍ଭବ ହୋଇଛି । ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଭାବେ ଆମେ ବିଚାର କରୁଛୁ । ଓଡ଼ିଶା ରାଜ୍ୟ ଓ ଆମର ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଯୋଗରେ ଆମେ ଏହି ଯାତ୍ରାରେ ଆଗକୁ ବଢ଼ିବାକୁ ଚାହିଁରହିଛୁ ।’’ ଏକ ଦାୟିତ୍ୱବାନ କର୍ପୋରେଟ ଭାବେ ଟାଟା ଷ୍ଟିଲ୍ ମାଇନିଂ ଗଭର୍ଣ୍ଣାସ୍ରେ ଉକ୍ରର୍ଷ ଆଣିବାକୁ ପ୍ରତିବଦ୍ଧ ଏବଂ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବା ପାଇଁ ଏହା ସମସ୍ତ ଅଂଶୀଦାରଙ୍କୁ ସହଯୋଗୀ ଭାବେ ଗ୍ରହଣ କରୁଛି । ଟିଏସ୍ଏମ୍ଏଲ୍ ହେଉଛି ଟାଟା ଷ୍ଟିଲ୍ ଲିମିଟେଡ୍ର ୧୦୦% ସହଯୋଗୀ ସଂସ୍ଥା ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ଭୁବନେଶ୍ୱରରେ ରହିଛି । ଫେରୋ ଆଲଏଜ୍ ବ୍ୟବସାୟ ସହିତ ଏହି କଂପାନି ବାଣିଜି୍ୟକ ଖଣି ସୁଯୋଗ ବିକଶିତ କରିବା ଉପରେ କାର୍ଯ୍ୟ କରୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...