25 C
Bhubaneswar
Thursday, April 15, 2021

ବାହୁଡ଼ିଲେ ମହାପ୍ରଭୁ

Must read

ପୁରୀ,୨ା୭: ଶ୍ରୀମନ୍ଦିରର ସିଂହଦ୍ୱ୍ାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚôିବା ପରେ ପବିତ୍ର ବାହୁଡ଼ÿା ଯାତ୍ରା ଶେଷ ହୋଇଛି । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡି ଆସିଛନ୍ତି । ଆଜି ଅପରାହ୍ନ ୪ଟା ୩୭ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି । ଫଳରେ ରଥଯାତ୍ରାର ଶହେ ବର୍ଷର ରେକର୍ଡ ଭାଙ୍ଗିଛି । କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ । ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ୍ନ ୪ଟାରୁ ଅ ।ରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ । ଶୁକ୍ରବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ଆସନ୍ତା ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ । ବାହୁଡ଼ାଯାତ୍ରା ପାଇଁ ଆଜି ସକାଳୁ ସକାଳ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ସରିଯାଇଥିଲା ନୀତିକାନ୍ତି । ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି । ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଏବଂ ଶେଷରେ ବିଶ୍ୱନିୟନ୍ତା ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ । ରାମକୃଷ୍ଣ ଓ ମଦନମୋହନ ବିଜେ ପରେ ତାମଯାନରେ ୩ ରଥ ନିକଟକୁ ପୂର୍ବାହ୍ନ ସାଢ଼େ ୧୦ରେ ଆସି ଛେରାପହଁରା କରିଥିଲେ ଶ୍ରୀଜୀଉଙ୍କ ଅ ।ଦ୍ୟ ସେବକ ଗଜପତି ମହାରାଜ । ଏହାପରେ ନିର୍ଦ୍ଧାରିତ ସମୟର ୩୫ ମିନିଟ୍ ଅର୍ଥାତ ୧୧ଟା ୨୫ ମିନିଟରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱ୍ଜ ଗଡ଼ିଥିଲା । ତାପଛକୁ ପଛକୁ ଘଣ୍ଟାଏ ଲେଖାଏଁ ବ୍ୟବଧାନରେ ଦେବୀ ଶୁଭଦ୍ରାଙ୍କ ଦେବଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସୁରୁଖୁରୁରେ ହୋଇଥିଲା । ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ସିନା ନୀଳକନ୍ଦର ମୁହାଁ ହେଉଥିଲେ । ହେଲେ ଭକ୍ତ ଅ ।ଉ ଶ୍ରଦ୍ଧାଳୁ ଶୂନ୍ୟ ଥିଲା । ଶରଧାବାଲି, ବଡ଼ଦାଣ୍ଡ ଲାଗୁଥିଲା ଖାଁ ଖାଁ । କୋଭିଡ୍ ମହାମାରୀର କଠୋର କଟକଣା ଏବଂ କର୍ଫୁ୍ୟ ଭିତରେ ଭକ୍ତ ଆଉ ଭଗବାନଙ୍କ ମିଳନ ସମ୍ଭବ ହୋଇନଥିଲା । କେବଳ ଯାହା ଟିଭିରେ ମହାପ୍ରଭୁଙ୍କୁ ଏବଂ ବାହୁଡ଼ାଯାତ୍ରାକୁ ଦର୍ଶନ କରୁଥିଲେ । ଅଗଣିତ ଦର୍ଶକ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ବେଳେ ମାଉସୀ ମାମନ୍ଦିର ନିକଟରେ ଅଟକି ପୋଡ଼ପିଠା ଖାଇଥିଲେ । ଶ୍ରୀଜୀଉ ପରେ ଶ୍ରୀନଅର ସମ୍ମୁଖରେ ସ ମ୍ପ ନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ । ଯଥେଷ୍ଟ ସମୟ ଅ ।ଗରୁ ଲକ୍ଷ୍ମୀ ନାରାୟଣ ଭେଟ ସ ମ୍ପ ନ୍ନ ହେବା ଇତିହାସରେ ପ୍ରଥମ ବୋଲି କହିଛନ୍ତି । ଗଜପତି ମହାରାଜା ତେବେ କୋଭିଡ୍ କଟକଣା ଭିତରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ୋଗୁଁ ଯଥେଷ୍ଟ ସମୟ ଅ ।ଗରୁ ସଂଧ୍ୟା ପୂର୍ବରୁ ସିଂହଦ୍ୱ୍ାର ସମ୍ମୁଖରେ ଲାଗିଥିଲା ୩ ରଥ । ନଅରଠାରୁ ନନ୍ଦିଘୋଷ ରଥ ଅପରାହ୍ନ ୪ଟାରେ ପହଞ୍ଚିବା ପରେ ପ୍ରାୟ ୨୦ ମିନିଟ ଯାଏଁ ଶ୍ରୀଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା । ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଲାଗି ମୁତୟନ ହୋଇଥିଲେ ୭୦ ପ୍ଲାଟୁନ୍ ଫୋର୍ସ । ତାସହ ପୁରୀ ସମେତ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଯେପରି ଶୀକ୍ଷେତ୍ରକୁ ନଅ ।ସନ୍ତି, ସେଥିପାଇଁ କର୍ଫ୍ୟୁ ଜାରି କରିବା ସହ ତୁହାକୁ ତୁହା ପଇଁତରା ମାରିଥିଲା ପୁଲିସ ।ଘୋଷଯାତ୍ରା ଭଳି ବାହୁଡ଼ା ପାଇଁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ନୀତି ସହ ଜଡ଼ିତ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ୩ ରଥରେ ବସିଥିବାବେଳେ ପ୍ରତି ରଥ ଟାଣିଥିଲେ ୫ ଶହ ସେବାୟତ । ବର୍ତ୍ତମାନ ସୁଦ୍ଧା କୋଭିଡ୍ କଟକଣା ଭିତରେ ସମସ୍ତ ନୀତିକାନ୍ତି ସହ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ସ ମ୍ପନ୍ନ ହୋଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article