25 C
Bhubaneswar
Monday, November 30, 2020

ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୬: କରୋନା ମହାମାରୀ ସଂକଟ ସମୟରେ ଦେଶରେ ଉଜ୍ଜଳା ଯୋଜନାର ଶତ ପ୍ରତିଶତ ସଫଳ କ୍ରିୟାନ୍ୱୟନ କରାଯାଇଛି ବୋଲି ମଙ୍ଗଳବାର ଜାମ୍ମୁ-କାଶ୍ମିର ଜନସମ୍ବାଦ ରାଲି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରଭିଡିଓ କନଫରେନ୍ସିଂ ଯୋଗେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ପ୍ରତିବର୍ଷ ଧୂଆଁ କାରଣରୁ ୫ ଲକ୍ଷ ମହିଳା ମୃତ୍ୟୁବରଣ କରୁଥିଲେ । ମାତ୍ର ଗରିବ ପରିବାରରୁ ଆସିଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମା ଓ ଭଉଣୀମାନଙ୍କ ଏହି ସମସ୍ୟାର ସମାଧାନ କରିବା କଥା ଚିନ୍ତା କଲେ । ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜଳା ଯୋଜନାର ଆରମ୍ଭ କରି ମହିଳା ମାନଙ୍କ ଆଖିରୁ ଲୁହ ପୋଛିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ସଫଳ ଯୋଜନାରେ ଦେଶର ୮ କୋଟି ମହିଳାଙ୍କୁ ଗ୍ୟାସ ଯୋଗାଇଛନ୍ତି । ଜାମ୍ମୁ କାଶ୍ମିରରେ ୧ ଲକ୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମହିଳାଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେଶରେ କ୍ଷମତା ଗ୍ରହଣ କରିବା ପରେ ତାଙ୍କ ପ୍ରତି ଲୋକଙ୍କ ଭରସା ବଢିଛି । ସବକା ସାଥ୍ ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି କାମ କରୁଛନ୍ତି । ଜାମ୍ମୁ କାଶ୍ମୀର ସମେତ ସାରା ଦେଶରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ଗରିବମାନେ ହୋଇଛନ୍ତି । ମୋଦି ସରକାର କୃଷକ, ମହିଳା, ଯୁବକ, ଆଦିବାସୀ, ପଛୁଆ ବଗର ଲୋକଙ୍କ ପାଇଁସମର୍ପିତ । ଜାମ୍ମୁ କାଶ୍ମୀର ପାଇଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

- Advertisement -ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...