18 C
Bhubaneswar
Tuesday, November 24, 2020

ରାୟଗଡ ଜିଲ୍ଲାରେ ପୁଣି ୫ କୋରନା ଆକ୍ରାନ୍ତ ଚିହ୍ନଟ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ରାୟଗଡା,୨୪/୬ : ରାୟଗଡା ଜିଲ୍ଲାରେ ପୁଣି ଥରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତର ସଂଖ୍ୟା ୨୨ରେ ପହଂଚିଥିବା ବେଳେ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତ ହୋଇଥିବା ସମସ୍ତେ ପୁରୁଷ । ସ୍ୱାସ୍ଥ୍ୟ ବିଭାଗର ସୂଚନା ପ୍ରକାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଯେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କାଶିପୁର ବ୍ଲକ ସର୍ଗିଗୁଡାର ହୋଇଥିବା ବେଳେ ୨ ଜଣ ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର । ସର୍ଗିଗୁଡାର ଜଣେ ୨୧ ବର୍ଷିୟା ଯୁବକମଇ ୨୩ ତାରିଖ ଦିନ ଆନ୍ଧ୍ରପ୍ରଦେଶର ନେଲୁରୁ ରୁ ଆସିଥିଲେ । ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଗାଁକୁ ଫେରିଥିଲେ । ସେହିପରି ଅନ୍ୟ ୨ ଜଣ ଦିଲ୍ଲୀ ଫେରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଦିଲ୍ଲୀ ଫେରାନ୍ତଙ୍କ କରୋନା ପଜେଟିଭ ଆସିବା ପରେ ପ୍ରଶାସନ ତରଫରୁ ସର୍ଗିଗୁଡା ଗ୍ରାମକୁ ନିଷିଧାଚଂଳ ଘୋଷଣା କରାଯାଇ ୧୦୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠେଇଥିଲେ । ୧୦୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା କରୋନା ପଜେଟିଭ ବାହାରିଥିଲା । ପ୍ରଶାସନ ତରଫରୁ ପୁଣି ଥରେ ସର୍ଗିଗୁଡା ଗ୍ରାମକୁ ନିଷିଧାଚଂଳ ଘୋଷଣା କରାଯାଇ ଗ୍ରାମରେ ପୁଣି ଥରେ ସ୍ୱାବ ନମୁନା ଯାଂଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ବିଷମକଟକ ବ୍ଲକଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର ୨ କୋରନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏମାନେ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଫେରିଥିଲେ । ତେବେ ୨ ଆକ୍ରାନ୍ତ ସେଠାରେ ଜଣେ କୋରନା ରୋଗୀଙ୍କ ସଂସ୍ପର୍ଶରେ ଆସଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ସୂଚନା ଆଧାର କରି ୨ ଜଣଙ୍କ ସ୍ୱାବ ନମୁନା ଯାଂଚ ପାଇଁ ପଠାଯାଇଥିଲା ଏବଂ ଦୁହେଁଙ୍କ କରୋନା ପଜେଟିଭ ଆସିଥିବା ଜଣାପଡିଛି । ବର୍ତମାନ ରାୟଗଡାରେ ୧୫ ଜଣ କୋରନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୫ ଜଣ ଜୟପୁର ଠାରେ ଥିବା କୋଭିଡ୍ ହସ୍ପିଟାଲରେ ଥିବା ବେଳେ ୧୦ ଜଣ ଜେ.କେ.ପୁର ସ୍ଥିତ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଛନ୍ତି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

- Advertisement -ରାୟଗଡ ଜିଲ୍ଲାରେ ପୁଣି ୫ କୋରନା ଆକ୍ରାନ୍ତ ଚିହ୍ନଟ

More articles

LEAVE A REPLY

Please enter your comment!
Please enter your name here

- Advertisement -ରାୟଗଡ ଜିଲ୍ଲାରେ ପୁଣି ୫ କୋରନା ଆକ୍ରାନ୍ତ ଚିହ୍ନଟ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...