26 C
Bhubaneswar
Thursday, July 9, 2020

ସାମାନ୍ୟ ତ୍ରୁଟି ରହିଲେ ପରିଣାମ ଭୟାବହ ହେବ

Must read

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ଭୁବନେଶ୍ୱର,୨୪ା୬ : ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଅ ।ଶଙ୍କା ରହିଛି । ବୟସ୍କ ବ୍ୟକ୍ତିମାନେ ବାହାରକୁ ନ ଯାଇ ମଧ୍ୟ ପରିବାରର ଅନ୍ୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଶିକାର ହେଉଛନ୍ତି । ତେଣୁ ବୟସ୍କ ବ୍ୟକ୍ତି ଯେପରିକି ସଂକ୍ରମିତ ନ ହେବେ, ସେଥିପ୍ରତି ଦୃଷ୍ଟି ଦେବାର ଅ ।ବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହା କହିଛନ୍ତି । ଶ୍ରୀ ବାଗ୍ଚୀ କହିଛନ୍ତି, ବୟସ ବଢ଼ିବା ସଙ୍ଗେ ଅ ।ମ ଦେହରେ ରୋଗ ବଢ଼ିବାରେ ଲାଗିଥାଏ ।
କାରଣ ବୟସ ବଢ଼ିଲେ ଅ ।ରଏନ୍ଏ ହ୍ରାସ ପାଇବାରେ ଲାଗିଥାଏ । ଡାଇବେଟିସ, ହାଇପରଟେନସନ୍ ଓ ଶ୍ୱାସଜନିତ ରୋଗ ବଢ଼ିଥାଏ । ଏକାଧିକ ରୋଗ ଦେଖାଗଲେ ଏହାକୁ ବୈଜ୍ଞାନିକମାନେ କୋମର୍ବିଡିଟି କହିଥାନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେଅନୁଷ୍ଠିତ ସାମ୍ବାଦିକ ସମ୍ମୁଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ମେ’ ମାସ ୨୨ ତାରିଖ ବେଳକୁ ଭାରତରେ ୩୪୩୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ୭୩ ପ୍ରତିଶତଲୋକଙ୍କ ପାଖରେ ଏକାଧିକ ରୋଗ ଥିଲା । ୫୦ ପ୍ରତିଶତ ମୃତକଙ୍କର ବୟସ ୬୦
ବର୍ଷରୁ ଉଦ୍ଧ୍ୱର୍ । ଓଡ଼ିଶାରେ ଜୁନ ୨୪ ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୧୭ ଜଣଙ୍କର କରୋନା ହେତୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣଙ୍କର ଅନ୍ୟ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା । ଏହି ୭ ଜଣ କରୋନା ଭାଇରସରେ ସଂକ୍ରମିତ ଥିଲେ । କିନ୍ତୁ ସୁସ୍ଥ ହୋଇ ପରେ ମୃତ୍ୟୁବରଣ କରିଥିଲେ । କୋଭିଡ- ୧୯ରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ବୟସ ୬୦ରୁ ଅଧିକ । ୧୭ ଜଣଙ୍କର ମଧ୍ୟରୁ ୧୧ ଜଣ ଲୋକ ଏକାଧିକ ରୋଗରେ ପୀଡ଼ିତ ଥିଲେ । ୬ ଜଣ ବାହାରକୁ ଯାଇ ନଥିଲେ । ଶ୍ରୀ ବାଗ୍ଚୀ କହିଛନ୍ତି, ବର୍ତ୍ତମାନ ଘରେ ଯେଉଁ ବୟସ୍କମାନେ ଅଛନ୍ତି, ସେମାନଙ୍କ ଉପରେ କରୋନା ପ୍ରଭାବ ପକାଇବାର ଅ ।ଶଙ୍କା ରହିଛି । କୋଭିଡ- ୧୯ରେ ବୟସ୍କମାନେ ଭଲ ହୋଇଯାଉଛନ୍ତି, ତଥାପି ଏହି ସଂକ୍ରମଣ ସବୁଦିନ ପାଇଁ ଫୁସଫୁସକୁ କ୍ଷତିଗ୍ରସ୍ତ କରିଦେବାର ଅ ।ଶଙ୍କା ରହିଛି । ଏପରିକି ଶ୍ୱାସକ୍ରିୟା ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କ୍ଷତିକରିଦେବାର ଅ ।ଶଙ୍କା ରହିଛି । ତେଣୁ ଅ ।ମ୍ଭମାନଙ୍କୁ ସାବଧାନ ରହିବାକୁ ହେବ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟାକତା ନାହିଁ । ବୁଝିବା ଓ ଯୁଝିବାରେ ସାମାନ୍ୟ ତ୍ରୁଟି ରହିଲେ ଏହାର ପରିଣାମ ଭୟାବହ ହେବ । କରୋନା ସଂକ୍ରମିତ ଅନେକ ଲୋକଙ୍କର ଯାତ୍ରା ବିବରଣୀ ନ ଥିଲା । କିନ୍ତୁ ମୃତ୍ୟୁ ହେଲା । ତାଙ୍କ ପରିବାରର ଲୋକେ ବାହାରକୁ ଯାଇ ପ୍ରତିରୋଧକ ଚିନ୍ତା କଲେ ନାହିଁ । ପରିବାର ଲୋକେ ବାହାରକୁ ଯାଇ କରୋନା ନେଇ ଅ ।ସିଥିଲେ । ସେମାନେ ଭଲ ହୋଇଗଲେ କିନ୍ତୁ ତାଙ୍କର ନିଜ ଲୋକ ଜୀବନ ହରାଇଲେ । କାହାର ଅବହେଳାରୁ ତାଙ୍କର ଜୀବନ ଗଲା । କରୋନା କେତେ ଦାୟି । ଦ୍ୱିତୀୟତଃ ପରିବାର ଲୋକେ କେତେ ଦାୟୀ । ଭାରତ ବର୍ଷ ଚତୁର୍ଥ ମହାସଂକ୍ରମିତ ଦେଶ ଭାବରେ ଗଣାଯାଉଛି । ଆଗାମୀ ସପ୍ତାହ ମଧ୍ୟରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିବ ବୋଲି କୋଭିଡ୍ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗ୍ଚୀ କହିଛନ୍ତି । ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ସଂକ୍ରମିତ ସଂଖ୍ୟା ବିବାରେ ଲାଗିଛି । ଓଡ଼ିଶାରେ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଜୁଲାଇ ଶେଷ ବେଳକୁ ଭାରତରେ ଓ ଓଡ଼ିଶାରେ ସ୍ଥିତି କ’ଣ ହେବ ତାହା କହିହେବ ନାହିଁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...