ପୁରୀ,୨୪ା୬ :ସେବାୟତଙ୍କ ହେବ ୨ ଥର କୋଭିଡ ଟେଷ୍ଟ ସର୍କିଟ ହାଉସରେ •ଲିଥିବା ବୈଠକରେ ଅ ।ଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ ।ଯାଇଛି । ଏହି ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଅ ।ଲୋଚନା •ଲିଥିଲା । ନିଷ୍ପତ୍ତି ମୁତାବକ ଅଢେଇ ହଜାର ସେବାୟତଙ୍କର ୨ୟ ରାଉଣ୍ଡ କୋଭିଡ ଟେଷ୍ଟ କରାଯିବ । ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ନେବା ପୂର୍ବରୁ ଟେଷ୍ଟିଙ୍ଗ ପ୍ରକ୍ରିୟା ସରିବ । ଯେଉଁମାନଙ୍କର ନେଗେଟିଭ ଅ ।ସିବ ସେମାନେ ହିଁ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ । ଶ୍ରୀ ମନ୍ଦିର ପରି•ଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର କହିଛନ୍ତି ଯେ ରଥଯାତ୍ରରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେହେତୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅଛି । ତେଣୁ ଯେଉଁମାନେ ସାମିଲ ହେବେ ସେମାନେ କରୋନା ନେଗେଟିଭ ବୋଲି ସୁନିଶ୍ଚିତ କରିବା ପାଇଁ ଏହି ବ୍ୟାପକ ଟେଷ୍ଟ କରାଯିବ । ପୂର୍ବର ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଥିବାବେଳେ ଜଣଙ୍କର କରୋନା ପଜିଟିଭ ଜଣାପଡିବାପରେ ଏହି ନିଷ୍ପତ୍ତି ନିଅ ।ଯାଇଛି । ଯଦି କୌଣସି ସେବାୟତଙ୍କ ନମୂନାରୁ କରୋନା ସଂକ୍ରମଣ ଥିବା ଚିହ୍ନଟ ହେବ ସୋମନଙ୍କୁ ରଥଯାତ୍ରାରୁ ଦୂରେଇ ରଖାଯିବ । ଏଥିପାଇଁ ଅ ।ଜି ଠାରୁ ନମୂନା ସଂଗ୍ରହ ଅ ।ରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି ଯେ ସେବାୟତଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବ । ଏଥିପାଇଁ ଗୋଟିଏ ଟିମ୍ ଗଠନ ହେବ । ଏହାଛଡା ସେବାୟତଙ୍କ ପାଇଁ ଅ ।ଉ ୫ହଜାର ମାସ୍କ ମଧ୍ୟମ ମଗାଯାଇଛି । ଉଲ୍ଲେଖନୀୟ ଯେ ବୟନିକା ଦ୍ୱାରା ପ୍ରସ୍ତୁତ ୫ହଜାର ମାସ୍କ ପ୍ରଥମ ପର୍ଯ୍ୟାୟରେ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଅ ।ଯାଇଛି । ସେବାୟତଙ୍କ ବ୍ୟତୀତ ପୁଲିସ ଓ ସଫେଇ କର୍ମ•ରୀଙ୍କର ମଧ୍ୟ ଟେଷ୍ଟ କରାଯିବ । ସେହିପରି ସମ୍ପୂର୍ଣ୍ଣ ପରୀ ସହରକୁ ସାନିଟାଈଜ କରାଯିବ । ସେବାୟତଙ୍କ ପରିବାରକୁ ସଚେତନ କରାଯିବା ସହ କୋଭିଡ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ମଧ୍ୟ କୁହାଯାଇଛ । ଅ ।ଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମ•ରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମ•ରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ନମୁନା ପରୀକ୍ଷା କରାଯିବ ।