ଜୟପୁର,୨୪ା୬ : କରୋନାକୁ ମାତ ଦେବାକୁ କରୋନିଲ ନାଁରେ ଔଷଧ ତିଅ ।ରି କରାଯାଇଛି ବୋଲି ଦାବି କରିଥିବା ଯୋଗଗୁରୁ ବାବା ରାମଦେବ ଏବେ ଅ ।ଇନଗତ ବିବାଦରେ ଫସିବାକୁ ଯାଉଛନ୍ତି । ରାଜସ୍ଥାନ ସରକାର ରାମଦେବଙ୍କ ନାଁରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ରାମଦେବଙ୍କ ପତଞ୍ଜଳୀ ବାହାର କରିଥିବା କରୋନିଲ ଔଷଧର କ୍ଲିନିକାଲ ଟ୍ରାଏଲ ସରକାରଙ୍କ ବିନା ଅନୁମତିରେ ଅ ।କ୍ରାନ୍ତଙ୍କ ଉପରେ କରାଯାଇଥିଲା । ତେଣୁ ଏହା ଏକ ଦୁର୍ନୀତି ଓ ଟ୍ରାଏଲ ନୁହେଁ ବୋଲି ସରକାର କହିଛନ୍ତି । ସରକାରୀ ଅଧିକାରୀ କହିଛନ୍ତି, ଜୟପୁରର ଏନଅ ।ଇଏମଏସରୁ ୩ ଦିନ ମଧ୍ୟରେ କୌଣସି ରେଜଲ୍ଟ ଅ ।ସି ନଥିଲା ଓ କେବଳ ଲକ୍ଷଣ ନଥିବା କରୋନା ରୋଗୀଙ୍କୁ ହିଁ କରୋନିଲ ଦିଅ ।ଯାଇଥିଲା । ଏନଅ ।ଇଏମଏସ୍ ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଅ ।କ୍ରାନ୍ତଙ୍କ ରିପୋର୍ଟ ସେହି ଦିନ ନେଗେଟିଭ ଅ ।ସିଥିଲା । ହେଲେ ଏନଅ ।ଇଏମଏସରୁ କୌଣସି ପ୍ରକାରର ରେଜଲ୍ଟ ଅ ।ସି ନଥିଲା । ତେଣୁ ପତଞ୍ଜଳୀର ଦାବିରେ ସତ୍ୟତା ନଥିବା ଅଧିକାରୀ ଜଣଙ୍କ କହିଛନ୍ତି । ମଙ୍ଗଳବାର କରୋନା ପାଇଁ କରୋଲିନ ବାହାର କରିଥିବା ପତଞ୍ଜଳୀ ପକ୍ଷରୁ କୁହାଯାଇଥିଲା । ଏହାକୁ ସେବନ କରିବା ଦ୍ୱାରା ୩ରୁ ୧୫ ଦିନ ମଧ୍ୟରେ ଜଣେ କରୋନା ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବ ବୋଲି ରାମଦେବ କହିଥିଲେ । ଏଥିସହ ଏହାକୁ ୨୮୦ ଜଣ କରୋନା ଅ ।କ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯାଇଥିବା ସେ ଦାବି କରିଥିଲେ ।