25 C
Bhubaneswar
Thursday, April 15, 2021

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମହେଶ ଭ…, ରିୟା ଚକ୍ରବର୍ତ୍ତୀ, କୃତି ସାନନଙ୍କ ବିରୋଧରେ କୋର୍ଟରେ ଆବେଦନ

Must read

ମୁମ୍ବାଇ, ୨୩/୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫିଲ୍ମ ତାରକା ଓ ର୍ନିମାତା-ନିର୍ଦେଶକଙ୍କ ବିରୋଧରେ କୋର୍ଟରେ ଅଭିଯୋଗ •ଲିଛି । ବିହାର ମୁଜାଫରପୁର ସିଜେଏମ କୋର୍ଟରେ ଆଇନଜୀବୀ ସୁଧୀର କୁମାର ଓଝା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପରିବାରବାଦ ମାମଲାରେ ଆଉ ୪ ଜଣଙ୍କ ନାଁ ସାମିଲ କରିବାକୁ କୋର୍ଟରେ ଆବେଦନ କରିଛନ୍ତି । ଆବେଦନକାରୀ ସୁଧୀର କୁମାର ଓଝା କୋର୍ଟରେ ଦାଖଲ କରିଥିବା ଆବେଦନ ପତ୍ରରେ ର୍ନିମାତା-ନିର୍ଦେଶକ ମହେଶ ଭ…, ମୁଖେଁସ ଭ…, ରିୟା ଚକ୍ରବର୍ତ୍ତୀ ଓ କୃତି ସାନନଙ୍କ ବିରୋଧରେ ଆବେଦନ କରିଛନ୍ତ । ସୁଧୀର ଓଝା ପ୍ରଥମେ ଜୁନ ୧୭ ତାରିଖରେ କୋର୍ଟରେ ଆବେଦନ କରିଥିଲେ । ସେହି ଆବେଦନ ପତ୍ରରେ ବର୍ତ୍ତମାନ ଏହି ୪ ଜଣଙ୍କ ନାଁ ଯୋଡିବାକୁ ସେ ଆବେଦନ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏହି ୪ ଜଣଙ୍କ ନାଁ ସନ୍ଦିଗ୍ଧ ଭାବେ ନେଇ ସାମିଲ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ମୁଜାଫରପୁର କୋର୍ଟରେ ସୁଧୀର ଓଝା ସଲମାନ ଖାନ, କରନ ଜୋହରଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି । ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସନେ୍ଦହ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ •ଲିଥିବା ପରିବାରବାଦକୁ ମୁଖ୍ୟ କାରଣ ଦର୍ଶାଇ ଷଡଯନ୍ତ୍ର କରି ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଟେଲିଭିଜନ, ଖବରକାଗଜରେ •ଲିଥିବା ଖବର ତଥା ସୁଶାନ୍ତ ସିଂହଙ୍କ ନିକଟ ସମ୍ପର୍କୀୟଙ୍କ ବୟାନ ଆଧାରରେ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି । ମୁଜାଫରପୁର କୋର୍ଟରେ ସୁଧୀର ଓଝା କରିଥିବା ଆବେଦନର ଶୁଣାଣି ଜୁଲାଇ ୩ ତାରିଖରେ ହେବ ଜୁଲାଇ ୩ ତାରିଖରେ ଜଣାପଡିବ । କୋର୍ଟ ଏହି ମାମଲାକୁ କେତେ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article