ନୂଆଦିଲ୍ଲୀ: ୨୩/୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକର ଦୁଃଖକୁ ଏବେ ସୁଦ୍ଧା କେହି ଭୁଲି ପାରିନଥିବାବେଳେ ପୁଣି ଥରେ ଏପରି ଏକ ଖବର ଲୋକଙ୍କୁ ଦୁଃଖୀ କରି ଦେଇଛି । ଏହି ଖବରଟି ହଲିଉଡରୁ ଆସିଛି । ହଲିଉଡ ପ୍ରଡ୍ୟୁସର ଷ୍ଟିଭ ବିଙ୍ଗ୍ ୨୭ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ସେ କରୋନା ଭାଇରସ୍ ଯୋଗୁଁ ଆଇସୋଲେସନରେ ଥିଲେ ଏବଂ ଏହି କାରଣରୁ ଡିପ୍ରେସନରେ ଥିଲେ । ହଲିଉଡ ପ୍ରଡ୍ୟୁସର ଷ୍ଟିଭ ବିଙ୍ଗ୍ଙ୍କୁ ମାତ୍ର ୫୫ବର୍ଷ
ବୟସ ହୋଇଥିଲା । ସୂଚନା ଅନୁଯାୟୀ ସୋମବାର ପାଖାପାଖି ୧ଟାରେ ସେ ଲସ୍ ଆଲେସର ସେଞ୍ଚୁରୀ ସିଟିରେ ଏକ ଲକ୍ସରି ଆପାର୍ଟମେଣ୍ଟର ୨୭ମହଲାରୁ ଡେଇଁ ପଡ଼ିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପରଲୋକ ପରେ ହଲିଉଡରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ‘ଦ ପୋଲାର ଏକ୍ସପ୍ରେସ୍’ ଏବଂ ବିୟୋଉଲ୍ଫ ଭଳି କେତେକ ଫିଲ୍ମକୁ ସେ ପ୍ରଡ୍ୟୁସ୍ କରିଥିଲେ । ସେ ‘ଦ ପୋଲାର ଏକ୍ସପ୍ରେସ’ରେ ୮୦ମିଲିୟନ୍ ଡଲାରରୁ ଅଧିକ ଟଙ୍କା ଲଗାଇଥିଲେ । ଷ୍ଟିଭ ବିଙ୍ଗ୍ ୨୦୦୧ମସିହାରେ ଅଭିନେତ୍ରୀ ଏବଂ ମଡେଲ୍ ଏଲିଜାବେଥ ହର୍ଲିଙ୍କ ସହ ରିଲେସନଶିପରେ ଥିଲେ । କିନ୍ତୁ ଉଭୟଙ୍କ ସ ମ୍ପ ର୍କ ବେଶୀ ଦିନ ଯାଏଁ ତିଷ୍ଠିପାରିନଥିଲା । ଷ୍ଟିଭ ବିଙ୍ଗଙ୍କ ଦୁଇ ପିଲା ଅଛନ୍ତି । ବିଙ୍ଗଙ୍କୁ ନିଜ ୧୮ତମ ଜନ୍ମଦିନରେ ନିଜ ଜେଜେବାପାଙ୍କ ପ୍ରପର୍ଟି ଟାଇଫୁନ ଲିୟୋ ଏସ୍ ବିଙ୍ଗରୁ ପାଖାପାଖି ୬୦୦ମିଲିୟନ୍ ଡଲାର ସ ମ୍ପ ତ୍ତି ପିଲାଦିନେ ମିଳିଥିଲା । ଏହି ସ ମ୍ପ ତ୍ତିରେ ହିଁ ଲସ୍ ଆଲେସ କାଉଣ୍ଟି ମ୍ୟୁଜିୟମ୍ ଅଫ୍ ଆର୍ଟର ବିଙ୍ଗ୍ ଥିଏଟରର ନାଁ ରଖାଯାଇଛି ।
୨୭ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଡ୍ୟୁସର ଷ୍ଟିଭ୍ ବିଙ୍ଗ୍
