26.1 C
Bhubaneswar
Thursday, July 29, 2021

ଲେହ ହସ୍ପିଟାଲରେ ଆହତ ବାହାଦୂର ଜୱାନଙ୍କୁ ଭେଟିଲେ ସେନାଧ୍ୟକ୍ଷ

Must read

ନୂଆଦିଲ୍ଲୀ, ୨୩ /୬ : ପୂର୍ବ ଲଦାଖର ଗଲଓ୍ାନ ଉପତ୍ୟକାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଜାରି ଉତ୍ତେଜନା କମ କରିବା ପାଇଁ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଘନ ଘନ ବୈଠକ ଜାରି ରହିଛି । ଗତ ଏକ ମାସରେ ଦୁଇ ଦେଶର ସୈନ୍ୟ ଅଧିକାରୀ ମଧ୍ୟରେ ଅନେକ ପର୍ଯ୍ୟାୟରେ ବୈଠକ ହୋଇ ସାରିଛ । ଏହି କ୍ରମରେ ସୋମବାର ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି । ଏହା ମଧ୍ୟରେ ମଙ୍ଗଳବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱଣେ ଲେହ ପହଞ୍ଚି ସଦ୍ୟତମ ସ୍ଥିତିର ସମୀକ୍ଷା କରିଛନ୍ତି । ଦୁଇ ଦିବସୀୟ ଗସ୍ତରେ ଲେହ ପହଞ୍ଚିଥିବା ସେନା ପ୍ରମୁଖ ମିଲିଟାରୀ ହସ୍ପିଟାଲରେ ଗଲୱାନ ସଂଘର୍ଷରେ ଆହତ ସୈନିକଙ୍କୁ ଭେଟିଛନ୍ତି । ଏହି ସମୟରେ ସେନାଧ୍ୟକ୍ଷ ବାହାଦୂର ଯବାନଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପ•ରି ବୁଝିଥିଲେ ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ସେ ଜୱାନମାନଙ୍କ ମନୋବଳକୁ ବୃଦ୍ଧି କରିବା ଲାଗି କହିଥିଲେ ଯେ, ଆପଣମାନେ ଗର୍ବ କରିବା ପରି କାମ କରିଛନ୍ତି, ମାତ୍ର କାମ ଏବେ ପୂରା ହୋଇ ନାହିଁ । ପ୍ରକାଶ୍ୟ ଯେ, ଲେହରେ ଜେନେରାଲ ନରୱଣେ ଚୀନ ସହିତ ଲାଗି ରହିଥିବା ସମ୍ବେଦନଶୀଳ ସୀମାର ସୁରକ୍ଷା ଦାୟିତ୍ୱ ସମ୍ଭାଳୁଥିବା ୧୪ କୋରର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ । ସୋମବାର ଲେଫ୍ଟନାଣ୍ଟ ଜେନେରାଲ ସିଂହ ଚୀନ ସହିତ ଉତ୍ତେଜନା କମ କରିବା ପାଇଁ ତିବ୍ଦତ ସୈନ୍ୟ ଜିଲ୍ଲାର କମାଣ୍ଡର ମେଜର ଜେନେରାଲ ଲ୍ୟ ଲିନ୍ଙ୍କ ସହିତ ୧୧ ଘଣ୍ଟା ଧରି ବୈଠକ କରିଥିଲେ । ଏହି ବୈଠକରେ ଭାରତ ଚୀନକୁ ସ୍ପଷ୍ଟ ଶବ୍ଦରେ ମେ ୫ ପୂର୍ବର ସ୍ଥିତିକୁ •ଲି ଯିବାକୁ କହିଛି ।ଭାରତ ଚୀନଠୁ ଏଲଏସିରୁ ସୈନିକଙ୍କ ପ୍ରତ୍ୟାହାର ପାଇଁ ସମୟ ସୀମା ମାଗିଛି । ଗଲୱାନ ଘାଟିରେ ସଂଘର୍ଷ ପରେ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଏହା ସବୁଠୁ ବଡ ବୈଠକ ଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article