ନୂଆଦିଲ୍ଲୀ, ୨୩/୬ : ଲଦାଖରେ ଚୀନ ସହ ଲାଗିଥିବା ଉତ୍ତେଜନା ମଧ୍ୟରେ ଭାରତ ଏବେ ଆଇଟିବିପି ଯବାନଙ୍କୁ ଏଲଏସିକୁ ପଠାଇବାକୁ ସ୍ଥିର କରିଛି । ଏନେଇ ଗୃହ ମନ୍ତ୍ରାଳୟ ଅତିଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛି । ସୂତ୍ରାନୁସାରେ, ଆଇଟିବିପର ୩୫ କ ମ୍ପ ।ନୀ ଫୋର୍ସ ଏବେ ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲାରେ ନିୟୋଜିତ ଅଛନ୍ତି । ଆଇଟିବିପି ଯବାନଙ୍କୁ ଏଲଏସିରେ ମୁତଯନ କରାଯିବା ସହ ପୋଷ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଏବେ ଜମ୍ମୁ-କାଶ୍ମୀରରେ୧୫ କମ୍ପ ।ନୀ ଫୋର୍ସ ଅନ୍ତରୀଣ
ସୁରକ୍ଷାରେ ନିୟୋଜିତ ଥିଲେ । ସେମାନଙ୍କୁ ଲଦାଖ ପଠାଯାଇଛି । ମୋଟ୍ ୫୦ କ ମ୍ପ ।ନୀ ଫୋର୍ସଙ୍କୁ ଲଦାଖ ପଠାଯିବ । ଏହା ମଧ୍ୟରେ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ଦୁଇ ଦିନିଆ ଲେହ ଗସ୍ତ କରିଛନ୍ତି । ସେ ଲେହରେ ଆହତ ଯବାନଙ୍କୁ ଭେଚିବା ସହ ଏଲଏସିରେ ବର୍ତ୍ତମାନର ସ୍ଥିତି ପରକ୍ଷୀଛନ୍ତି । ସୂତ୍ରାନୁସାରେ, ସୋମବାର ଭାରତ ଓ ଚୀନ ମଧ୍ୟରେ ୧୧ ଘଣ୍ଟା ଧରି କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଲଦାଖ ଅଭିମୁଖେ ଖୁବ ଶୀଘ୍ର ବାହାରିବେ ଆଇଟିବିପିର ୫୦କମ୍ପ।ନୀ
