27 C
Bhubaneswar
Wednesday, September 23, 2020

ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଭାରତ ବଡ ହକ୍ଦାର : ରୁଷିଆ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ମସ୍କୋ, ୨୩/୬ : ଗତ କିଛି ଦିନ ହେବ ଉତ୍ତର ପୂର୍ବ ଏସୀୟା ମହାଦେଶର ୨ ପରମାଣବିକ ଶକ୍ତି ସମ୍ପନ୍ନ ବୃହତ୍ତ ରାଷ୍ଟ୍ର ଭାରତ ଓ ଚୀନ ସୀମା ବିବାଦକୁ ନେଇ ଯେଭଳି ଭାବେ ମୁହାଁମୁହିଁ ହୋଇସାରିଛନ୍ତି ସେଥିରୁ ଯେ କୌଣସି ମୁହୂର୍ତ୍ତରେ ଏହି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧ ଲାଗିବାର ଆଶଙ୍କାକୁ ଏଡ଼ାଯାଇପାରେ । ବିଶେଷ କରି ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଏହି ଆଶଙ୍କା ଆହୁରୀ ଘନୀଭୂତ ହେବାରେ ଲାଗିଛି । ଏହି ରକ୍ତାକ୍ତ ସଂଘର୍ଷ ହେତୁ ଦୀର୍ଘ ୪୫ ବର୍ଷର ବ୍ୟବଧାନ ପେ ଲଦାଖରେ ଉଭୟ ଦେଶର ସେନା ହତାହତ ହୋଇଥିଲେ । ଭାରତ ପକ୍ଷରେ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଜୱାନ ଚୀନ ସେନାଙ୍କ ସହିତ ମୁକାବିଲା କରି ଶହୀଦ ହୋଇଥିଲାବେଳେ ଭାରତୀୟ ସେନାର ପ୍ରତିଆକ୍ରମଣରେ ଚୀନର ମଧ୍ୟ ୪୫ରୁ ଊଦ୍ଧ୍ୱର୍ ସେନା ହତାହତ ହୋଇଥିଲେ । ତେବେ ଏହାପରେ ପରିସ୍ଥିିତିର ଗାମ୍ଭୀର୍ଯ୍ୟତାକୁ ଅନୁଭବ କରି ଉଭୟ ଦେଶର ଶୀର୍ଷ ସାମରିକ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ କରାଯାଇ ଫିଙ୍ଗର -୮ ଅଞ୍ଚଳରୁ ଉଭୟ ସେନା ପଛକୁ ହଟିବାକୁ ସମ୍ମତି ହୋଇଥିଲା । ସେପଟେ ଏହି ଭୟଙ୍କର ଯୁଦ୍ଧକୁ ଏଡ଼ାଇବା ଲାଗି ଭାରତର ଦୀର୍ଘ ଦିନର ଘନିଷ୍ଠ ମିତ୍ର ରାଷ୍ଟ୍ର ରୁଷିଆ ମଧ୍ୟ ତତ୍ପର ହୋଇଉଠିଛି । ଏହି ମର୍ମରେ ମଙ୍ଗଳବାର ରୁଷ, ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଥିଲା । ଏହି ସମୟରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପଦବୀ ପାଇଁ ଭାରତ ବଡ଼ ହକ୍ଦାର ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମତବ୍ୟକ୍ତ କରିଥିଲେ । ସେ ଏହି ମର୍ମରେ କହିଥିଲେ ଯେ, ଆଜି ଆମେ ମିଳିତ ଜାତିସଂଘରେ ସୁଧାରର ସମସ୍ୟା ଉପରେ ଆଲୋଚନ କରୁଛେ ଏବଂ ଭାରତ ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟ ପାଇଁ ଏକ ମଜବୁତ ଏବଂ ଯୋଗ୍ୟ ଦେଶ । ଆମେ ଭାରତକୁ ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ କରୁଛୁ । ଭାରତ-ଚୀନ ବିବାଦରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସର୍ଗେଇ ଲାଭରୋଭ କହିଥିଲେ । ଭାରତ ଓ ଚୀନ ଆପୋଷ ଆଲୋଚନା ଜରିଆରେ ବିବାଦର ସମାଧାନ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ଅପରପକ୍ଷେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଉକ୍ତ ବୈଠକରେ ଯୋଗ ଦେଇ ଏହି ସମୟରେ ଅନ୍ୟ ଦେଶକୁ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଆଇନ୍କୁ ସମ୍ମାନ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...