27 C
Bhubaneswar
Tuesday, September 22, 2020

୧୬୦ ମୁନିଆ ପକ୍ଷୀ ଜବତ: ବାପ-ପୁଅ ଗିରଫ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୨୩ ।୬ : ଦୀର୍ଘ ଦିନରୁ ଛକିଥିଲା ଏସ୍ଟିଏଫ୍ । ବନ ବିଭାଗ ମଧ୍ୟ ବିଛାଇଥିଲା ଜାଲ । ହେଲେ ବାରମ୍ବାର ଖସି ଯାଉଥିଲେ ବାପ-ପୁଅ । ଆଜି ଦୀର୍ଘ ଅେଇ ଘଣ୍ଟାର ପରିଶ୍ରମ ପରେ ଓଡ଼ିଶାରୁ ବେଙ୍ଗାଲୁରୁକୁ ନିଷିଦ୍ଧ ପକ୍ଷୀ •ଲାଣ ବେଳେ ବନବିଭାଗକୁ ମିଳିଛି ସଫଳତା । ପୁରୁଣା ଭୁବନେଶ୍ୱର ନୂଆ ଲିଙ୍ଗରାଜ ମାର୍କେଟ ବିଲ୍ଡିଂ ନିକଟରୁ ୧୬୦ ମୁନିଆ । ପକ୍ଷୀ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ବାପ-ପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଉଭୟ ଅଭିଯୁକ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିର ଜିତେନ୍ଦ୍ର ମହାପାତ୍ର ଓ ତାଙ୍କ ପୁଅ ସ୍ୱସ୍ତିକ ସୁନ୍ଦର ମହାପାତ୍ର । ଉଭୟଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ସେମାନଙ୍କୁ କୋର୍ଟ •ଲାଣ କରାଯିବ । ଡିଏଫଓ ଅଶୋକ ମିଶ୍ରଙ୍କୁ ଖବର ମିଳିବା ପରେ ଏସିଏଫ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସେ ଏକ ୧୦ ଜଣିଆ ଟିମ ଗଠନ କରିଥିଲେ । ପୂର୍ବାହ୍ନ ୧୧ଟାରୁ ଟିମ୍ରେ ସଦସ୍ୟମାନେ ଅଭିଯୁକ୍ତର ଘର ଓ ଘଟଣାସ୍ଥଳ ଆଖପାଖରେ ଛକି ରହିଥିଲେ । ପ୍ରାୟ ସାଢ଼େ୧୨ଟା ବେଳେ ପକ୍ଷୀ ଧରି ବାହାରକୁ ବାହାରିବା ବେଳେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ । ଏହି •ଲାଣ ପାଇଁ ସେମାନେ ବ୍ୟବହାର କରିଥିବା ଏକ ବାଇକ୍ (ଓଡି୦୨ବିଏଚ୍- ୩୨୭୬)କୁ ମଧ୍ୟ ଜବତ କରିଥିଲେ । ଏହି ପକ୍ଷୀଗୁଡ଼ିକୁ ବେଙ୍ଗାଲୁରୁର ଏକ ଆଶ୍ରମ ପାଇଁ •ଲାଣ କରାଯାଉଥିଲା । ଦୀର୍ଘ ଦିନ ହେବ ଏମାନେ ଏହି ପକ୍ଷୀ ବେପାର କରୁଥିବା କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଏଣୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଏହା ଉପରେ ନଜର ରଖିଥିଲା । ଦୀର୍ଘ ଦିନ ହେବ ଏମାନେ ଏସ୍ଟିଏଫ୍ ସ୍କାନରରେ ଥିଲେ । ଏଣେ ବନ ବିଭାଗ ମଧ୍ୟ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଥିଲା । ଦୁଇଦିନ ତଳେ ଏଭଳି ଏକ ବେପାର ହେବାର ଅଛି ବୋଲି ଡିଏଫ୍ଓଙ୍କୁ ସୂଚନା ମିଳିଥିଲା । ବରିଷ୍ଠ ପକ୍ଷୀ ବିଶାରଦ ଡ. ଶିବ ପ୍ରସାଦ ପରିଡ଼ା ଚଢେଇ ଗୁଡିକୁ ଚିହ୍ନଟ କରିଥିଲେ । ତାଙ୍କ ସୂଚନା ମୁତାବକ, ଜବତ ପକ୍ଷୀମାନଙ୍କ ମଧ୍ୟରେ ୪ଟି ପ୍ରଜାତିର ଅଛନ୍ତି । ।ସେଗୁଡିକ ହେଲା ରେଡ୍ ଆଭଡାଭାଟ୍, ଗ୍ରିନ ଆଭଡାଭାଟ୍, ସ୍କେଲି ବ୍ରେଷ୍ଟେଡ୍ ମୁନିଅ । ଓ ରେଡ୍ ନେକଡ୍ ମୁନିଆ । ଏହି ସମସ୍ତ ପକ୍ଷୀ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଅ ।ଇନ-୧୯୭୨ ତଫସିଲ-୪ ଅନ୍ତର୍ଭୁକ୍ତ । ଏମାନଙ୍କୁ କିଣା-ବିକା ବା ଶିକାର କରିବା ଅପରାଧ । ସମସ୍ତ ପ୍ରଜାତି ଜଙ୍ଗଲୀ ହେଲେ ମଧ୍ୟ ଘରେ ପଞ୍ଜୁରୀରେ ରଖି ପୋଷିବା ପାଇଁ ଏମାନଙ୍କୁ କିଣାବିକା କରା ଯାଇଥାଏ । ଏମାନେ ଗୋଷ୍ଠୀରେ ରହିବା ପସନ୍ଦ କରନ୍ତିୟ ପଲ ପଲ ହୋଇ ବିଭିନ୍ନ ଜାଗା ବୁଲି ଖାଦ୍ୟ ଶସ୍ୟ ଖାଇଥାନ୍ତି । ଖାଦ୍ୟସଶ୍ୟରେ ଔଷଧ ଦେଇ ଏମାନଙ୍କୁ ବେହୋସ କରିବା ପରେ ଧରାଯାଇଥାଏ । ଶିକାରୀ ଠାରୁ କମ୍ ଦରରେ ଅ ।ଣି ଦଲାଲମାନେ ହଜାର ହଜାର ଟଙ୍କାରେ ବିକ୍ରି କରିଥାନ୍ତି । ମଞ୍ଚେଶ୍ୱର ବନାଞ୍ଚଳ ଅଧିକାରୀ ବି. ବି. ମହାପାତ୍ର ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରିଥିବା ବେଳେ ପକ୍ଷୀଗୁଡ଼ିକ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ତେବେ ପକ୍ଷୀଗୁଡ଼ିକୁ ସେମାନେ କେଉଁଠୁ ଅ ।ଣିଲେ? ଏହି ବେପାରରେ ଅ ।ଉ କିଏ ସମ୍ପୃକ୍ତ ଅଛି? ଶିକାରୀଙ୍କ ସହ ସିଧାସଳଖ ସମ୍ପୃକ୍ତି ଅଛି କି ମଝିରେ ଦଲାଲ ଅଛନ୍ତି ସେ ସବୁ ଉପରେ ତନାଘନା •ଲିଥିବା ଡିଏଫ୍ଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଆଜିର ଏହି ଚଢ଼ଉରେ ଫରେଷ୍ଟର ଆଲୋକ ପରିଡା, ସୀତାକାନ୍ତ ବେହେରା, ମାନସ ରଞ୍ଜନ ମହାନ୍ତି, ଫରେଷ୍ଟ ଗାର୍ଡ ଦିଲ୍ଲୀପ ମିଶ୍ର, ବିଶ୍ୱ ରଞ୍ଜନ ସାହୁ, ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସାମିଲ ଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...