36 C
Bhubaneswar
Sunday, April 11, 2021

ଆଜି ଦୁଇ ମୃତ, ୧୬୭ ପଜିଟିଭ୍ ଚିହ୍ନଟ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୨୩ା୬ : ରାଜ୍ୟରେ ଅ ।ଜି ପୁଣି ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ଏମାନଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଅ ।ଜି ୧୮ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।ଅ ।ଜି ଗଜପତି ଜିଲ୍ଲାରୁ ସର୍ବାଧିକ ୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ୫, ଯାଜପୁର ଜିଲ୍ଲାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୮, ନୟାଗଡ ଜିଲ୍ଲାରୁ ୨, ବାଲେଶ୍ୱର ଜିଲ୍ଲାରୁ ୧୩, ଜଗତସିଂହପୁର ଜିଲ୍ଲାରୁ ୧୯, କଟକ ଜିଲ୍ଲାରୁ ୩, ଢେଙ୍କାନାଳ ଜିଲ୍ଲାରୁ ୯, ବରଗଡ଼ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୩୦, ପୁରୀ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୪, ବଲାଙ୍ଗୀର ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୧୪, କୋରାପୁଟ ଜିଲ୍ଲାରୁ ୧, ଝାରସୁଗୁଡ଼ା ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ନେଲା ଅ ।ଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି । ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି । କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ କଟକ ଜିଲ୍ଲାର । ତାଙ୍କ ବୟସ ୭୧ ବର୍ଷ । ତାଙ୍କର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ସଂକ୍ରମିତ ଡାଇବେଟିକ୍ ଫୁଟ୍, ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅନ୍ୟଜଣେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ ୫୩ ବର୍ଷ । ତାଙ୍କର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ ।ସେହିଭଳି ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛ ।ସେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ ୮୦ ବର୍ଷ । ତାଙ୍କର ଅନ୍ତଃନଳୀରେ ସମସ୍ୟା ସହ ସେପସିସ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଯୋଗୁଁ ମୃତ୍ୟୁ ହୋଇଛି । ଅ ।ଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୨୫ ଜଣ କରୋନା ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଅ ।ରେ ଏହି ସୂଚନା ଦିଅ ।ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଅ ।ଜି ସର୍ବାଧିକ ୩୩ ଜଣ ଅ ।କ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାରୁ ୧୭ ଜଣ ରୋଗୀ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୩ ଜଣ, ଗଂଜାମ ଜିଲ୍ଲାରୁ ୧୦ ଜଣ, କେନ୍ଦୁଝର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ନୂଅ ।ପଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରୁ ମୋଟ ୩ ହଜାର ୯୮୮ ଜଣ ବ୍ୟକ୍ତି ଏଯାଏଁ କରୋନାରୁ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୩୧ ହଜାର ୩୫୬ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ଅ ।ଜି ପର୍ଯ୍ୟନ୍ତ ମୋଟ ୫୪୭୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୩୩, ଖୋର୍ଦ୍ଧାରେ ୬୬୨, କଟକରେ ୪୮୭, ଯାଜପୁରରେ ୩୮୭, ବାଲେଶ୍ୱରରେ ୩୮୦, ପୁରୀରେ ୨୧୫, କେନ୍ଦ୍ରାପଡ଼ାରେ ୨୨୦, ଗଜପତିରେ୨୭୯, ଭଦ୍ରକ ଜିଲ୍ଲାରେ ୨୦୦, ଜଗତସିଂହପୁର ଜିଲ୍ଲାରେ ୨୨୮, , ବଲାଙ୍ଗୀରରେ ୧୫୩, କନ୍ଧମାଳରେ୧୫୯, ସୁନ୍ଦରଗଡ଼ରେ ୧୬୩, ମୟୂରଭଞ୍ଜରେ ୧୫୯, ନୟାଗଡ଼ରେ ୧୩୧, କେନ୍ଦୁଝରରେ ୧୦୦, ନୂଅ ।ପଡ଼ାରେ ୭୯, କଳାହାଣ୍ଡିରେ ୭୦, ଢେଙ୍କାନାଳରେ ୬୬, ବରଗଡ଼ ଜିଲ୍ଲାରେ ୬୮, ମାଲକାନଗିରିରେ ୫୩, ଅନୁଗୁଳରେ ୫୬, ଦେବଗଡ଼ରେ ୪୧ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, ସମ୍ବଲପୁରରେ ୩୧, କୋରାପୁଟରେ୨୫, ଝାରସୁଗୁଡ଼ାରେ ୫୩, ରାୟଗଡ଼ା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୩ରେ ପହଞ୍ଚିଛି ।

- Advertisement -ଆଜି ଦୁଇ ମୃତ, ୧୬୭ ପଜିଟିଭ୍ ଚିହ୍ନଟ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆଜି ଦୁଇ ମୃତ, ୧୬୭ ପଜିଟିଭ୍ ଚିହ୍ନଟ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...