36 C
Bhubaneswar
Sunday, April 11, 2021

ଶରଧାବାଲିରେ ତିନି ରଥ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ପୁରୀ,୨୩ା୬ : ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ । ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ । ନିକଟ ଅତୀତରେ ଏଭଳି ରଥଯାତ୍ରା ଅ ।ୟୋଜିତ ହୋଇଥିବାର ନଜିର ନାହିଁ । ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଅ ।ଜି କିନ୍ତୁ ଭକ୍ତଗହଣରେ ବିରାଜି ନାହାନ୍ତି ଭକ୍ତବତ୍ସଳ କାଳିଆ ସାଅ ।ନ୍ତ । କରୋନା ମହାମାରୀ କବଳିତ ବିଶ୍ୱରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗୁଣ୍ଡି• ମନ୍ଦିରରେ ପହଞ୍ଚିଲା ତିନିଠାକୁରଙ୍କ ରଥ । ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିଠାକୁରଙ୍କ ରଥ ଟଣା ଅ ।ରମ୍ଭ ହୋଇଥିଲା । ଅପରାହ୍ଣ ୫ଟା ପୂର୍ବରୁ ବଡ଼ ଠାକୁରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଅ । ସାଅ ।ନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା । ଅ ।ଜି ଚତୁର୍ଦ୍ଧା ମୁରତିଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି । ରଥଟଣା ଦିନ ୧୨ଟାରେ ଅ ।ରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ଏବଂ ପ୍ରାୟ ସେଇ ସମୟରେ ହିଁ ଅ ।ରମ୍ଭ ହୋଇଥିଲା ରଥଟଣା । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଅ ।ରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶତାଧିକ ସେବାୟତ ବଡ଼ଦାଣ୍ଡରେ ଗଡ଼ାଇ ଥିଲେ । ପ୍ରଥମେ ଧୀରେଧୀରେ ତାଳଧ୍ୱଜ ଗଡ଼ିବା ପରେ କ୍ରମଶଃ ବେଗ ବଢ଼ିଥିଲା । ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଟଣା ଅ ।ରମ୍ଭ ହୋଇଥିଲା । ଦିନ ପ୍ରାୟ ୧ଟା ସମୟରେ ବଡ଼ଦାଣ୍ଡରୁ ଗୁଣ୍ଡି• ଅଭିମୁଖେ ବାହାରି ଥିଲା ଦର୍ପଦଳନ । ଏହାପରେ ଭାଇଭଉଣୀଙ୍କୁ ସାଥୀରେ ଧରି ମଧ୍ୟାହ୍ନ ୨ଟା ପାଖାପାଖି ଶ୍ରୀମନ୍ଦିର ସମ୍ମୁଖରୁ ବାହାରି ଥିଲେ କାଳିଅ । ସାଅ ।ନ୍ତ । ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡି• ମନ୍ଦିର ନିକଟରେ ପହଞ୍ଚିଥିଲେ । ପ୍ରଥମେ ତାଳଧ୍ୱଜ ଓ କିଛି ସମୟ ପରେ ଦର୍ପଦଳନ ଗୁଣ୍ଡି• ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ପରେ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିରରେ ପହଞ୍ଚôଥିଲେ । ଘଣ୍ଟଘଣ୍ଟା ମାଡ଼ରେ ଘୁଁ ଘୁଁ ନାଦରେ ତ୍ରିରଥ ବଡ଼ଦାଣ୍ଡରେ ଗଡ଼ି •ଲିଥିଲା । ମୁଣ୍ଡ ଉପରେ ଟାଇଁ ଟାଇଁ ଖରାୟ ତଥାପି ସେବାୟତ ଭିଡ଼ି ନେଉଛନ୍ତି ତିନିଠାକୁରଙ୍କୁ । ହାଲିଅ । ଲାଗିଲେ ଟିକିଏ ଅଟକୁଛନ୍ତି ସେବାୟତ । ପୁଣି ନୂଅ । ଶକ୍ତି ନେଇ ଟାଣି ନେଇôଥଲେ ରଥ । ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ହୋମ କରାଯାଇଛି । ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜିଉମାନେ ଅ ।ସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ । ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା । ତେବେ କଡା କଟକଣା ଭିତରେ ଅ ।ରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହି ଅବସରରେ ଅ ।ରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଅ ।ରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ରତ୍ନବେଦୀରୁ ଜନ୍ମବେଦୀକୁ ଯାଇଥିଲେ ଚତୁର୍ଦ୍ଧା ମୂରତି । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ଅ ।ରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଶେଷରେ ଜଗତର ନାଥ ଜଗନ୍ନାଥ ବିଦ୍ୟ ଟାହିଅ । ସୁଶୋଭିତ କରି ଜନ୍ମବେଦୀକୁ ଯିବା ପାଇଁ ରତ୍ନବେଦୀରୁ ଓହ୍ଲାଇଆସିଥିଲେ ବଡଦାଣ୍ଡକ । ହେଲେ ଭାବ ବିନୋଦିଅ । ପ୍ରଭୁ ଶ୍ରୀ କାଳିଅ ।ଠାକୁରକୁ ପାଖରୁ ଟିକେ ମନଭରି ଦେଖିବାର ସୌଭଗ୍ୟ ଚଳିତ ବର୍ଷ ଅ ।ଉ ଭକ୍ତକୁ ମିଳିନଥିଲା । ତେବେ ଦିବ୍ୟ ଟାହିଅ । ସୁଶୋଭିତ ହୋଇ ବଡ଼ଠାକୁର ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଅ ।ସିବାର ଦୃଶ୍ୟରେ ବିମୋହିତ କରିଥିଲା । ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଅ ।ଡକୁ ଅଗ୍ରସର ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଅପୂର୍ବ ଉକ୍ରଣ୍ଠା । ଏହାପରେ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନ ମୋହନ ବିଜେ, ସାଢ଼େ ୧୦ଟାରୁ ୧୧ଟା ଚିତା ଲାଗି,୧୧ଟାରୁ ସାଢ଼େ ୧୧ଟା ଭିତରେ ବେଶ ଶେଷ, ତାପରେ •ରମାଳ ଫିଟା, ଘୋଡ଼ଲାଗି ଓ ସାରଥୀ ଲାଗିବା ଓ ଛେରା ପହଁରା ଅନୁଷ୍ଠିତ ହୋଇଥିଲା ।

- Advertisement -ଶରଧାବାଲିରେ ତିନି ରଥ

More articles

LEAVE A REPLY

Please enter your comment!
Please enter your name here

- Advertisement -ଶରଧାବାଲିରେ ତିନି ରଥ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...