36 C
Bhubaneswar
Sunday, April 11, 2021

ୱାଟ୍‍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୧୮ା୬ : ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ । ଲୋକେ ସିଧାସଳଖ ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳଯୋଗାଣ ଆରମ୍ଭ ହୋଇଥିବାବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧଜଳ ଯୋଗାଇ ଦିଆଯିବ । ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅର୍ନ୍ତଭୁକ୍ତ ଲାଗି ସରକାରୀ ସ୍ତରରେ ମତପ୍ରକାଶ ପାଇଛି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଆଜି ସହରାଞ୍ଚଳରେ ୱାଟ୍‍କୋର ପାନୀୟ ଜଳଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ୱାଟ୍‍କୋର ପରିଚାଳନା ନିଦେ୍ର୍ଦଶକ ପି.କେ.ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ସଂକ୍ରାନ୍ତରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କଟକ ମହାନଗର ନିଗମରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଥିବାବେଳେ ପୁରୀରେ ଲୋକେ ଖୁବ୍‍ଶୀଘ୍ର ବିଶୁଦ୍ଧଜଳ ପାଇପାରିବେ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ‘ଆକ୍ୱାଗାଡଁ’ ମାନର ବିଶୁଦ୍ଧ ଜଳଯୋଗାଣ ଲାଗି ୱାଟ୍‍କୋ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପାଇପ୍‍ ବିଛାଯିବା ସହିତ ପ୍ରତ୍ୟେକ ଲୋକଙ୍କ ଘରକୁ ଉନ୍ନତମାନର କଳଙ୍କିବିହୀନ ପାଇପ୍‍ ସଂଯୋଗ ହେଉଛି । ସେହିଭଳି ପାଣିର ମାନ ନିମୟିତ ଭାବେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବାବେଳେ ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଏଥିପାଇଁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଜଳର ମାନ ପରୀକ୍ଷା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ଘରୁ ଜଳଯୋଗାଣ ସଂକ୍ରାନ୍ତୀୟ ବିଲ୍‍ ଆଦାୟ କରିବେ । ହିତାଧିକାରୀମାନେ କେତେ ଜଳ ବ୍ୟବହାର କରୁଛନ୍ତି ସେଥିପାଇଁ ଜଳମିଟର ଲାଗୁଥିବାବେଳେ ତଦନୁଯାୟୀ ବିଲ୍‍ ଆଦାୟ ହେବ । ୱାଟ୍‍କୋ ଅଧିନକୁ ସ୍ୱରେଜ ବ୍ୟବସ୍ଥା ଆଣିବାପାଇଁ ଅଧିକାରୀମାନେ ପ୍ରସ୍ତାବ ଦେଇଥିବାବେଳେ ଏହା ଉପରେ ଅଧିକ ଆଲୋଚନା ପରେ ନିଷ୍ପତ୍ତି ନିଆଯିବବୋଲି ବୈଠକରେ ମତପ୍ରକାଶ ପାଉଛି । ତେବେ କରୋନା ମହାମାରୀ ଯୋଗୁଁ ଧିମେଇ ଯାଇଥିବା ୱାଟ୍‍କୋ ଜଳଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାଲାଗି ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି ।

- Advertisement -ୱାଟ୍‍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ

More articles

LEAVE A REPLY

Please enter your comment!
Please enter your name here

- Advertisement -ୱାଟ୍‍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...