36 C
Bhubaneswar
Sunday, April 11, 2021

କୋଭିଡମୁକ୍ତ ଲିଭିନ୍‍ଗାର୍ଡ ଟେକ୍‍ନୋଲୋଜିସ୍‍ ମାସ୍କ ଉନ୍ମୋଚନ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୧୮ା୬ : ନୋଭେଲ କରୋନା ଭୂତାଣୁର ମୁକାବିଲା କରିବାକୁ ଚିକିତ୍ସା ବ୍ୟବସ୍ଥାର ବିକାଶ ପ୍ରକ୍ରିୟା ଚାଲିଥିବାବେଳେ ଏହି ବୈଶ୍ୱିକ ମହାମାରୀ ପାଇଁ ଏକ ତୁରନ୍ତ ସମାଧାନ ଖୋଜିବା ନିତାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ୬୫,୦୦୦ରୁ ଅଧିକ ପରୀକ୍ଷଣ ଏବଂ ୧୦୦ରୁ ଅଧିକ ପେଟେଣ୍ଟ ଦାଖଲ କରିବାପରେ ସ୍ୱିଜରଲାଣ୍ଡର ସ୍ୱାସ୍ଥ୍ୟରକ୍ଷା କ ମ୍ପ ।ନୀ, ଯାହା ଭାରତ, ଜର୍ମାନୀ, ଆମେରିକା, ସିଙ୍ଗାପୁର, ଜାପାନ ଏବଂ ଦକ୍ଷିଣଆଫ୍ରିକା ଆଦି ରାଷ୍ଟ୍ରରେ ମଧ୍ୟ ନିଜର କାର୍ଯ୍ୟକଳାପ ଜାରି ରଖିଛି, ସ ମ୍ପ ୍ରତି ଏକ ବୈପ୍ଳବିକ ଏବଂ ଏହିଧରଣର ପ୍ରଥମଫେସ୍ମାସ୍କ ପ୍ରସ୍ତୁତ କରିଛି ଯାହା ୯୯.୯% ନୋଭେଲ କରୋନାଭୂତାଣୁ ସାର୍ସ-ସିଓଭି-୨ ସମେତ ଜୀବାଣୁ ଏବଂ ଭୂତାଣୁକୁ ପ୍ରତ୍ୟକ୍ଷଭାବେ ନିଷ୍କ୍ରିୟ କରିଦେଇପାରୁଛି । ଷ୍ଟୋରଗୁଡିକରେ ଅଥବା ଖୋଲା ବଜାରରେ ଉପଲବ୍ଧ ଅଧିକାଂଶ ମାସ୍କ ବସ୍ତୁତଃ ପ୍ରତିଷେଧକ ହୋଇଥିବାବେଳେ ଲିଭିନ୍‍ଗାର୍ଡ ଫେସ୍ମାସ୍କ ସୁରକ୍ଷା ପ୍ରଦାନକାରୀ ଏବଂ ଏହା ଜୀବାଣୁ ଏବଂ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିଥାଏ ଏବଂ ଏହାଦ୍ୱାରା ଜଣକୁ ଏବଂ ତାଙ୍କର ଅତି ନିକଟରେ ଥିବା ଅନ୍ୟମାନଙ୍କୁ ଫାଇଦା ଦେଇଥାଏ । ବିଶ୍ୱସ୍ତରରେ ପାଟେଣ୍ଟ କରାଯାଇଥିବା ଏହି ପ୍ରଯୁକ୍ତିକୋ÷ଶଳକୁ ଭାରତଜନ୍ମିତ ଜଣେ ଉଦ୍ୟୋଗୀ ଶ୍ରୀ ସଞ୍ଜୀବ ସ୍ୱାମୀ ଉଦ୍‍ଭାବନ କରିଛନ୍ତି ଏବଂ ସେ ଉକ୍ତ କ ମ୍ପ ।ନୀର ନେତୃତ୍ୱ ନେଉଛନ୍ତି । ଫ୍ରି ୟୁନିଭରସିଟି ଅଫ୍‍ ବର୍ଲିନର ଇନଷ୍ଟିଚୁ୍ୟଟ ଅଫ୍ ଆନିମଲ ହାଇଜିନ ଆଣ୍ଡ ଏନ୍ଭାଇରନମେଣ୍ଟାଲ ହେଲ୍‍ଥର ଗବେଷକମାନେ ଏହା ପ୍ରତିପାଦିତ କରିବାରେ ସମର୍ଥ ହୋଇଛନ୍ତି ଯେ ଲିଭିନ୍‍ଗାର୍ଡ ପ୍ରଯୁକ୍ତିକୋ÷ଶଳଯୁକ୍ତ ବୟନସାମଗ୍ରୀ ୯୯.୯%ରୁ ଅଧିକ ପରିମାଣର ସାର୍ସ-ସିଓଭି-୨ ଭୂତାଣୁକୁ ଅଳ୍ପକିଛି ଘଣ୍ଟା ମଧ୍ୟରେ ହ୍ରାସ କରିପାରିବ । ପ୍ରଫେସର ଉୱି ରୋସ୍‍ଲର କହିଛନ୍ତି, “ଏହି ମାସ୍କରେ ବ୍ୟବହାର ହୋଇଥିବା ବୟନ ସାମଗ୍ରୀ ତେଣୁ ଆଘ୍ରାଣ କରାଯାଉଥିବା ଭୂତାଣୁଗୁଡିକୁ ନିରନ୍ତର ନିଷ୍କ୍ରିୟ କରିଦେଇପାରିବ ।” ସେ କହିଛନ୍ତି, “ଏଥିସହିତ ଏହି ବୟନସାମଗ୍ରୀ କୋଭିଡ-୧୯ ବ୍ୟତିରେକ ଅନ୍ୟ ସାଧାରଣ ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାଗୁଡିକୁ ହ୍ରାସ କରିବାରେ ସହାୟକ ହେବ ।” ଏହି ମାସ୍କ ଭାରତରେ ଆଜି ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ପ୍ରଚଳନ କରାଯାଇଛି ଯେଉଁଠାରେ ପ୍ରତିଷ୍ଠାତା ତାଙ୍କର ସ୍ୱିଜରଲାଣ୍ଡସ୍ଥିତ ମୁଖ୍ୟଦପ୍ତରରୁ ଯୋଗଦେଇଥିଲେ । ଲିଭିନ୍ଗାର୍ଡ ଟେକ୍‍ନୋଲୋଜିସର ପ୍ରତିଷ୍ଠାତା, ଉଦ୍‍ଭାବକ ଏବଂ ସିଇଓ ଶ୍ରୀ ସଞ୍ଜୀବ ସ୍ୱାମୀ କହିଛନ୍ତି, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ଏହି ମହାମାରୀ ଥିବା ପର୍ଯ୍ୟନ୍ତ ପ୍ରତି ମାସରେ ପ୍ରାୟ ୮୯ ନିୟୁତ ମେଡିକାଲ ମାସ୍କ ଆବଶ୍ୟକ ପଡିବ । ଦୈନନ୍ଦିନ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ । ଆମର ଉଦେ୍ଦଶ୍ୟ ହେଉଛି ଆଧୁନିକ ବିଶ୍ୱପାଇଁ ଉପଯୋଗୀ ହେଉଥିବା ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ଯୋଗାଇବା, ତେଣୁ ସେହି କାରଣ ପାଇଁ ଆମେ ଏଫୟୁ ବର୍ଲିନରେ ଆମର ପରୀକ୍ଷଣ କରିବାକୁ ବାଛିଥିଲୁ, ଯାହା ସେମାନଙ୍କର ସର୍ବୋଚ୍ଚ ଗୁଣବତ୍ତା ପାଇଁ ସୁପ୍ରସିଦ୍ଧ ଏବଂ ଆମେ ଭାରତରେ ଲିଭିନଗାର୍ଡ ମାସ୍କ ପ୍ରଚଳନ କରି ଗୋ÷ରବାନ୍ୱିତ ମନେକରୁଛୁ । ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହି ସମସ୍ୟାର ଏକ ଉତ୍ତର ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଲିଭିନ୍ଗାର୍ଡ ମାସ୍କର ଅନନ୍ୟ ବିଶେଷତ୍ୱ ଯୋଗୁଁ ଏହା ବ୍ୟବହାରକାରୀଙ୍କୁ ଆଶାତୀତ ସ୍ତରର ନିରାପତ୍ତା ଯୋଗାଇଦେବ । ମଧ୍ୟପ୍ରାଚ୍ୟରେ ଫାଇନ୍‍ ହାଇଜିନ ହୋଲ୍‍ଡିଂସ ଆମର ଅନ୍ୟତମ ସର୍ବବୃହତ ବ୍ୟବହାରକାରୀ ହୋଇଛି, ଏବଂ ତାହାସହିତ ସିଙ୍ଗାପୁର, ଜାପାନ, ଜର୍ମାନୀ ଏବଂ ଚୀନରେ ନିୟୁତାଧିକ ସଂଖ୍ୟାରେ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ମୁଁ ଦୃଢ ନିଶ୍ଚିତ ଯେ ଭାରତରେ ମଧ୍ୟ ଆମେ ଅନୁରୂପ ସଫଳତା ପାଇବୁ ।”

- Advertisement -କୋଭିଡମୁକ୍ତ ଲିଭିନ୍‍ଗାର୍ଡ ଟେକ୍‍ନୋଲୋଜିସ୍‍ ମାସ୍କ ଉନ୍ମୋଚନ

More articles

LEAVE A REPLY

Please enter your comment!
Please enter your name here

- Advertisement -କୋଭିଡମୁକ୍ତ ଲିଭିନ୍‍ଗାର୍ଡ ଟେକ୍‍ନୋଲୋଜିସ୍‍ ମାସ୍କ ଉନ୍ମୋଚନ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...