30 C
Bhubaneswar
Tuesday, September 22, 2020

କରୋନାର କରାଳ କାଳରେ ବିଶ୍ୱ ଆଜି ଅଗ୍ନିଶିଖାରେ ଜଳୁଛିି

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଗୋପାଳପୁର,୧୮ା୬ : କରୋନାର କରାଳ କାଳ ବଳୟରେ ଆଜି ସମଗ୍ର ବିଶ୍ୱ ଜ୍ୱଳନ୍ତ ଅଗ୍ନିଶିଖାରେ ଜଳୁଛି । ଦେଶ ଓ ରାଜ୍ୟମାନଙ୍କରେ ସବୁଠି ନିଆଁ ଲାଗିଛି । ସାରା ଦେଶରେ ନିଆଁ ଜଳୁଛି । ମଶାଣିରେ… ମନ୍ଦିରରେ… ମସଜିଦରେ, କଳକାରଖାନାରେ….କ୍ଷେତରେ..ଖାଦାନରେ…..ଗାଁଗଣ୍ଡାରେ, ସହର ମଧ୍ୟରେ ସବୁଠାରେ ଆଜି ନିଆଁ ଲାଗିଛି । ସବୁ ଦେଶ ଦିଗନ୍ତରେ ଘନିଭୁତ ଅନ୍ଧକାର ରାତ୍ରୀ । ଯେଉଁଠି ଚାହିଲେବିକେବଳ ଗଦା ଗଦା ନୈରାଶ୍ୟ ,ଆତଙ୍କର ଅପଛାୟା,ସ୍ୱପ୍ନଭଙ୍ଗର କରୁଣ କନ୍ଦନ । ହଠାତ୍ ଏକ ଅଦୃଶ୍ୟ ଭୂତାଣୁର ଆକ୍ରମଣରେ ସମଗ୍ର ବିଶବରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଭୂତାଣୁ କୁ ରୋକିବା ପାଇଁ କୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାନ୍ତି । କରୋନାର କରାଳକାଳ ବଳୟରେ ଏହି ବିଶ୍ୱ ପ୍ରତିଦିନ ଧ୍ୱଂସ ଆଡକୁ ଗତିକରୁଛି । ପୃଥୀବୀ ର ସମସ୍ତ ଜୀବଜଗତ ଭବିଷ୍ୟତରେ କିଭଳି କ୍ଷତି ଗ୍ରସ୍ତ ହେବାକୁ ଯାଉଛନ୍ତି ତାହା ଏବେଠୂ କଳନା କରିବା କଷ୍ଟକର ସାଧ୍ୟ । ସାରା ଦେଶ ଓ ରାଜ୍ୟ ମାନଙ୍କରେ ଦେଖିବାକୁ ଗଲେ କେବଳ ଭୟ,କଷ୍ଟ,ମୃତ୍ୟୁ,ଛଡା ଆଉକିଛି ଦେଖାଯାଉନି । ଏଭଳି ଏକ କାଳ କ୍ଷେତ୍ରରେ ଆମେ ସମସ୍ତେ ପହଂଚିଯାଇଛେ । ସତେ ଯେମିତି କଳି କାଳ ପରେ ମହା କଳିକାଳ ମାଡି ଆସିଛି । ଆମେ ସମସ୍ତେ କଳିଯୁଗର ମଣିଷ । ସତ୍ୟ,ତ୍ରେତୟା,ଦ୍ୱାପର,ଯୁଗର କଥା ଶୁଣିଆସୁଛେ । ଏହି ୩ ଯୁଗ ପରେ କଳି ଯୁଗରେ କଣ କଣ ସବୁ ଘଟିବ ,ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି । ସେହି ମହାପୁରୁଷମାନଙ୍କ ବାଣୀ ଗୁଡାକୁ ଆମେ ଫୁର କିନା ଉଡାଇଦେଉଥିଲୁ,କିନ୍ତୁ ଏବେ ସେ ସବୁ କଥା ଗୁଡାକ ଧୀରେ ଧୀରେ ହୋଇ ବାସ୍ତବିକରେ ଘଟିବାକୁ ଲାଗିଲାଣି । ବିପଦ ଯେତେବେଳେ ଆସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆସେ । ମହାମାରୀ କରୋନା ସାଙ୍ଗକୁ ବାତ୍ୟା,ତୁଫାନ,ଝଡିବରଷା,ଭୂକ ମ୍ପ ,ଖାଦ୍ୟଭାବ,ଏବେ ପୁଣି ଶୁଣିବାକୁ ମିଳୁଛି ପଙ୍ଗପାଳଙ୍କ ଆକ୍ରମଣ । ଏବେ କେତେ ବୈଜ୍ଞାନିକ କହନ୍ତି କରୋନା ପରେ ଅନ୍ୟ ଅଦୃଶ୍ୟ ଭୂତାଣୁମାନେ ମାଡି ଆସିବେ । ସମଗ୍ର ବିଶ୍ୱରେ ୮୦କୋଟି ରୁ ଅଧିକ ମଣିଷ ଲୋପ ପାଇଯିବେ । ରୋଗ କେବଳ ଜୀବନ ନେବନି,ତା ଠାରୁ ବହୁ ଲୋକମାନେ ଭୋକ ଉପବାସରେ ମରିଯିବେ । ଅତି ଭୟଙ୍କର ଦୁର୍ଭୀକ୍ଷ ମାଡି ଆସିବ । ଏହି ପୃଥିବୀ ବହୁଲାଂଶରେ ଜନମାନବ ଶୂନ୍ୟ ହୋଇଯିବ?ଆଜିର ଏହି ମହାମାରୀ କରୋନା ର କରାଳ କାଳ ଭଳୟ ମଧ୍ୟରେ ସବୁଠାର ବେଶି ପ୍ରୟୋଜନ ଖାଦ୍ୟ । ଭୂତାଣୁ ନାଶ ପାଇଁ ଆଜିଯାଏଁ କୌଣସ ମେଡିସିନ ବାହାରି ନାହିଁ । ହୁଏତ ମେଡିସିନ ବାହାରିଲା ବେଳକୁ କରୋନା ତାର ରୂପ ବଦଳାଇ ଅନ୍ୟ ସହଶ୍ର ଭୂତାଣୁ କୁ ଜନ୍ମନେଇ ସାରିଥିବ । ସମଗ୍ର ବିଶ୍ୱବାସୀ ଏଭୟଙ୍କର ମହାମାରୀ ବିରୁଦ୍ଧରେ ଲଢୁଥିବା ବେଳେ ପ୍ରାୟତଃ ସମଗ୍ର ଦେଶର ଅର୍ଥନୀତିକୁ ଧ୍ୱଂସବିଧ୍ୱଂସ କରିସାରିଥିବ । ଅର୍ଥନୀତି ସହିତ ଜଡିତ ଥିବା ମଣିଷ ଛିନ୍ନ ବିଛିନ୍ନ ହୋଇଯାଇଛି । କଳକାରଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ରେ ଯେଉଁ ଶ୍ରମିକମାନେ କର୍ମରତ ଥିଲେ ସେମାନଙ୍କ ଅନୁପସ୍ଥିତ ସେସବୁ ଅନୁଷ୍ଠାନରେ ଅଚଳାବସ୍ଥା ସୃଷ୍ଟି କରିଛି । ପୁନଶ୍ଚ ସେମାନେ ନିଜର ଭିଟାମାଟିକୁ ଫେରି ଆସିଥିବାରୁ ଭୀଷଣ ଖାଦ୍ୟଭାବ ଓ ନିଯୁକ୍ତିର ସାମ୍ନା କରୁଛନ୍ତି । ଉତ୍ପାଦନ କ୍ଷେତ୍ର ଭୀଷଣ ବାଧାପ୍ରାପ୍ତ ଦେଲାଣି । ଯେଉଁ ଦେଶର ଶାସକମାନେ ଯେତେ ବାହାସ୍ପୋଟ ମାରନ୍ତୁ ନା କାହିଂକି,ସେମାନଙ୍କର ମୁଣ୍ଡ କାମକରୁ ନ ଥିବାରୁ ସଠିକ୍ ନିଷ୍ପତି ନେଇପାରୁ ନାହାନ୍ତି । ଯାହା ଫଳରେ ଗଛିତ ଥିବା ଧନ ,ସ ମ୍ପ ଦ,ଖାଦ୍ୟ,ସରି ସରି ଆସୁଛି । ସମୟ ଆସୁଛି ସରକାରମାନେ ନିଜ ହାତ ଟେକି ଦେବେ । ସେତେ ବେଳେ କିଏ କାହାକୁ ରକ୍ଷା କରିବ? ଅର୍ଥନୀତି ପରେ ରାଜନୀତି,ସମାଜନୀତି, ସଂସ୍କୃତି ସବୁ ଯାହା ଚାଲିଥିଲା ଆଉ ସେ ଭଳି ଚାଲିପାରିବ ନାହିଁ । ବର୍ତମାନ ମହାମାରୀ କରୋନା ଭୂତାଣୁ କୁ ରୋକିବାକୁ ସମଗ୍ର ବିଶ୍ୱରେ କୌଣସି ନିଦାନ ବାହାରିନ ଥିବାରୁ ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦେଶ ଓ ରାଜ୍ୟରେ ଲକଡାଉନ, ସଟ୍ ଡାଉନ, ସଂଙ୍ଗରୋଧ,ମାସ୍କ ପ୍ରଭୃତି ବ୍ୟବହାର ଓ ଚିକିତ୍ସା ପାଇଁ କିଛି କିଛି ଔଷଧ ମଧ୍ୟ ବ୍ୟବହାର କରାଯାଉଛି । ଆମ ଭାରତ ସରକାର ଓ ରାଜ୍ୟ ସରକାର ବେଳେ ବେଳେ ଭଗବାନଙ୍କୁ ଡାକୁଛନ୍ତି । ଲକଡାଉନ ଆରମ୍ଭ ହେବା ଦିନ ଠୁ କେବଳ ଆମ ଦେଶ ନୁହେଁ ସାରା ବିଶ୍ୱ ର ଅର୍ଥନୀତିର ମେରୁଦଣ୍ଡ ଧୀରେ ଧୀରେ ହୋଇ ଭାଙ୍ଗିବାରେ ଲାଗିଛି । ସାରା ବିଶ୍ୱକୁ ଏଭଳି ବିପଦ କେବେ ଦେଖା ଦେଇନଥିଲା । କିନ୍ତୁ କରୋନା ମହାମାରୀ କୁ ରୋକିବା ପାଇଁ ଲକଡାଉନ ଜରୁରୀ ନୁହେଁ । ଏ ଅଦୃଶ୍ୟ ଭୂତାଣୁ ବିରୋଦ୍ଧରେ ସମସ୍ତେ ମହାଯୋଦ୍ଧା ଘୋଷଣା କରିଛନ୍ତି । ଏହି ଯୁଦ୍ଧରେ ଆମର ଶତୃ ଅଦୃଶ୍ୟ । ଏହି ମହାମାରୀ କରୋନା କୁ ରୋକିବାକୁ ହେଲେ ଚିକିତ୍ସା ବିଜ୍ଞାନର ପରିକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାଇ ମୁକାବିଲାର ପଦ୍ଧତି ନିଦଯର୍ଦାରଣ କରିବା ନିମନ୍ତେ ଏକାନ୍ତ ଆବଶ୍ୟକ । ବିଭିନ୍ନ ଦେଶର ଅର୍ଥନୀତିବିତ ମାନେ ,ବୈଜ୍ଞାନିକ ମାନେ, ସତର୍କ ଦେଇସାରିଲେଣି ଯେ,କରୋନା ଭୂତାଣୁ ଠାରୁ ଲକଡାଉନ୍ ଅତ୍ୟନ୍ତ ଭୟାନକ । ୧୯୨୯ରୁ ୨୦୨୦ମାନ୍ଦାବସ୍ଥା ବହୁଗ ୁଣରେ ବଢିଯିବ । ୨୦୨୧-୨୦୨୨ ବେଳକୁ ଏ ଧରାପୃଷ୍ଠ ରୁ କିଛି ଲୋକମାନେ ବିଦାୟ ନେଇଯାଇଥିବେ । ଘୋର ଆର୍ଥୀକ ସଂଙ୍କଟରେ କୋଟି କୋଟି ଲୋକ ସମ୍ମୁଖିନ ହେବେ ।ରୋଗ ଆଉ ଭୋକରେ ଲୋକମାନେ ଛଟପଟ ହେବେ । ଲୋକେ ମାଳମାଳ ହୋଇ ମୃତୁ୍ୟୁ ବରଣ କରିବେ । ଭିନ୍ନ ଭିନ୍ନ କଲମରୁ ନାନା ପ୍ରକାରର ଲେଖାରେ ଇତିହାସ ଭଖାଣିବ ଭୟଙ୍କର ମହାମାରୀ କାହାଣୀ । ଆଜି ଯେଉଁମାନେ ବାହାଦୁରୀ ଦେଖାଉଛନ୍ତ ିହୁଏ ତ କାଲିକି ସେମାନେ ଇତିହାସ ର ଅଳିଆ ଗଦାରେ ପଡ ିଥିବେ । ଇତିହାସ ବଡ ନିଷ୍ଠୁର । ସେ କାହାକୁ ବି କ୍ଷମା ଦିଏନାହିଁ । ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେ ନା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...